ଦାରିଦ୍ର୍ୟ ନେଲା ଜୀବନ: ୩ ଭଉଣୀ ଏବେ ଅନାଥ, ଅସହାୟ

ଝୁମ୍ପୁରା, ୭।୧୨(ଡି.ଏନ.ଏ.)- ବର୍ଷକ ପୂର୍ବରୁ ମା’ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଥିଲେ। ଏବେ ବେକରେ ଦଉଡ଼ି ଲଗାଇ ବାପା ରାମ ମୁଣ୍ଡା (୫୩) ଆତ୍ମହତ୍ୟା କରିବା ପରେ କେନ୍ଦୁଝର ଜିଲା ଝୁମ୍ପୁରା ଥାନା, ଖେଣ୍ଡରା ପଞ୍ଚାୟତର ପାଟବିଲା ଗ୍ରାମରେ ତାଙ୍କ ୩ ଝିଅ ମନୀଷା (୧୪), ସାବିତ୍ରୀ (୧୨) ଏବଂ ସୁଚିସ୍ମିତା (୪ବର୍ଷ) ଅନାଥ, ଅସହାୟ ହୋଇପଡ଼ିଛନ୍ତି। ଅଭାବ ଅନଟନରେ ଦିନ ବିତାଉଥିବା ରାମ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ଲିଙ୍କ୍‌ କରାଇ ନ ପାରି ୪ ମାସ ହେବ ଚାଉଳ ନ ପାଇ ଶେଷରେ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଇଥିବା ତାଙ୍କ ପଡ଼ୋଶୀଙ୍କ ସମେତ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଝୁମ୍ପୁରା ପୋଲିସ ମୃତଦେହ ଉଦ୍ଧାର କରି ଗତ ୪ ତାରିଖରେ ବ୍ୟବଚ୍ଛେଦ କରାଇବା ପରେ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୧୯) ରୁଜୁକରି ତଦନ୍ତ କରୁଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ରାମ ମୁଣ୍ଡାଙ୍କ ସ୍ତ୍ରୀଙ୍କର ବର୍ଷକ ତଳେ ମୃତ୍ୟୁ ଘଟିବାରୁ ରାମ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ମୂଲମଜୁରି ଲାଗି ୩ ଝିଅଙ୍କ ମୁହଁରେ ଆହାର ଦେଉଥିଲେ। ମନୀଷା ଏବଂ ସାବିତ୍ରୀ ପାଠପଢ଼ା ଛାଡ଼ି ବାପାଙ୍କୁ ସାହାଯ୍ୟ କରିବା ସହିତ ଘରକାମ କରୁଥିଲେ। ସୁଚିସ୍ମିତା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିଲେ। ରାମ ମଜୁରି ଲାଗି ଯାହା ଆଣୁଥିଲେ ସେତିକିରେ ପରିବାର ଚଳାଇବା ସମ୍ଭବ ହେଉ ନ ଥିଲା। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଗରୁ ମିଳୁଥିବା ଚାଉଳ ତାଙ୍କ ଲାଗି ଭରସା ଥିଲା। ଆଧାର ଲିଙ୍କ୍‌ ନିୟମ ପରଠାରୁ ରାମ ପିଡିଏସ୍‌ ସାମଗ୍ରୀ ପାଇ ନ ଥିଲେ। ଏଭଳି ସ୍ଥିତିରେ ଅସହାୟ ହୋଇ ଗତ ୩ ତାରିଖରେ ରାମ ଆତ୍ମହତ୍ୟା କରିଥିବା ପଡ଼ୋଶୀମାନେ କହିଛନ୍ତି। ଗତ କିଛିଦିନ ହେବ ରାମ ତାଙ୍କ ବଡ଼ଭାଇଙ୍କ ଘରୁ ଚାଉଳ ଧାର ଆଣି ରୋଷେଇ କରିବାକୁ ଦେଉଥିଲେ ବୋଲି ତାଙ୍କ ବଡ଼ଝିଅ ମନୀଷା କହିଛନ୍ତି। ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ପଞ୍ଚାୟତବାସୀ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ରାମଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ତାଙ୍କ ୩ ଝିଅଙ୍କ ସମ୍ପର୍କରେ ଖବର ପାଇ ଚାଇଲ୍ଡଲାଇନ ପକ୍ଷରୁ ଦମୟନ୍ତୀ ମହାନ୍ତ, ଜଗଦୀଶ କାରୁଆ ପ୍ରମୁଖ ଯାଇ ସେମାନଙ୍କୁ ଭେଟିଥିବା ଜଣାପଡିଛି। ଏ ଦିଗରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରା କହିଛନ୍ତି। ଖେଣ୍ଡରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫୁଲମଣି ନାଏକଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରୁ ମିଳିଲା ୨ ଲକ୍ଷ ୮୦ ହଜାର ଟଙ୍କା, ସ୍ବାସ୍ଥ୍ୟ ବିଭାଗ ବରିଷ୍ଠ ସହାୟକ ଗିରଫ

କେନ୍ଦୁଝର,୫।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ଗତକାଲି ସନ୍ଧ୍ୟାରେ ହୋଟେଲ ଅଜନ୍ତା ନିକଟରୁ ଟଙ୍କା ସହ ଧରିଥିବା ଏଡିପିଏଚ୍‌ଓ (ପରିବାର କଲ୍ୟାଣ)ଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ...

‘ଡାକ୍ତର ଫେରିଛି’ କ୍ଷୁଦ୍ର ଚଳଚ୍ଚିତ୍ରର ମହୁରତ

କେନ୍ଦୁଝର ୫।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଖମଣଗୋଡା ସାହି, ଗୋବିନ୍ଦପୁର ସ୍ଥିତ ପ୍ରୟାସ ସେବାଗ୍ରାମଠାରେ ଅବସ୍ଥିତ ଶିରିଡି ସାଇ ମନ୍ଦିରରେ କେନ୍ଦୁଝର ଡ୍ରାମା...

ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ

ହାଟଡିହୀ,୫l୧୧(ଶୁଭକାନ୍ତ ନାୟକ):ସମ୍ପ୍ରତି ସମାଜରେ ଦୈନନ୍ଦିନ ଜୀବନରେ ଅନ ଲାଇନ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ ଅଟନ୍ତି l ବିଭିନ୍ନ କାର୍ଯ୍ୟ ପାଇଁ ଅନ ଲାଇନ ପଦ୍ଧତି...

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ: ସ୍କୁଟିରେ ଯାଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ୟୁନିଟ୍‌ ସୋମବାର ସାରେ କେନ୍ଦୁଝର ସହରରେ ଥିବା ହୋଟେଲ ଅଜନ୍ତା ନିକଟରେ ଏକ ସ୍କୁଟି (ଓଡି୦୯ଏଏ ୯୩୪୮)ରୁ ୨...

ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ, ଘଟଣାସ୍ଥଳରେ ଉତ୍ତେଜନା: ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର,୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଲୋଡିଂ ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ...

ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା: ପ୍ରବଳ ଜନସମାଗମ

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାର ପଡ଼ା ବ୍ଲକ ରେ ସୋମବାର ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ପୂର୍ବତନ...

କେନ୍ଦୁଝରରେ ବିଜେଡିକୁ ଝଟକା: ଭାଜପାରେ ଯୋଗଦେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ଭାଜପାରେ ସାମିଲ

କେନ୍ଦୁଝର,/ପାଟଣା(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ (ରାଜା) ଏବଂ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri