ଇସଲାମାବାଦ,୮।୧୦: ଦଶହରା ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ମନ୍ତ୍ରୀ ଫଓ୍ବାଦ୍ ଚୌଧୁରୀ ଭାରତବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏବେ ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଓ୍ବାଦ୍ ବହୁ ସମୟରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଥାନ୍ତି। ଶୁଭେଚ୍ଛାକୁ କେତେକ ସମର୍ଥନ କରିଥିବାବେଳେ କିଛି ଏହାକୁ ଟ୍ରୋଲ୍ କରିଛନ୍ତି। କେତେକ ଫଓ୍ବାଦ୍ଙ୍କୁ ଅଖଣ୍ଡ ଭାରତ ବିଷୟରେ ମନେ ପକାଇ ଦେଇଛନ୍ତି। ପାକିସ୍ତାନରେ ଥିବା ଆତଙ୍କବାଦୀ ମସୁଦ୍ ଆଝାର ଏବଂ ହାଫିଜ୍ ସଇଦ୍ଙ୍କୁ ହତ୍ୟା କରିବା ଲାଗି କିଛି ଲୋକ ଫଓ୍ବାଦ୍ଙ୍କୁ ପରାମର୍ଶ ଦେଇଛନ୍ତି।
Posted inଅନ୍ତର୍ଜାତୀୟ