ଦିନରେ ସମ୍ଭାଳୁଛନ୍ତି ବ୍ୟବସାୟ, ରାତିରେ ଗାୟକ: ୪୫ ବର୍ଷରେ ୫ ହଜାର ମଞ୍ଚ

(ଦୀନେଶ ଦେହୁରୀ)
ବନ୍ତଳା,୨୩ା୫: ଦିନରେ ମା’ଙ୍କ ବ୍ୟବସାୟକୁ ବଢ଼ାଉଛନ୍ତି ଆଗକୁ। ଆଉ ରାତିରେ ଜାମାଯୋଡ ହୋଇ ଚାମର ଧରି ଗାୟକ, ପାଳିଆଙ୍କ ସାଥେ ଓହ୍ଲାଉଛନ୍ତି ମଞ୍ଚକୁ। ଦୀର୍ଘ ୪୫ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ସ୍ଥାନରେ ପାଲା ପରିବେଷଣ କରିସାରିଲେଣି ଗାୟକ ସୁରେଶ ସାହୁ (୬୯)। ୭ଶହ ବାଦୀପାଲାରେ ସେ ଅଂଶଗ୍ରହଣ କରିଥିବା ବେଳେ ୧୯ଥର ରେଡିଓ ଓ ୬ଥର ଟିଭିରେ ନିଜ କଳା ପ୍ରଦର୍ଶନ କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା ଓ ପ୍ରମାଣପତ୍ର।
ବାପା ପ୍ରାଣବନ୍ଧୁ ସାହୁଙ୍କ କଳାରେ ବଳିୟାନ ଗାୟକ ସୁରେଶଙ୍କ ଘର ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ। ମାତ୍ର ୫ ବର୍ଷ ବୟସରେ ସେ ହରାଇଥିଲେ ବାପାଙ୍କୁ। ଗଁାରେ ଛୋଟ ଜଳଖିଆ ଦୋକାନ କରିଥିବା ମା’ ରାଧିକା ୪ ପିଲାଙ୍କ ପେଟକୁ ଦାନା ଦେବାରେ ସମର୍ଥ ହୋଇଥିଲେ ହେଁ ଅଧିକ ପାଠ ପଢ଼ାଇ ପାରି ନ ଥିଲେ କାହାକୁ। ସବୁଠୁ ସାନ ସୁରେଶ ଏମ୍‌.ଇ. ସ୍କୁଲ ପର୍ଯ୍ୟନ୍ତ ଯାଇପାରିଥିଲେ। ପରେ ମାମୁଙ୍କ ସହାୟତା ଯୋଗୁ ୧୯୬୮ରେ ସେ ଏକାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାଭିତରେ ମା’ଙ୍କଠାରୁ ଜଳଖିଆ ପ୍ରସ୍ତୁତି କାର୍ଯ୍ୟ ସମ୍ପୂର୍ଣ୍ଣ ଶିଖି ନେବା ସହ ବ୍ୟବସାୟକୁ ମଧ୍ୟ ଆଦରି ନେଇଥିଲେ। ହେଲେ ତାଙ୍କ କଣ୍ଠ ସ୍ବର ଭଲ ହୋଇଥିବାରୁ ସ୍କୁଲ ଶିକ୍ଷକ ଓ ସାଙ୍ଗମାନେ ବାପାଙ୍କ ପରି ପାଲା ଗାଇବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ତାହାକୁ ମଧ୍ୟ ଗ୍ରହଣ କରି ନେଇଥିଲେ ସୁରେଶ। ବାପାଙ୍କ ଚାମର, ବହି, ଗିନିକୁ ମା’ଙ୍କଠାରୁ ନେଇ ୧୯୭୩ରେ ଅନୁଗୋଳର ପାଲା ଗାୟକ ପାଇଛା ନନ୍ଦ ନାଥଙ୍କୁ ଗୁରୁ କରି ସେ ପାଲା ଶିଖିବା ଆରମ୍ଭ କରିଥିଲେ। ପରେ ଜଗତସିଂହପୁର ଜିଲା କୁଜଙ୍ଗ ବାଘୁଆଠେଙ୍ଗର ନିଶାକର ଷଡଙ୍ଗୀ, ନୟାଗଡ଼ ଜିଲା ସାଲୁଣିର ଗୋବର୍ଦ୍ଧନ ବେହେରାଙ୍କ ନିକଟରେ ମଧ୍ୟ କାମ କଲେ। ଗାୟକ ବିଦ୍ୟାରେ ପାରଙ୍ଗମ ହେବା ପରେ ୧୯୭୪ରେ ସେ ନିଜେ ଓହ୍ଲାଇଥିଲେ ମଞ୍ଚକୁ। ୧୯୭୭ରେ ବିବାହ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇଥିଲା। ତେଣୁ ୧୯୮୧ରେ ସେ ମା’ଙ୍କ ଜଳଖିଆ ଦୋକାନ ସମ୍ଭାଳିଲେ। ଦିନତମାମ ଦୋକାନରେ ଜଳଖିଆ ପ୍ରସ୍ତୁତି ଓ ବିକ୍ରି ସହ ରାତିରେ ନିମନ୍ତ୍ରଣ ଅନୁଯାୟୀ ବିଭିନ୍ନ ଗଁାରେ ପାଲା ପରିବେଷଣ କଲେ। ପ୍ରଥମେ ପାଲାରୁ ମାତ୍ର ୩୦ ଟଙ୍କା ମିଳୁଥିଲା। ହେଲେ ଏବେ ୭ ହଜାରରୁ ଅଧିକ ଟଙ୍କା ସେ ପାଇପାରୁଛନ୍ତି। ୭୦୦ରୁ ଊଦ୍ଧର୍‌ବ ବାଦ ମଞ୍ଚ, ୫୦୦୦ରୁ ଅଧିକ ମଞ୍ଚ, ୧୯ ଥର ରେଡିଓ ଏବଂ ୬ଥର ଟିଭିରେ ପାଲା ପରିବେଷଣ କରିସାରିଛନ୍ତି। ଜିଲା ଓ ରାଜ୍ୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସମ୍ବଲପୁରରେ ପାଲା ପରିବେଷଣ ବେଳେ ଗାୟକ ସ୍ବରଶ୍ରେଷ୍ଠ ଓ ଅନୁଗୋଳରେ ତାଙ୍କୁ ଗାୟକ ଭୂଷଣ ଉପାଧିରେ ଭୂଷିତ କରାଯାଇଛି। ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦ ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ମାନପତ୍ର ଦିଆଯାଇଛି। ଅନୁଗୋଳ ସଂଘ ତରଫରୁ ୨୦ ଥର ମାନପତ୍ର ପାଇଛନ୍ତି। ୫୫୦ରୁ ଊଦ୍ଧର୍‌ବ ସରକାରୀ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇ ସେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିଆସିଛନ୍ତି। ୯ ବର୍ଷ ହେଲା ମାସିକ ୧୨ ଶହ ଟଙ୍କା କଳାକାର ଭତ୍ତା ଆକାରରେ ପାଉଛନ୍ତି। ଦୁଇ ପୁଅ ଓ ଗୋଟିଏ ଝିଅର ବିବାହ ଦେଇସାରିଥିଲେ ବି ବ୍ୟବସାୟ କି ପାଲା ପରିବେଷଣରେ ଏଯାଏ ପୂର୍ଣ୍ଣଚ୍ଛେଦ ଟାଣି ନାହାନ୍ତି ସେ। ଜୀବନ ଥିବା ଯାଏ ପରିବାରର ଏହି ପରମ୍ପରାକୁ ସେ ଆଗେଇ ନେବେ ବୋଲି କହିଛନ୍ତି ସୁରେଶ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪%...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ବାଂଲାଦେଶରୁ ଆସିଥିବା ଜାହାଜରେ ସନ୍ଦିଗ୍ଧ ପାରା

ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା...

ରାସ୍ତା ନିର୍ମାଣକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ

ତିହିଡି, ୨୪।୧୨(ସଞ୍ଜିତ ବଳ): ତିହିଡି ବ୍ଲକ ଭଟପଡା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ମଙ୍ଗଳବାର ଏକ ରାସ୍ତା ନିର୍ମାଣକୁ ନେଇ ଭାଜପା ଓ କଂଗେସ କର୍ମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri