Posted inଖେଳ

ଦିବରାତ୍ର ଟେଷ୍ଟ: ଇନିଂସ ପରାଜୟ ଏଡାଇବା ଲାଗି ପାକିସ୍ତାନର ସଂଘର୍ଷ

ଆଡିଲେଡ, ୧।୧୨(ଏଏଫ୍‌ପି)- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୨୭ ଓଭରରେ ୩ ଉଇକେଟ ହରାଇ ୫୮୯ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ବାବର ଆଜାମ ୯୭ ଓ ୟାସିର ଶାହାଙ୍କ ୧୧୩ ରନର ଶତକୀୟ ପାଳି ବଳରେ ୯୪.୪ ଓଭରରେ ୩୦୨ ରନ କରି ଅଲଆଉଟ ହୋଇଥିଲା। ଫଳରେ ପ୍ରଥମ ଇନିଂସରେ ପାକିସ୍ତାନ ୨୮୭ ରନ ପଛରେ ପଡିଥିଲା। ଏହାପରେ ପାକିସ୍ତାନକୁ ଅଷ୍ଟ୍ରେଲିଆ ଫଲୋଅନ ଦେଇଥିଲା।
ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୬.୫ ଓଭରରେ ୩ ଉଇକେଟ ହରାଇ ୩୯ ରନ ସଂଗ୍ରହ କରିଛି। ବର୍ଷା ଯୋଗୁ ଅବଶ୍ୟ ଖେଳ କିଛି ସମୟ ବାଧା ପ୍ରାପ୍ତ ହୋଇଥିଲା। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ପାକିସ୍ତାନ ୭ ଉଇକେଟ ହାତରେ ରଖି ଇନିଂସ ପରାଜୟ ଏଡାଇବା ପାଇଁ ଆହୁରି ୨୪୮ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଶାନ ମାସୁଦ ୧୪ ଓ ଆସାଦ ସାଫିକ୍‌ ୮ ରନ କରି ଅପରାଜିତ ରହିଛନ୍ତି। ଓପନର ଇମାମ-ଉଲ ହକ୍‌ ଖାତା ଖୋଲିବା ପୂର୍ବରୁ ଜୋସ ହାଜେଲଉଡଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଅଧିନାୟକ ଅଝାର ଅଲି ୯ ରନ କରି ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପ୍ରଥମ ଇନିଂସରେ ଲଢୁଆ ପାଳି ଖେଳିଥିବା ବାବର ଆଜମ ୮ ରନ କରି ଉଇକେଟକିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ହାଜେଲଉଡଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ହାଜେଲଉଡ ୨ ଓ ଷ୍ଟାର୍କ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୯୬/୬ରୁ ଖେଳ ଆରମ୍ଭ କରି ପାକିସ୍ତାନ ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବାବର ଆଜମ ୪୩ ରନରୁ ଖେଳ ଆରମ୍ଭ କରି ୯୭ ରନକରି ଆଉଟ ହେବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ସେହିପରି ୟାସିର ଶାହା ୪ ରନରୁ ଖେଳ ଆରମ୍ଭ କରି ୧୧୩ ରନର ଶତକୀୟ ପାଳି ଖେଳି ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଶାହିନ ଶାହ ଆଫ୍ରିଦି ଖାତା ଖେଳିବା ପୂର୍ବରୁ ଆଉଟ ହୋଇଥିଲେ। ମହମ୍ମଦ ଆବାସ ୨୯ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ମୁସା ୧୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୬, ପ୍ୟାଟ କୁମିନ୍ସ ୩, ହାଜେଲଉଡ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତି ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୨୭ ଓଭରରେ ୫୮୯/୩ (ଇନିଂସ ଘୋଷଣା)।
ପାକିସ୍ତାନ ପ୍ରଥମ ଇନିଂସ- ୯୪.୪ ଓଭରରେ ୩୦୨ ଅଲଆଉଟ
(ୟାସିର ଶାହ- ୧୧୩, ବାବର ଆଜମ- ୯୭, ଆବାସ- ୨୯, ମିଚେଲ ଷ୍ଟାର୍କ- ୬/୬୬, ପ୍ୟାଟ କୁମିନ୍ସ- ୩/୮୩)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୧୬.୫ ଓଭରରେ ୩୯/୩ (ଫଲୋଅନ୍‌)
(ଶାନ୍‌ ମାସୁଦ- ୧୪*, ହାଜେଲଉଡ- ୨/୧୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri