ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ

ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକଭାବେ ନାଟ୍ୟଶ୍ରୀ ଗଦାଧର ବାରିକ, ଗୁରୁଶ୍ରୀ ଡ ଘାସିରାମ ମିଶ୍ର, ମନୋରଞ୍ଜନ ସାହୁ, ମୁରଲୀଧାରୀ ପତି, ଅଧ୍ୟାପକ ଡ ଲକ୍ଷ୍ମଣ କୁମାର ମେହେର ଓ ପରିଷଦ ସୋନପୁର କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲୀପ ପାତ୍ର ମଞ୍ଚାସୀନ ହୋଇଥିଲେ ା ସଭା ପ୍ରାରମ୍ଭରେ ପରିଷଦ ସମ୍ପାଦକ କପିଳେଶ୍ୱର ଖମାରୀ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା ସଭାପତି ମଳୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ା ଆଲୋଚକମାନେ ଲୋକ ସାହିତ୍ୟରେ ଦଣ୍ଡନୃତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଦଣ୍ଡର ଉପତ୍ତ୍ତି, କ୍ରମବିକାଶ ଏବଂ ସ୍ଥିତି ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ା ଦଣ୍ଡନୃତ୍ୟର ପ୍ରକାର ଭେଦ ଓ ଗ୍ରାମୀଣ ଜନଜୀବନରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ା ଦଣ୍ଡନୃତ୍ୟକୁ ଗ୍ରାମୀଣ ସାଂସ୍କୃତିକ ବିଭବ ଭାବେ ବର୍ଣ୍ଣନା କରି ଦଣ୍ଡନୃତ୍ୟ କଳାତ୍ମକତା ଏବଂ ପ୍ରଭାବଶାଳୀ ଲୋକ ଆବେଦନ ସମ୍ପର୍କରେ ଆଲୋଚନା କରିଥିଲେ ା ନାଟ୍ୟଶ୍ରୀ ବାରିକ ଷୋଳ ସୁଆଙ୍ଗ ଦଣ୍ଡ ଉପରେ କହିଥିଲେ ା ଆଲୋଚନ ଡ ମେହେର ଲୋକ ସାହିତ୍ୟ ବିକାଶ କ୍ରମରେ ଦଣ୍ଡନୃତ୍ୟର କ୍ରମବିକାଶ ଉପରେ କହିଥିଲେ ା ଗୁରୁଶ୍ରୀ ଡ ମିଶ୍ର ଦଣ୍ଡନୃତ୍ୟର ସଙ୍ଗୀତ ଓ ସାହିତ୍ୟ ଉପରେ କହିଥିଲେ ା ଆଲୋଚକ ପାତ୍ର ଦଣ୍ଡନୃତ୍ୟର ପ୍ରକାର ଭେଦ ଉପରେ କହିଥିବାବେଳେ ମୁରଲୀଧାରୀ ପତି ତାଙ୍କ ବକ୍ତବ୍ୟରେ ଦଣ୍ଡନୃତ୍ୟର ଗୀତ ସାହିତ୍ୟ ଉପରେ ଆଲୋଚନା କରିଥିଲେ ା ଆଲୋଚକ ମନୋରଞ୍ଜନ ସାହୁ ଦଣ୍ଡନୃତ୍ୟରେ ରସିକତା ଉପରେ କହିଥିଲେ ା ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ଦଣ୍ଡନୃତ୍ୟରେ ଗ୍ରାମୀଣ ଜନଜୀବନର ନିଛକ ଅଭିବ୍ୟକ୍ତି, ଅର୍ଦ୍ଧନାରୀଶ୍ୱର ଚେତନା ଓ ସରଳ ମଣିଷର ସାଂସ୍କୃତିକ ଉଚ୍ଚାଙ୍ଗ ସାହିତ୍ୟ ଓ ସଙ୍ଗୀତବୋଧ ଉପରେ ମତବ୍ୟକ୍ତ କରିଥିଲେ ା ସଭା ପରେ ଅପରାହ୍ଣରେ ଅନୁଷ୍ଠିତ କୌତୁକ ପୋଷାକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ା କୌତୁକ ପ୍ରତିଯୋଗିତା ଜୁନିଅର ବିଭାଗରେ ଓମ୍‌ ଅମୃତ ମହାନ୍ତି ପ୍ରଥମ, ରିୟାନ ମହାନ୍ତି ଦ୍ୱିତୀୟ, ଅଂଶୁମାନ୍‌ ମିଶ୍ର ଓ ସ୍ବସ୍ତିକ ପାଢ଼ୀ ତୃତୀୟ ସ୍ଥାନ ଅଧବକାର କରିଥିଲେ ା ସିନିଅର ବିଭାଗରେ ଐସିସ୍‌ ପଣ୍ଡା, ପ୍ରଥମ, ସମ୍ପ୍ରାନ୍ତ ପଟ୍ଟନାୟକ ଦ୍ୱିତୀୟ ଓ ବିନ୍ଦିଆ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା: କ୍ରୀଷ୍ଣା ବିକାଶ ଛାତ୍ରୀଛାତ୍ରଙ୍କ ବାଜିମାତ୍‌

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ଶନିବାର ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ...

ରେଳଲାଇନ୍‌ ନିର୍ମାଣକୁ ବିରୋଧ: ପୋଲିସ-ଜନତା ଖଣ୍ଡଯୁଦ୍ଧ

ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଡୁମେର୍ତ୍ତା ରେଳଷ୍ଟେଶନରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଯାଏ ହେଉଥିବା ରେଳ ଲାଇନ୍‌ କାମକୁ ସ୍ଥାନୀୟ...

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ 

ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

ଦିଗପହଣ୍ଡିରେ ଭାଜପାର ସକ୍ରୀୟ ସଦସ୍ୟ ସମ୍ମିଳନୀ, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ...

ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ, ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୧୯ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାଜପା ସକ୍ରିୟ ସଦସ୍ୟଙ୍କ ସମ୍ମିଳନୀ ଶନିବାର ଅପରାହ୍ନ ୨ଟାରେ ତୁରୁମୁଙ୍ଗା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ...

ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ

ମୋହନା,୧୯ା୪(ମନ୍ମଥ ମିଶ୍ର)- ଗଜପତି ଜିଲା ଅଡବା ଥାନା ପୋଲିସ ଚାଲାଣ ପୂର୍ବରୁ ଚଢାଉ କରି ପ୍ରାୟ କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଊଦ୍ଧର୍‌ବ)ର ଗଞ୍ଜେଇ ଜବତ...

ସଂଘବଦ୍ଧ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା,୧୯ା୪(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ ଶୁକ୍ରବାର ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image