ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ କରାଯାଉଛି। ଯୁବକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣ ଜନ୍ମାଇ ଏଭଳି କରାଯାଇଥିବା ଆଶଙ୍କା କରାଯାଉଛି। ପୁଲଓ୍ବାମାରୁ ୭ ଜଣ, ଶୋପିଆନ୍ରୁ ଜଣେ ତଥା କୁଲଗାମ୍ ଜିଲାରୁ ୩ ଜଣ ଯୁବକ ନିଖୋଜ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ପିତା ଅବସରପ୍ରାପ୍ତ ସେନା କର୍ମଚାରୀ ଥିବା ପୋଲିସ ସୂଚନା ଦେଇଛି। ନିଖୋଜ ଯୁବକଙ୍କ ସନ୍ଧାନରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।