ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ ଏବଂ ଶାନ୍ତି ପାଇଁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏଥିସହିତ ବିଘ୍ନ ବିନାଶକ ଗଣେଶଙ୍କୁ ମଧ୍ୟ ଆରାଧନା କରାଯାଏ। ଧାର୍ମିକ ମତରେ, ଏହି ଅମାବାସ୍ୟାରେ ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ ଜନ୍ମ ନେଇଥିଲେ। ଏହି କାରଣରୁ ଅନେକ ସ୍ଥାନରେ ଆଜିର ଦିନଟିକୁ ମା’ ଲକ୍ଷ୍ମୀଙ୍କ ଜନ୍ମଦିବସ ଭାବରେ ପାଳନ କରାଯାଏ।

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା :

ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ପୌରାଣିକ କଥା ଅନୁସାରେ, ଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗିବା ପାଇଁ ସ୍ବୟଂ ଭଗବାନ ବିଷ୍ଣୁ କହିଥିଲେ, ନାରୀ ସେତେବେଳେ ଯାଏ ପୂର୍ଣ୍ଣତା ପ୍ରାପ୍ତି କରନ୍ତି ନାହିଁ ଯେତେବେଳ ଯାଏ ସେ ମା’ ହୋଇ ନ ଥାନ୍ତି। ବିଷ୍ଣୁଙ୍କର ଏହି କଥା ଶୁଣି ମା’ ଲକ୍ଷ୍ମୀ ନିରାଶ ହୋଇଗଲେ। କାରଣ ତାଙ୍କର କୌଣସି ସନ୍ତାନ ନ ଥିଲେ। ଏହା ପରେ ମା’ ଲକ୍ଷ୍ମୀ ଦେବୀ ପାର୍ବତୀଙ୍କ ପାଖରେ ପହଞ୍ଚି ତାଙ୍କୁ ଏକ ପୁତ୍ର ଦେବା ପାଇଁ କହିଲେ।

ଲକ୍ଷ୍ମୀଙ୍କ ଦୁଃଖ ବୁଝିପାରି ମାତା ପାର୍ବତୀ ଗଣେଶ କାର୍ତ୍ତିକଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଗଣେଶଙ୍କୁ ମା’ ଲକ୍ଷ୍ମୀଙ୍କୁ ଦେଇଦେଲେ। ଗଣେଶଙ୍କୁ ପାଇ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଗଲେ। ତେଣୁ ସୁଖ ସମୃଦ୍ଧି ପାଇଁ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯିବ ବୋଲି କହିଲେ। ଗଣେଶ ପ୍ରଥମେ ପୂଜା ପାଇଲେ ମୋ’ ପୂଜା ସମ୍ପୂର୍ଣ୍ଣ ହେବ ବୋଲି ମାତା ଲକ୍ଷ୍ମୀ କହିଥିଲେ। ଏହି କାରଣରୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ ସିଦ୍ଧିଦାତା ଗଣେଶଙ୍କ ପୂଜା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri