ମୁମ୍ବାଇ: ବିମାନବନ୍ଦର ପ୍ରବେଶପଥରେ ଜଣେ ନିରାପତ୍ତା କର୍ମଚାରୀ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ପରିଚୟ ପତ୍ର ଦେଖାଇବାକୁ କହି ଧାର୍ଯ୍ୟ ବିଧି ବ୍ୟବସ୍ଥାର ଅନୁସରଣ କରିଥିବା ପ୍ରମାଣିତ ହୋଇଛି। ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀପିକା ବିମାନ ବନ୍ଦରରେ ପ୍ରବେଶ କରୁଥିବା ବେଳେ ଜଣେ ନିରାପତ୍ତା କର୍ମଚାରୀ ତାଙ୍କୁ ଅଟକାଇ ପରିଚୟପତ୍ର ଦେଖାଇବାକୁ କହିଥିଲେ। ଦୀପିକା ମଧ୍ୟ କାଳବିଳମ୍ବ ନ କରି ନିଜ ବ୍ୟାଗ୍ରୁ ପରିଚୟପତ୍ର ବାହାର କରି ସମ୍ପୃକ୍ତ କର୍ମଚାରୀଙ୍କୁ ଦେଖାଇଥିଲେ। ଦୀପିକାଙ୍କର ଏପରି ସକାରାତ୍ମକ ଆଚରଣ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ପାଖକୁ ଚାଲି ଆସିଥିଲେ।
ଏହି ଦୃଶ୍ୟ ଦେଖି ଜଣେ ବ୍ୟକ୍ତି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି, ‘ଦୀପିକା ଆଇଡି ଦେଖାଉଥିବାର ଦୃଶ୍ୟ ପସନ୍ଦ ଲାଗିଲା।’ ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଉଭୟ ନିରାପତ୍ତା କର୍ମଚାରୀ ଏବଂ ଦୀପିକା ପାଦୁକୋନ୍ ନୀତିନିୟମ ଅନୁଯାୟୀ କାର୍ଯ୍ୟ କରିଛନ୍ତି।’
ଦୀପିକା ବର୍ତ୍ତମାନ ମେଘ୍ନା ଗୁଲ୍ଜାରଙ୍କ ‘ଛପକ୍’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ବାହାଘର ପରେ ପ୍ରଥମଥର ପାଇଁ ତାଙ୍କୁ ସ୍ବାମୀ ରଣବୀର ସିଂଙ୍କ ସହିତ ‘୮୩’ ଫିଲ୍ମରେ ଦେଖିବାକୁ ମିଳିବ।