ଦୀର୍ଘବର୍ଷ ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ: ସେତୁ ନିର୍ମାଣ କଲେ ଲୋକେ

ଆଳି,୨।୧୨ (ଡି.ଏନ୍‌.ଏ.): ସ୍ବାଧୀନତାର ୭୨ ବର୍ଷ ପରେ ବି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ। ଚତୁଃପାର୍ଶ୍ୱରେ ଖରସ୍ରୋତା ଓ କାଣୀନଦୀ ପ୍ରବାହିତ ହେଉଥିବାରୁ ପଞ୍ଚାୟତବାସୀ ବାହାରକୁ ଯିବା ପାଇଁ ହେଲେ ଡଙ୍ଗା ଉପରେ ନିର୍ଭର କରନ୍ତି। ଯାତାୟାତ ସୁବିଧା ନିମନ୍ତେ ପୋଲଟିଏ ନିର୍ମାଣ କରିବାକୁ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ ବି ଏଯାଏଁ ସରକାର ଏ ଦିଗରେ ପଦକ୍ଷେପ ନେଇନାହାନ୍ତି। ତେବେ ଗ୍ରାମବାସୀ କିଛିଦିନ ପୂର୍ବରୁ ନିଜ ଉଦ୍ୟମରେ ନଦୀ ମଧ୍ୟରେ ଏକ ବାଉଁଶ ପୋଲ ନିର୍ମାଣ କରିଥିଲେ। କିନ୍ତୁ ତାହା ନଷ୍ଟ ହୋଇଯିବା ପରେ ଗତ ଦୁଇ ମାସ ହେବ ପଞ୍ଚାୟତବାସୀ ପୁଣି ଚାନ୍ଦା ଆଦାୟ କରି ଖରସ୍ରୋତା ନଦୀ ଉପରେ ଏକ ସେତୁ ନିର୍ମାଣ କରୁଛନ୍ତି। ସେଠାକାର ଶତାଧିକ ଲୋକ ହାତରେ କୋଡି, କୋଦାଳ ଧରି ପୋଲ ନିର୍ମାଣ କାର୍ଯ୍ୟ କରୁଥିବା ଦେଖାଯାଉଛି॥
ପଞ୍ଚାୟତବାସୀଙ୍କ ଅଭିଯୋଗ ମୁତାବକ, ସରକାରଙ୍କଠାରୁ ବାରମ୍ବାର ମିଛ ପ୍ରତିଶ୍ରୁତି ପାଇବା ପରେ ଅଞ୍ଚଳବାସୀ ନିଜ ଉଦ୍ୟମରେ ପୋଲ ନିର୍ମାଣ କରୁଛନ୍ତି। ପୋଲଟିଏ ପାଇଁ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ ରବୀନ୍ଦ୍ର କୁମାର ଦାସ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସେତୁ ନିର୍ମାଣ ନିମନ୍ତେ ଟେଣ୍ଡର ହୋଇଥିଲା। ୨୦୦୯ରେ ୯ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ହେବ ବୋଲି ପ୍ରଥମ ଥର ପାଇଁ ଟେଣ୍ଡର ହୋଇଥିଲା। କିନ୍ତୁ ଏହାପରେ ବାରମ୍ବାର ଏହି ସେତୁ ନିର୍ମାଣ ନିମନ୍ତେ ଅଟକଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ସେତୁ ନିର୍ମାଣର ଚିହ୍ନବର୍ଣ୍ଣ ନାହିଁ। ଅପରପକ୍ଷରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଗ୍ରାମକୁ ଆସି ଗ୍ରାମବାସୀଙ୍କୁ ପୋଲ ହେବା ନେଇ ମିଛ ପ୍ରତିଶ୍ରୁତି ଦେଇ ଫେରିଯାଉଛନ୍ତି। ବର୍ଷ ତମାମ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବାକୁ ପଡ଼ୁଥିବାରୁ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରୁଛୁ ବୋଲି ପଦନିପାଳ, କଳମଡ଼ା ଓ ଦୈତାରୀପୁର ଗ୍ରାମବାସୀ କହିଛନ୍ତି।
ଉକ୍ତ ପଞ୍ଚାୟତ ଅଧୀନରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ମାତ୍ର ଗମନାଗମନ ଅସୁବିଧା ସହ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ମଧ୍ୟ ଲୋକେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ତେବେ ପଦନୀପାଳ ପଞ୍ଚାୟତକୁ ବାହ୍ୟଜଗତ ସହ ଯୋଡ଼ିବା ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମର ବସନ୍ତ ମହାନ୍ତି, ଭାଗବତ ରାଉତ, ସୁଶାନ୍ତ ସାହୁ, ନିରଞ୍ଜନ ମଲିକ, ହରିଶ୍ଚନ୍ଦ୍ର ରାୟ, ବିଶ୍ୱଜିତ ପାତ୍ର, ସୌଭାଗ୍ୟ ରାଉତ, ଟୁଲୁ ଜେନା, ଗଗନ ଜେନା, ସ୍ବରାଜ ଜେନା, ଅନନ୍ତ ମଲିକ, ରଶ୍ମିରଞ୍ଜନ ମହାନ୍ତି, ସୁଧୀର ପାତ୍ର ଓ ଅଜୟ ପାତ୍ର ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri