ବ୍ରହ୍ମପୁର ଅଫିସ,୧୨ା୬: ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ମୁଖ୍ୟ ରାସ୍ତାରେ ଏକ ଦସ୍ତଖତ ଅଭିଯାନ ବୁଧବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ ସୋସାଇଟି ଫର୍ ରୁରାଲ ଡେଭ୍ଲପ୍ମେଣ୍ଟ(ଆଇଏସ୍ଆରଡି) ଦ୍ୱାରା ପରିଚାଳିତ ଚାଇଲ୍ଡ ଲାଇନ ଦ୍ୱାରା ଆୟୋଜିତ ଏହି ଦସ୍ତଖତ ଅଭିଯାନରେ ମୁଖ୍ୟଅତିଥି ଭାବେ ଏମ୍ପି ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥିଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଚଳିତ ବର୍ଷର ବିଷୟବସ୍ତୁ “ଶିଶୁ ଜମିରେ ନୁହେଁ, ନିଜ ସ୍ବପ୍ନ ଗଢ଼ିବାରେ କାମ କରିବ’କୁ ସଫଳ କରିବାକୁ ଆହ୍ବାନ ଦିଆଯାଇଥିଲା। ବ୍ରହ୍ମପୁର ଚାଇଲ୍ଡ ଲାଇନ ଏବଂ ରେଲଓ୍ବେ ଶିଶୁ ସହାୟତା କେନ୍ଦ୍ରର ସଂଯୋଜକ ସାଇ ପ୍ରସାଦ ସାମଲ ଏବଂ ବୈରାଗୀ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।