ଭଞ୍ଜନଗର,୨୯।୧୦(ଡି.ଏନ.ଏ.)- ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡରେ ମଙ୍ଗଳବାର ସୁଦ୍ଧା ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଧାନ ଫସଲ ନଷ୍ଟ କରୁଛନ୍ତି। ଫଳରେ ଜଙ୍ଗଲ ପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଜଗନ୍ନାଥପ୍ରସାଦ ରେଞ୍ଜ ନାରାୟଣପଲ୍ଲୀ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳା ମାୟା ନାୟକ (୭୯) ଆହତ ହୋଇଛନ୍ତି। ଆକ୍ରମଣରୁ ତାଙ୍କ ଝିଅ ଟୁନି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ମାୟାଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲ ଓ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ।