ଦଣ୍ଡାବାଡି କ୍ବାରାଣ୍ଟାଇନରେ ନିମ୍ନମାନ ଖାଦ୍ୟ ପ୍ରଦାନ ଅଭିଯୋଗ : ଖାଇ ନ ପାରି ଫୋପାଡିଲେ ଲୋକେ

ବୈପାରିଗୁଡା,୩୧ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ପ୍ରଦାନ ନେଇ ଅନ୍ତେବାସୀ ଅଭିଯୋଗ କରଛନ୍ତି। ଶନିବାର ଦରସିଝା ଭାତ ଓ ଟମାଟୋ ଚାରୁ ଖାଇବାକୁ ଦେବାରୁ ଏହା ଖାଇ ନ ପାରି ଅସନ୍ତୁଷ୍ଟ ହୋଇ ଲୋକେ ଫୋପାଡି ଦେଇଥିଲେ ା ତେବେ ଏ ସମ୍ପକର୍କରେ ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଖାଦ୍ୟ ମେନୁ ଅନୁସାରେ ପ୍ରସ୍ତତ ହୋଇଥିଲା। ଲୋକେ ବଳକା ଖାଦ୍ୟକୁ ଫିଙ୍ଗିଥିବା ସମ୍ପୃକ୍ତ ପଞ୍ଚାୟତର ଅଙ୍ଗନୱାଡି ସୁପରଭାଇଜର ରିପୋର୍ଟ ଦେଇଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ କମଳି ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ବାହାରେ ରୋଷେଇ କରାଯାଉଥିବା ବେଳେ ବର୍ଷା ଯୋଗୁ ଚୁଲି ଲିଭିଯିବାରୁ ଭାତ ଶିଝି ନ ଥିଲା। ଭାତ ସହ ଟମାଟୋ ଚାରୁ ଓ ଘାଣ୍ଟ ତରକାରି ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଥିଲା। ଦରସିଜା ଭାତ ଲୋକେ ଫିଙ୍ଗିଥିବା ସରପଞ୍ଚ କହିଥିଲେ ା ତେବେ ଘଟଣାସ୍ଥଳକୁ ତଦନ୍ତ କରିବାକୁ କୌଣସି ସୁପରଭାଇଜର ଆସି ନ ଥିବା ସେ କହିଛନ୍ତି। ଦଣ୍ଡାବାଡିର ଏକ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୧୭୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ତେବେ ବିଡିଓ ଓ ସରପଞ୍ଚଙ୍କ ମତରେ ମେଳ ନ ରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି...

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image