ଦନ୍ତା ଉପଦ୍ରବ ନେଇ ଡିହଡୋଳ ରେଞ୍ଜରେ ଆତଙ୍କ:ଯୁବକଙ୍କୁ ଘୋଷାଡ଼ି ଦଳିଦେଲା

ପରଜଙ୍ଗ,୨୦।୮(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ େଅଧୀନ ଡମୋଳ ଶନି ମନ୍ଦିର ନିକଟରେ ସୋମବାର ଏକ ଦନ୍ତା ହାତୀ ଆକ୍ରମଣରେ ଡମୋଳ ଗ୍ରାମର ଶାନ୍ତନୁ ସାମଲ (୨୬)ଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ହାତୀସ୍କ୍ବାଡ୍‌କୁ ଅଟକ ରଖିବା ସହ ବନ ବିଭାଗ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ଶାନ୍ତନୁ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଶନିଶ୍ଚର ମନ୍ଦିର ନିକଟରେ ବସିଥିଲେ। ଏହି ସମୟରେ ଉକ୍ତ ଦନ୍ତା ହାତୀ ନିକଟସ୍ଥ ଜଙ୍ଗଲରୁ ବାହାରିଆସି ସେମାନଙ୍କୁ ଆକ୍ରମଣ କରିଥିଲା। ଅନ୍ୟମାନେ ଦୌଡି ପଳାଇ ଯାଇଥିବାବେଳେ ଶାନ୍ତନୁ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପ୍ରାୟ ୧୫ ମିନିଟ ଧରି ଦନ୍ତାଟି ସେଠାରେ ଛିଡ଼ା ହୋଇରହିଥିଲା। ଖବରପାଇ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ବାଡକୁ ସେଠାକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ ବିଭାଗ ଗାଡ଼ି ସହିତ ୬ ଜଣ କର୍ମଚାରୀ ସେଠାରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା। ହାତୀଟି ସପ୍ତାହେ ଧରି ଗାଁ ଭିତରେ ପଶି କମର, ଲୋଧଣି, କନ୍ଦରସିଂହା, ମଝିକା, ଜଟିଆ, ସରାଙ୍ଗ ଅଞ୍ଚଳରେ ପ୍ରାୟ ୩୦ ପରିବାରଙ୍କ ଘର ଭାଙ୍ଗି ତାଣ୍ଡବ ରଚାଇବା ସହ ଏ ପର୍ଯ୍ୟନ୍ତ ୧୦ରୁ ଊର୍ଦ୍ଧ୍ୱଙ୍କ ଜୀବନ ନେଇସାରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ କ୍ଷତିପୂରଣ ସହିତ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ପଠାଯିବାକୁ ଦାବି କରି ଗ୍ରାମବାସୀ ହାତୀସ୍କ୍ବାଡ୍‌କୁ ଅଟକ ରଖିଛନ୍ତି। ଏଥିସହ ବିଭାଗର ଏକ ଗାଡି କାଚ ଓ କର୍ମଚାରୀଙ୍କ ମୋବଇଲ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମୃତଦେହ ଛଡାଯିବ ନାହିଁ ବୋଲି ଅଞ୍ଚଳବାସୀ ଜିଦ୍‌ ଧରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି, ଡିହାଡୋଳ ସେକ୍ସନରେ ଥିବା ବନ କର୍ମଚାରୀ ଓ ହାତୀ ସ୍କ୍ବାଡ୍‌ ଠିକ ଭାବେ ଡ୍ୟୁଟି କରୁ ନାହାନ୍ତି। ତେଣୁ ତୁରନ୍ତ ଫରେଷ୍ଟର ରାମଚନ୍ଦ୍ର ରାଉତ, ଗାର୍ଡ କ୍ରିଷ୍ଣାପ୍ରିୟା ସାହୁଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି। ଖବରଲେଖା ହେବା ସୁଦ୍ଧା କୌଣସି ସମାଧାନ ବାହାରିପାରିନାହିଁ। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ଘଟଣାସ୍ଥଳରେ ହାତୀସ୍କ୍ବାଡ ପହଞ୍ଚିଥିବାବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି। ବୁଝାଶୁଝା ପାଇଁ ଉଦ୍ୟମ ଜାରିରହିଛି। ପରଜଙ୍ଗ ଥାନା ଅଧିକାରୀ ଆନନ୍ଦ ଡୁଙ୍ଗୁଡୁଙ୍ଗୁ, ଏଏସ୍‌ଆଇ ସରୋଜ କୁମାର ସେଠୀ, ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ପ୍ରମୁଖ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା…

ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା...

ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ!

ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨।୧୦: ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ...

ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ର: ସମସ୍ତଙ୍କୁ ଏକଜୁଟ ହେବାକୁ…

ଭୁବନେଶ୍ୱର,୨।୧୦: ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ କରିବ ବିଜେଡି। ବୁଧବାର ଦଳ ପକ୍ଷରୁ...

ଶଙ୍ଖ ଭବନରେ ପୁଣି କାହିଁକି ହେଲା କଥା କଟାକଟି, କାହିଁକି ବିରୋଧର ଶିକାର ହେଲେ …

ଭୁବନେଶ୍ୱର,୨।୧୦: ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନ ସରଗରମ। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା...

ବଦଳିଲା ୟୁନିଫର୍ମ ରଙ୍ଗ, ଏଣିକି ଛାତ୍ରୀଛାତ୍ର ପିନ୍ଧିବେ…

ଭୁବନେଶ୍ୱର, ୨।୧୦: ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ବଦଳିଛି। ସବୁଜ ରଙ୍ଗ ବଦଳରେ ଏଣିକି ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ...

ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍‌ ସେବା ସ୍ବଭାବିକ

ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri