ଲକ୍ଷ୍ନୌ,୫।୯: ବହୁଜନ ସମାଜ ପାର୍ଟି(ବିଏସ୍ପି) ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ମାୟାବତୀ ଗୁରୁବାର ଦଳୀୟ ନେତାଙ୍କ ସହ ସାକ୍ଷାତ୍ କରିଛନ୍ତି। ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ସେ ଏହି ସାକ୍ଷାତ୍କାର କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡିଛି। ୧୩ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନେଇ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଏବେଠାରୁ ବିଏସ୍ପି ଅଣ୍ଟା ଭିଡିଥିବା କୁହାଯାଉଛି। ଏହି ସାକ୍ଷାତ୍କାରରେ ବିଏସ୍ପିର ଜିଲାଧ୍ୟକ୍ଷ, ପୂର୍ବତନ ବିଧାୟକ ଓ ଏମ୍ପିମାନେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତଥର ଏହି ଉପ ନିର୍ବାଚନରେ ବିଏସ୍ପି ସମସ୍ତ୧୩ଟି ଆସନରେ ଏକାକୀ ଲଢିବ।