ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ ଚଳିତ ବର୍ଷ କାଜୁ ଫସଲରେ ଚାଷୀଙ୍କୁ ନିରାଶ ହେବାକୁ ପଡିଛି। ଯେତିକି କାଜୁ ଅମଳ ହେଉଥିଲା ତାହା ଚଳିତ ବର୍ଷ ୩୦ ରୁ ୪୦ ପ୍ରତିଶତକୁ ଖସିଆସିଛି।
ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଚଳିତବର୍ଷ ଫସଲ ନଷ୍ଟ ହୋଇଥିବାରୁ ଏଭଳି ଅମଳ କମିଥିବା କାଜୁ ବ୍ୟବସାୟୀ ରାମ ପୃଷ୍ଟି କହିଛନ୍ତି। ସେ କହିଛନ୍ତି ଯେ, ଚଳିତବର୍ଷ କାଜୁର ମାନ ମଧ୍ୟ ନିମ୍ନ ରହିଛି। ସେଥି ପାଇଁ ବଜାରରେ ଏହାର ଚାହିଦା କମିଥିବା ସେ ଆଶଙ୍କା କରିଛନ୍ତି। ସେପଟେ କିଲୋ ପିଚ୍ଛା ୧୨୫ରୁ ଉର୍ଦ୍ଧ୍ୱ ଦର ରହୁଥିବା ବେଳେ ଚଳିତବର୍ଷ ଚାଷୀଙ୍କୁ ୧୦୦ରୁ ୧୧୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଗୋଟିଏ ପଟେ ଫସଲ ଅମଳ ହ୍ରାସ, ଅନ୍ୟପଟେ ଶସ୍ତା ଦରରେ ବିକି ଚାଷୀ ବିପୁଳ କ୍ଷତି ସହୁଛି।
ଏବେ ସରକାର ଉକ୍ତ ବ୍ଲକ ଅଞ୍ଚଳରେ ବିଭିନ୍ନ ଚାଷ ପାଇଁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ କାଜୁ ଚାଷୀଙ୍କୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚଳିତବର୍ଷ ଜିଲାର ବାଲିଗୁଡା ଉପଖଣ୍ଡ ଅଞ୍ଚଳର ୯ଟି ବ୍ଲକ ତଥା ତୁମଡିବନ୍ଧ ସମେତ କୋଟଗଡ, ବାଲିଗୁଡା, କ. ନୂଆଗଁା, ଦାରିଙ୍ଗବାଡି, ରାଇକିଆ, ଜି.ଉଦୟଗିରି, ଟିକାବାଲି ଏବଂ ଚକାପାଦ ଅଞ୍ଚଳରେ ୩ଶହ ହେକ୍ଟର ଜମିରେ କାଜୁ ଚାଷ ପାଇଁ ସହାୟତା ପ୍ରଦାନ କରାଯାଇଥିବା ବେଳେ ସେଥିରୁ କେବଳ ଦାରିଙ୍ଗବାଡିରେ ୪୦ହେକ୍ଟର ପର୍ଯ୍ୟନ୍ତ କାଜୁ ଚାଷ କରାଯାଇଛି। ଚାଷୀଙ୍କୁ ସମସ୍ତ ପ୍ରାପ୍ୟ ମିଳି ନ ଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ନୂତନ ଭାବେ ଚାଷ କରୁଥିବା ଚାଷୀଙ୍କୁ ଗୋଟିଏ ହେକ୍ଟର ଜମି ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ରହିଛି। ପ୍ରଥମ ବର୍ଷ ୧୨ ହଜାର, ଦ୍ୱିତୀୟ ବର୍ଷ ୪ ହଜାର ଓ ତୃତୀୟ ବା ଶେଷ ବର୍ଷ ଆଉ ୪ ହଜାର ସହାୟତା କରାଯାଉଥିବା ବେଳେ ଏହା ୩ ବର୍ଷ ମଧ୍ୟରେ ସମସ୍ତ ପ୍ରାପ୍ୟ ବ୍ୟାଙ୍କ ପାସ ବୁକ୍‌ ଜରିଆରେ ମିଳିବ ବୋଲି ବାଲିଗୁଡା ଉପଖଣ୍ଡ ସ୍ତରୀୟ ଉଦ୍ୟାନ ବିଭାଗର ଅତିରିକ୍ତ ଉପନର୍ଦ୍ଦେଶକ ରମାକାନ୍ତ ଗିରି କହିଛନ୍ତି। ସେ କହିଛନ୍ତି ଯେ, ଏବେ କାଜୁ ଚାଷକୁ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଅଞ୍ଚଳରେ ଅଧିକା ଗୁରୁତ୍ୱ ପ୍ରଦାନ କରାଯାଇଛି। ସେଠାକାର ଜଳବାୟୁ କାଜୁ ଚାଷ ପାଇଁ ଅନୁକୂଳ ଥିବା ସେ କହିଛନ୍ତି।
ସୂଚନାଯୋରଗ୍ୟ ଯେ, ଅଞ୍ଚଳରେ ପୂର୍ବରୁ ଚାଷୀ କେବଳ ହଳଦୀ, ଅଦା, କାନ୍ଦୁଲ, ଶୋରିଷ, ତିଳା, ଆଦି ଚାଷ କରୁଥିବା ବେଳେ ଏବେ ଆମ୍ବ, କଦଳୀ, ଫୁଲ ଝାଡୁ, ପନିପରିବା ଆଦି ଚାଷକରି ଭଲ ଦି ପଇସା ରୋଜଗାର କରୁଛନ୍ତି। ସେହିପରି କାଜୁର ବଜାର ଦର ମଧ୍ୟ ଭଲ ରହୁଥିବାରୁ ଏହାକୁ ଏବେ ଚାଷୀ ଆଦରି ନେଇଛି। କୁମ୍ଭାରିଗାଁ ପଞ୍ଚାୟତ ଲମ୍ବକିଆରୀ ଗ୍ରାମରେ ପ୍ରାୟ ୪୦ ଏକର ଜମିରେ ଏହି ଚାଷ କରାଯାଉଥିବା ବେଳେ ବ୍ରାହ୍ମଣୀଗଁାରେ ପ୍ରାୟ ୩୦ ଏକର, ଝିଞ୍ଜିରିଗୁଡା କିରାମାହାରେ ୩୫ ଏକର ଜମିରେ କାଜୁ ଚାଷ କରାଯାଉଛି। ଏହା ମାର୍ଚ୍ଚ ମାସଠାରୁ ମେ’ ପର୍ଯ୍ୟନ୍ତ ଆଦାୟ ଓ ବିକ୍ରି କରାଯାଉଛି। ଆଦାୟ ପୂର୍ବରୁ ନିଅଁା ଦାଉରୁ ଏହାକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ୫ବର୍ଷ ପରିଶ୍ରମ କଲେ ଏହି ଚାଷରେ ବହୁତ ଫାଇଦା ରହିଥିବା କାଜୁ ଚାଷୀ ମାରିଆନ ଉଠାଣ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri