ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କଳାକରମାନେ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଛନ୍ତି। ଏହିକ୍ରମରେ ଗୀତିକାର ଜିପି ଗ୍ରଓ୍ବୋଲ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। ହେଲେ ତାଙ୍କୁ ଦିନରେ ଶୋଇ ରାତିସାରା ଚେଇଁ ରହିବାକୁ ପଡ଼ୁଛି। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।
ପ୍ରକୃତ କଥା ହେଲା ଜିପିଙ୍କ ପିଲାମାନେ କାନାଡାରେ ରହି ପାଠ ପଢୁଛନ୍ତି। ଲକଡାଉନ ଯୋଗୁ ଅନଲାଇନରେ ପାଠ ପଢା ଚାଲିଛି। ତେବେ ଭାରତୀୟ ସମୟ ଅନୁସାରେ ରାତି ୯ ଟାରୁ ସକାଳ ୩ଟା ପର୍ଯ୍ୟନ୍ତ ତାଙ୍କ ପିଲାଙ୍କ ପାଠ ପଢା ହେଉଛି। ଏଥିପାଇଁ ତାଙ୍କୁ ରାତି ସାରା ଚେଇଁ ରହିବାକୁ ପଡ଼ୁଛି।