Posted inଜାତୀୟ

ଦିନକ ପରେ ପାର୍ଲାମେଣ୍ଟର ଶୀତ ଅଧିବେଶନ: ଆସିବ ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୧୭ା୧୧(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିଲାବେଳେ ଏଥିରେ ସରକାର ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ସମେତ ୩୫ଟି ବିଧେୟକ ଆଣିବାକୁ ଯାଉଛନ୍ତି। ଡିସେମ୍ବର ୧୩ରେ ଶେଷ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୨୦ଟି କାର୍ଯ୍ୟଦିବସ ରହିଛି।
ନାଗରିକତ୍ୱ ଆଇନ, ୧୯୫୫ରେ ସଂଶୋଧନ କରି ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନରୁ ଆସିଥିବା ବେଆଇନ ଦେଶାନ୍ତରୀ ହିନ୍ଦୁ, ଶିଖ୍‌, ବୌଦ୍ଧ ଧର୍ମାବଲମ୍ବୀ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ସରକାର ବିଲ୍‌ ଆଣିବେ। ପଡୋଶୀ ଦେଶରୁ ଆସିଥିବା ଅଣମୁସଲମାନ ଦେଶାନ୍ତରୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଭାଜପାର ମୁଖ୍ୟ ଏଜେଣ୍ଡା ଥିଲା। ନାଗରିକତ୍ୱ ଆଇନ, ୧୯୫୫ ଅନୁଯାୟୀ ଭାରତର ନାଗରିକତ୍ୱ ହାସଲ କରିବାକୁ ହେଲେ ଆବେଦନକାରୀ ଭାରତରେ ଶେଷ ୧୨ ମାସ ନିଶ୍ଚିତ ରହିବା ସହିତ ପୂର୍ବ ୧୪ ବର୍ଷରୁ ୧୧ ବର୍ଷ ରହିଥିବେ। ସଂଶୋଧିତ ବିଲ୍‌ରେ ଉକ୍ତ ୧୧ ବର୍ଷ ସମୟସୀମାକୁ ୬ ବର୍ଷକୁ ହ୍ରାସ କରାଯିବ ।
ପୂର୍ବର ନରେନ୍ଦ୍ର ମୋଦି ସରକାର ଏହି ବିଲ୍‌ ଆଣିଥିଲେ ହେଁ ବିରୋଧୀ ଦଳଗୁଡ଼ିକର ଜୋର୍‌ଦାର ପ୍ରତିବାଦ କାରଣରୁ ଅଟକି ରହିଥିଲା। ଲୋକ ସଭା ଭଙ୍ଗ ହେବାରୁ ଉକ୍ତ ବିଲ୍‌ ରଦ୍ଦ ହୋଇଯାଇଥିଲା। ଏହା ବ୍ୟତୀତ କର୍ପୋରେଟ ସଂସ୍ଥାଗୁଡ଼ିକ ପରିଚାଳନା କରୁଥିବା ଉପଭୋକ୍ତା ତଥ୍ୟ ଉପରେ କଟକଣା ଲାଗୁ କରିବା ଲାଗି ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ଅଣାଯିବ। ସେହିପରି ଇ-ସିଗାରେଟ ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ଲାଗି ସରକାର ଗତ ସେପ୍ଟେମ୍ବରରେ ଅଧ୍ୟାଦେଶ ଆଣିଥିଲେ। ଏହା ବଦଳରେ ଆଇନ ଆଣିବା ଲାଗି ଶୀତ ଅଧିବେଶନରେ ବିଲ୍‌ ଅଣାଯିବ। ଆସିବାକୁ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟରେ ରହିଛି ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‌, ଶିଳ୍ପ ସମ୍ପର୍କ କୋଡ୍‌ ବିଲ୍‌, ଟିକସ ଆଇନ ସଂଶୋଧନ ବିଲ୍‌, କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ୍‌, ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ନ୍ୟାଶନାଲ କମିଶନ ଫର୍‌ ଇଣ୍ଡିଆନ ସିଷ୍ଟମ୍‌ ଅଫ୍‌ ମେଡିସିନ୍‌ ବିଲ୍‌, ୨୦୧୯, ସରୋଗେସି (ନିୟନ୍ତ୍ରଣ) ବିଲ୍‌ ଏବଂ ଜାଲିଆନାଓ୍ବାଲା ବାଗ୍‌ ଜାତୀୟ ସ୍ମାରକୀ (ସଂଶୋଧନ) ବିଲ୍‌।
ଶନିବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଡାକିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଏବଂ ଅର୍ଜୁନ ରାମ ମେଘଓ୍ବାଲ ଉପସ୍ଥିତ ଥିଲେ। ସେହିପରି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ତୃଣମୂଳ କଂଗ୍ରେସରୁ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମ୍‌କେରୁ ଟି.ଆର୍‌. ବାଲୁ, ବିଏସ୍‌ପିରୁ ଡାନିସ୍‌ ଅଲିି ବୈଠକରେ ଯୋଗଦେଇଥିଲେ। ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଯୋଜନାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri