ଦିଲ୍ଲୀ ସିଂହାସନ: ୨୨ବର୍ଷ ଧରି ଦୂରରେ ଭାଜପା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ କ୍ଷମତା ଦଖଲ କରିବା ପାଇଁ ଭାଜପା ଦେଖିଥିବା ସ୍ବପ୍ନ ମଉଳି ଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣିଥରେ ଶାସନ ଡୋରି ଧରିବା ନିଶ୍ଚିତ ହୋଇଛି। ଶେଷଥର ପାଇଁ ୧୯୯୩ରେ ଦିଲ୍ଲୀ ବିଧାନସଭାରେ କ୍ଷମତା ଦଖଲ କରିଥିଲା। ଭାଜପା ସରକାର ୧୯୯୮ ପର୍ଯ୍ୟନ୍ତ ଶାସନ କରିଥିଲେ। ଭାଜପା ୧୯୯୮ଠାରୁ ୨୦୨୦ ପର୍ଯ୍ୟନ୍ତ ଗତ ୨୨ ବର୍ଷ ଧରି ଦିଲ୍ଲୀ ଶାସନଠାରୁ ଦୂରରେ ରହିଛି। ୧୯୯୮ ନିର୍ବାଚନରେ କଂଗ୍ରେସ ଦିଲ୍ଲୀ ଦଖଲ କରିଥିଲା। ୨୦୦୩ ଏବଂ ୨୦୦୮ରେ ମଧ୍ୟ ଦିଲ୍ଲୀ ସିଂହାସନରେ କଂଗ୍ରେସ ବସିଥିଲା। ତେବେ ୨୦୧୩ରେ ଏଏପି କ୍ଷମତା ଦଖଲ କରିଥିଲା। ତେବେ ୨୦୧୪ ଫେବୃୟାରୀ ୧୪ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ୪୮ ଦିନ ପରେ ଭାଙ୍ଗି ଯାଇଥିଲା। ଏହାପରେ ଦିଲ୍ଲୀରେ ୨୦୧୪ ଫେବୃୟାରୀ ୧୫ଠାରୁ ୨୦୧୫ ଫେବୃୟାରୀ ୧୩ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏଏପି ସଂଖ୍ୟାଗରିଷ୍ଠତା ହାସଲ କରି ଦିଲ୍ଲୀରେ ଶାସନ କରିଥିଲା। କେଜରିଓ୍ବାଲଙ୍କ ନେତୃତ୍ୱରେ ଏଏପି ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୭ରେ ବିଜୟୀ ହୋଇଥିଲା। ଅନ୍ୟ ୩ଟି ଆସନ ଭାଜପା ଖାତାକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ...

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର...

ଏକଜିଟ୍‌ ପୋଲ୍‌ ପରେ ମହାପୋଲ୍‌ରେ ଆଶ୍ଚର୍ଯ୍ୟକର ସର୍ଭେ, ବଡ଼ ଓଲଟପାଲଟ…

ନୂଆଦିଲ୍ଲୀ,୬।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେରୁ ଜଣାପଡିଛି ଯେ...

ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…

ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ...

ମଣିଷଖିଆ ଗଧିଆକୁ ମାରିଦେଲେ…..

ଉତ୍ତରପ୍ରଦେଶ,୬।୧୦: ଶେଷରେ ଗ୍ରାମବାସୀଙ୍କ ହାତେରେ ଗଲା ମଣିଷଖିଆ ଗଧିଆ ଜୀବନ। ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ ଉତ୍ତରପ୍ରଦେଶର ବାହରିଚ୍‌ରେ ଆତଙ୍କ ଖେଳାଇଥିବା ଗଧିଆକୁ ଗ୍ରାମବାସୀ...

ହରିୟାଣାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ରେସ୍‌ରେ ରହିଛି ଏହିମାନଙ୍କ ନାମ…

ଚଣ୍ଡିଗଡ଼,୬ା୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ରାଜ୍ୟରେ କିଏ ସରକାର ଗଠନ କରିବ ସେନେଇ ଏକଜିଟ୍‌ ପୋଲ୍‌ ମଧ୍ୟ ଆସିଛି। ପ୍ରାୟ...

ଜମ୍ମୁ-କଶ୍ମୀର: ଗଣତି ପୂର୍ବରୁ ଭାଜପାକୁ ମିଳିଲା ୫ ବିଧାୟକ

ଶ୍ରୀନଗର,୬ା୧୦: ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି, ଯାହାର ଫଳାଫଳ ଅକ୍ଟୋବର ୮ରେ ପ୍ରକାଶ ପାଇବ। ଭୋଟ ଗଣତିକୁ...

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri