ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା

ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର ଖେଳପଡିଆରେ ମୟୂରଭଞ୍ଜ ଜିଲାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କ ଏକ ଜିଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ପତାକା ଉତ୍ତୋଳନ କରି ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ, ଜିଲା କ୍ରୀଡ଼ା ଅଧିକାରୀ ଭୋଜରାଜ ମହାପାତ୍ର, ସମସ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ ା
ଜିଲାର ସମସ୍ତ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଓ ସାଧାରଣ ବିଦ୍ୟାଳୟର କେତେକ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଜିଲାର ବିଭିନ୍ନ ହାଇସ୍କୁଲର ଖେଳ ଶିକ୍ଷକ, ଲକ୍ଷ୍ମୀପୋଷି ସ୍ବତନ୍ତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ, କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ଉଦ୍‌ଯାପନୀ ସମାରୋହରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକାକୁ ଅବତରଣ କରି କୃତୀ ପ୍ରତିଯୋଗୀମାନଙ୍କୁ ଆର୍ଥତ୍କ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

ଜେଲ୍‌ ଭିତରକୁ ନେଇଥିଲେ ମୋବାଇଲ, ପରେ…

ବାରିପଦା,୧୪।୯: କାର୍ଯ୍ୟରେ ଥାଇ ମୋବାଇଲ ବ୍ୟବହାର ପଡ଼ିଲା ମହଙ୍ଗା।ଜେଲ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର। ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ...

ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ…

ବାରିପଦା,୧୪ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧...

କାର୍ଯ୍ୟରେ ଅବହେଳା ଅଭିଯୋଗ: ୪ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଂଜ ଜିଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୪ ଶିକ୍ଷୟିତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri