Posted inଖେଳ

ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ପର୍ଥ,୧୫।୧୨(ଏଏଫ୍‌ପି)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଆହୁରି ମଜଭୁତ୍‌ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୪୬.୨ ଓଭରରେ ୪୧୬ ରନକରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୫.୨ ଓଭରରେ ମାତ୍ର ୧୬୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୨୫୦ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫୭ ଓଭରରେ ୬ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରିଛି। ଫଳରେ ମୋଟ ଉପରେ ଅଷ୍ଟ୍ରେଲିଆ ଏବେ ୪୧୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାଥ୍ୟୁ ଓ୍ବେଡ ୮ ଓ ପ୍ୟାଟ କୁମିନ୍ସ ୧ ରନ କରି ଅପରାଜିତ ରହିଛନ୍ତି। ଦ୍ୱିତୀୟ ଇନିଂସରେ ଅବଶ୍ୟ ଅଷ୍ଟ୍ରେଲିଆ ଆଶାନୁରୂପ ବ୍ୟାଟିଂ କରିପାରି ନ ଥିଲା। ଦଳ ତରଫରୁ ଓପନର ଜୋ ବନର୍‌ସ ୫୩ ଓ ମାର୍ନସ ଲାବୁସେନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଏହି କ୍ରମରେ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ୧୯, ଷ୍ଟିଭ୍‌ ସ୍ମିଥ୍‌ ୧୬, ଟ୍ରାଭିସ ହେଡ ୫ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଟିମ୍‌ ପେନ୍‌ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି ସର୍ବାଧିକ ୪ ଓ ନିଲ ଓ୍ବାଗନର ୨ଟି ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୦୯/୫ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରସ ଟେଲର ୬୬ରୁ ଖେଳ ଆରମ୍ଭ କରି ୮୦ ରନ ଓ ବିଜେ ଓ୍ବାଟଲିଂ ଶୂନରୁ ଖେଳ ଆରମ୍ଭ କରି ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ କଲିନ ଡି ଗ୍ରାଣ୍ଡହୋମ ୨୩, ମିଚେଲ ସାଣ୍ଟନର ୨, ସୌଦି ୮ ରନ କରି ଆଉଟ ହୋଇଥିବାବେଳେ ଲୋକି ଫର୍ଗସନ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫, ସ୍ପିନର ନାଥନ ଲିୟନ ୨, ଜୋସ୍‌ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ମାର୍ନସ ଲାବୁସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୪୬.୨ ଓଭରରେ ୪୧୬ ରନରେ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୫.୨ ଓଭରରେ ୧୬୬ ଅଲଆଉଟ
(ରସ୍‌ ଟେଲର- ୮୦, କେନ୍‌ ଓ୍ବିଲିୟମସନ- ୩୪, କଲିନ ଡି ଗ୍ରାଣ୍ଡହୋମ- ୨୩, ମିଚେଲ ଷ୍ଟାର୍କ- ୫/୩୨, ନାଥନ ଲିୟନ- ୨/୪୮)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୫୭ ଓଭରରେ ୧୬୭/୬
(ଜୋ ବନର୍‌ସ- ୫୩, ମାର୍ନସ ଲାବୁସେନ- ୫୦, ଟିମ ସୌଦି-୪/୬୩, ନିଲ ଓ୍ବାଗନର- ୨/୪୦)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି...

ଏମିତି ଛକା ମାରିଲେ ୱିଲିୟମସନ, କ୍ୟାଚ୍‌ ଧରି ୯୦ ଲକ୍ଷ ଟଙ୍କା ଜିତିଲେ ଦର୍ଶକ

କେପଟାଉନ୍‌,୧୧।୧:ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ କେନ ୱିଲିୟମସନ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଏସ୍‌ଏ୨୦ରେ ନଜର ଆସୁଛନ୍ତି। ଏହି କିୱି ବ୍ୟାଟସମ୍ୟାନ ଟୁର୍ନାମେଣ୍ଟରେ ଡର୍ବାନ ସୁପର ଜଏଣ୍ଟ୍ସ ପାଇଁ...

ଇଂଲଣ୍ଡ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତକୁ ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୧୧।୧: ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବାକୁ ଅଛି। ସିରିଜରେ...

ଓଡ଼ିଶାର ଆହାନ ମିଶ୍ରଙ୍କୁ ସଫଳତା

ଭୁବନେଶ୍ୱର, ୧୧।୧ (ତପନ ସ୍ବାଇଁ): କୋଲକାତାରେ ଅନୁଷ୍ଠିତ ଏଆଇଟିଏ ୧୮ ବର୍ଷରୁ କମ୍‌ ସିଏସ୍‌୭ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଡବଲ୍ସରେ ଚାମ୍ପିୟନ ଓ...

ଅକ୍‌ଲାଣ୍ଡରେ ଗେଲ୍‌ ମନଫିଲ୍ସଙ୍କ ରେକର୍ଡ

ଅକ୍‌ଲାଣ୍ଡ,୧୧ା୧ (ଏପି): ଗେଲ୍‌ ମନଫିଲ୍ସ ଏଠାରେ ଚାଲିଥିବା ଏକ ପୁରୁଷ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆମେରିକାର ନିସ୍‌ହେସ ବାସାଭା...

ଆୟର୍ଲାଣ୍ଡ ବିପକ୍ଷରେ ଭାରତ ବିଜୟୀ

ରାଜକୋଟ, ୧୧।୧: ପ୍ରତିକା ରାଓ୍ବଲ ଓ ତେଜାଲ ହସବନିସଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ଶୁକ୍ରବାର ଅନୁଷ୍ଠିତ ମହିଳା ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ...

ନୀରଜ ବିଶ୍ୱର ଶ୍ରେଷ୍ଠ ଜାଭେଲିନ୍‌ ଥ୍ରୋୟର

ନୂଆଦିଲ୍ଲୀ, ୧୧ା୧ (ପି.ଟି.): ଭାରତର ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜ ଚୋପ୍ରା ଆମେରିକାର ବିଶ୍ୱ ପ୍ରସିଦ୍ଧ ‘ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ନ୍ୟୁଜ୍‌’ ମାଗାଜିନ୍‌ ଦ୍ୱାରା...

ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍‌ ଅଶ୍ୱିନ୍‌: ଦେଶରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୧୧।୧:କେନ୍ଦ୍ର ସରକାର ହିନ୍ଦୀ ଭାଷାର ପ୍ରସାର ଉପରେ ଜୋର୍‌ ଦେଉଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାର ଦୃଢ଼ ବିରୋଧ କରିଆସୁଛନ୍ତି। ଶେଷରେ କ୍ରିକେଟର ରବିଚନ୍ଦ୍ରନ୍‌ ଅଶ୍ୱିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri