ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ ଗୋଟିଏ ଜୀବନ ଯାଉଛି। ଶନିବାର ସୁଦ୍ଧା ବିଶ୍ୱରେ ୩୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨.୪୧ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏଥିରେ ପ୍ରାଣ ହରାଇଲେଣି। ସବୁଠାରୁ ବଡ଼କଥା ହେଲା ଗୋଟିଏ ଦିନରେ ୨ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୩୮ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ଶନିବାର କେବଳ ଆମେରିକାରେ ୬ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଦେଖିବାକୁ ମିଳିଛି।
ଆମେରିକାରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୧.୩୮ ଲକ୍ଷରେ ପହଞ୍ଚିଛି। ଏଠାରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୬୬ ହଜାର ଟପିଛି। ସେହିଭଳି ସ୍ପେନ୍‌ରେ ୨.୪୫ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବାବେଳେ ୨୫ ହଜାର ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୨୮,୭୧୦ ବ୍ୟକ୍ତି ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବଢ଼ି ୨.୦୯ ଲକ୍ଷରେ ପହଞ୍ଚିଲାଣି। ସେହିଭଳି ଫ୍ରାନ୍ସରେ ୨୪,୫୯୬ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୬୭ ଲକ୍ଷ ଟପିଛି। ବ୍ରିଟେନରେ ୧.୭୭ ଲକ୍ଷ କରୋନା ରୋଗୀ ଥିବାବେଳେ ୨୭,୫୧୦ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଅନୁରୂପ ଭାବେ ଜର୍ମାନୀ, ରୁଷିଆ, ତୁର୍କୀରେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି, ଯାହାକି ଆଗାମୀ ଦିନ ପାଇଁ ଚିନ୍ତା ବଢ଼ାଇଛି। ଜର୍ମାନୀରେ ୬,୭୩୬, ରୁଷିଆରେ ୧,୨୨୨, ତୁର୍କୀରେ ୩,୨୫୮, ଇରାନରେ ୬,୧୫୬, ବ୍ରାଜିଲରେ ୬,୪୩୪, ଚାଇନାରେ ୪,୬୩୩, ବେଲଜିୟମରେ ୭,୭୬୫, ନେଦରଲାଣ୍ଡ୍ସ୍‌ରେ ୪,୯୮୭ ବ୍ୟକ୍ତି ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ସୁନୀତାଙ୍କୁ କେତେ ମିଳିବ ପେନଶନ, ଜାଣନ୍ତୁ ମହାକାଶଚାରୀଙ୍କୁ ମିଳେ ଏତେ ସୁବିଧା

ନୂଆଦିଲ୍ଲୀ,୧୯।୩: ଗତ ବର୍ଷ ଜୁନ ମାସରେ, ନାସା ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଆଠ ଦିନିଆ ମିଶନରେ ମହାକାଶ ଷ୍ଟେସନ ISS କୁ ପଠାଇଥିଲା।...

Sunita Williams: କେବେ ଭାରତ ଆସିବେ ସୁନିତା? ପୂରା ପ୍ଲାନ କହିଲେ ଭଉଣୀ

ଓ୍ବାଶିଂଟନ,୧୯।୩: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଧବାର ସକାଳେ (ମାର୍ଚ୍ଚ ୧୯) ପୃଥିବୀକୁ ଫେରି ଆସିଛନ୍ତି। ୯ ମାସ ୧୪ ଦିନ ବିତାଇବା...

ସୁନୀତାଙ୍କ ପରି କ୍ରୁ ମେମ୍ବରଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ NASA, ଖାଇବା ପିଇବା ଖର୍ଚ୍ଚ ଜାଣିଲେ…

ନୂଆଦିଲ୍ଲୀ,୧୯।୩: ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ 314 ଦିନ ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ଭୋର 3.26 ସମୟରେ, ତାଙ୍କର...

୯ ମାସ ଧରି ନାସାରେ କ’ଣ କରୁଥିଲେ ସୁନିତା? ନାସା କହିଲା…

ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଶେଷରେ ୯ମାସ ପରେ ପୃଥିବୀକୁ ଫେରି ଆସିଛନ୍ତି। ଉଭୟ ମହାକାଶଚାରୀ ବୁଧବାର (୧୯ ମାର୍ଚ୍ଚ)...

ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ ଏବେ ସମାନ୍ୟ ହେବାକୁ କେତେ ସମୟ ଲାଗିବ ସୁନିତାଙ୍କୁ, ଜାଣନ୍ତୁ…

ଓ୍ବାଶିଂଟନ,୧୯।୩: ସୁନିତା ୱିଲିୟମ୍ସ ୯ମାସ ପରେ ପୃଥିବୀକୁ ଫେରିଛନ୍ତି। ଫ୍ଲୋରିଡା ଉପକୂଳରେ ଅବତରଣ କରିବା ପରେ ସୁରକ୍ଷା ଯାଞ୍ଚ ଶେଷ ହୋଇଛି। ଡ୍ରାଗନଟିକୁ ସମୁଦ୍ରରୁ ଉଠାଇ...

Sunita Williams : ହସି ହସି ପୃଥିବୀ ପୃଷ୍ଠରେ ପହଞ୍ଚିଲେ ସୁନିତା, ହେଲେ କେବେ ଭେଟିବେ ପରିବାର ସଦସ୍ୟଙ୍କୁ ଜାଣନ୍ତୁ

ଓ୍ବାଶିଂଟନ,୧୯।୩: ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ...

ଟେକଅପ ପରେ ସମୁଦ୍ର ନିକଟରେ ଖସି ପଡ଼ିଲା ବିମାନ ୧୨ ମୃତ

ଟେଗୁସିଗଲ୍ପା,୧୯।୩: ସୋମବାର ରାତିରେ ରୋଆଟାନ ଦ୍ୱୀପରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ ବିମାନ ହଣ୍ଡୁରାସ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ...

ସୁନୀତା ୱିଲିୟମ୍ସ ଅବତରଣବେଳେ ସମୁଦ୍ରରେ ଦେଖାଗଲା ଅଜବ ଦୃଶ୍ୟ: ଭାଇରାଲ ହେଉଛି ଭିଡିଓ

ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image