Posted inଖେଳ

ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନ: ସୁପର ରଗ୍‌ବୀ ମ୍ୟାଚ୍‌ ଦେଖିବେ ୩୫ ହଜାର

ଓ୍ବେଲିଂଟନ,୯।୬(ଏପି) : କୋଭିଡ୍‌-୧୯ ମହାମାରୀ ଉପରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି। ଫଳରେ ଦେଶରେ କ୍ରୀଡ଼ା ଇଭେଣ୍ଟଗୁଡିକ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ମହାମାରୀ ପାଇଁ ଏହି ସୁପର ରଗ୍‌ବୀ ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରାଯାଇଥିଲା। ଏବେ ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଶନିବାର ଆୟୋଜନ ହେବାକୁ ଥିବା ଚିଫ୍ସ ବିପକ୍ଷ ସୁପର ରଗ୍‌ବୀ ଆଓଟିରୋଆ ମ୍ୟାଚ୍‌ରେ ୨୦,୦୦୦ ଦର୍ଶକ ଉପସ୍ଥିତ ରହିବେ ବୋଲି ଡୁନେଡିନ୍‌ ପର୍ଯ୍ୟବସିତ ହାଇଲାଣ୍ଡର୍ସ ଦଳ ଆଶା କରୁଛି। ମହାମାରୀ ପରେ ପ୍ରଥମଥର ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ସାମ୍ନାରେ ରଗ୍‌ବୀ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି।
କରୋନା ଭାଇରସ୍‌ ସଂକ୍ରମଣ ପରେ ସୁପର ରଗ୍‌ବୀ ଆଓଟିରୋଆ ବିଶ୍ୱର ପ୍ରଥମ ମେଜର କ୍ରୀଡ଼ା ଇଭେଣ୍ଟ ଭାବେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପୁଣି ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ନେଇ କୌଣସି ସୀମା ମଧ୍ୟ ଧାର୍ଯ୍ୟ କରାଯାଇନାହିଁ। ସେହିପରି ରବିବାର ଆୟୋଜନ ହେବାକୁ ଥିବା ଓ୍ବେଲିଂଟନ ସହର ପର୍ଯ୍ୟବସିତ ହରିକେନ୍ସ ବିପକ୍ଷ ମ୍ୟାଚ୍‌ରେ ୩୫,୦୦୦ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିହେବ ବୋଲି ଅକ୍‌ଲାଣ୍ଡ ପର୍ଯ୍ୟବସିତ ବ୍ଲ୍ୟୁଜ୍‌ ଆଶା କରୁଛି। ଏହି ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡର ସବୁ ଦଳ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।

ନ୍ୟୁଜିଲାଣ୍ଡରେ ଗତ ୧୮ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ଫଳରେ ସରକାର ସବୁ ପ୍ରକାର ନିର୍ଦ୍ଦେଶନାମା ଓ କଟକଣାକୁ ଉଠାଇ ଦେଇଛନ୍ତି ଏବଂ ପୂର୍ଣ୍ଣ ଷ୍ଟାଡିୟମରେ କ୍ରୀଡ଼ା ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। କଟକଣା ଉଠାଇବାର ୨୪ ଘଣ୍ଟ ମଧ୍ୟରେ ରବିବାର ପାଇଁ ୨୦,୦୦୦ ଟିକେଟ ବିକ୍ରି ହୋଇଛି ବୋଲି ବ୍ଲ୍ୟୁ ଚିଫ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ର୍ୟୁ ହୋର କହିଛନ୍ତି। ମ୍ୟାଚ୍‌ ବେଳକୁ ୩୫,୦୦୦ ଟିକେଟ ବିକ୍ରି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନ୍ୟ ମ୍ୟାଚ୍‌ଗୁଡିକ ପାଇଁ ଟିକେଟ ବିକ୍ରି ଚାଲିଛି ଓ ଲୋକେ ମ୍ୟାଚ୍‌ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

OMG! ୪୩ ବର୍ଷ ବୟସରେ ଯୁବରାଜ ସିଂଙ୍କ ଫିଟନେସ ଦେଖି ପ୍ରଶଂସା କଲେ ସଚିନ

ନୂଆଦିଲ୍ଲୀ,୨୩।୨: ୨୨ ଫେବୃଆରୀ, ୨୦୨୫ରେ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ ଟି-୨୦ ୨୦୨୫ର ଉଦଘାଟନୀ ମ୍ୟାଚରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏକ ଚମତ୍କାର କ୍ୟାଚ...

ବାରବାଟୀରେ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA

ଭୁବନେଶ୍ୱର,୨୩।୨: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ତାରିଖରେ ଭାରତ -ଇଂଲଣ୍ଡ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିଯାଇଥିଲା। ଫଳରେ ଖେଳ ଅଧାରୁ ବାଧାପ୍ରାପ୍ତ ହୋଇଥିଲା। ଏନେଇ...

ଭାରତୀୟ ଟିମକୁ ମିଳିଲା କ୍ୟାପଟେନ କୁଲଙ୍କ ସପୋର୍ଟ, ଦାରା ସିଂଙ୍କୁ ଦେଖି ପାକିସ୍ତାନ ଛାନିଆ! ଦେଖନ୍ତୁ ଭିଡିଓ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଟିମ୍‌ ଏବଂ ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଦୁବାଇରେ ଖେଳାଯାଉଛି। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ...

ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video

ଦୁବାଇ,୨୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ପୁଣି ଥରେ ଟିମ ଇଣ୍ଡିଆ ବିପକ୍ଷରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌...

ଦୁବାଇ ମଇଦାନରେ ଜସପ୍ରିତ ବୁମ୍‌ରାଙ୍କୁ ମିଳିଲା ବଡ଼ ସମ୍ମାନ

ଦୁବାଇ,୨୩।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ଗ୍ରାଉଣ୍ଡରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଅଛନ୍ତି।...

ପାକିସ୍ତାନ ଆମର ଶତ୍ରୁ, ତା’ସହ ଖେଳିବାର ଅର୍ଥ କ’ଣ? କାହିଁକି ଏମିତି ପ୍ରଶ୍ନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୩।୨: ରବିବାର ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ପୂର୍ବରୁ, କଂଗ୍ରେସ ନେତା ରସିଦ ଆଲଭି ଭାଜପାକୁ ଏହା...

ଚାମ୍ପିଅନ୍ସ ଟ୍ରଫି ପରେ ସନ୍ନ୍ୟାସ ନେବେ ରୋହିତ ଶର୍ମା? ବଡ଼ ଦାବି କଲେ…

ଦୁବାଇ,୨୩।୨: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ମହାମୁକାବିଲା ଉପରେ ରହିଛି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଭୟ...

ଭାରତ-ପାକିସ୍ତାନ ମହାମୁକାବିଲା ମଧ୍ୟରେ ରାକ୍ଷୀ ସାଓ୍ବନ୍ତ କହିଲେ, ମୁଁ ହେବି ପାକିସ୍ତାନର ବୋହୂ

ନୂଆଦିଲ୍ଲୀ,୨୩।୨: ଆଜି ଅର୍ଥାତ୍‌ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଆରମ୍ଭ ହୋଇଛି। ସମସ୍ତେ ICC ଚାମ୍ପିଅନ ଟ୍ରଫି ୨୦୨୫ ମ୍ୟାଚ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image