ଦୁଇ ସ୍ଥାନରୁ ୬ ଲକ୍ଷ ୪୦ ହଜାର ଲୁଟ୍‌

ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲାର ଦୁଇଟି ସ୍ଥାନରୁ ସୋମବାର ଲୁଟେରାମାନେ ୬ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ତରିକା ଭିନ୍ନ କିନ୍ତୁ ଦୁହେଁ ବ୍ୟାଙ୍କରୁ ଟଙ୍କା ନେଇ ବାହାରି ଆସିବା ସମୟରେ ଲୁଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ତିହିଡ଼ି ତଳଗୋପବିନ୍ଧା ଗ୍ରାମର ମଦନ କୁମାର ନାୟକ ଅପର୍ତ୍ତିବିନ୍ଧା ଷ୍ଟେଟବ୍ୟାଙ୍କରୁ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ବାଇକ୍‌କୁ ବନ୍ତ ଛକ ବସ୍‌ଷ୍ଟାଣ୍ଡ ନିକଟ ଫିସେରୀ ଅଫିସ୍‌ ସମ୍ମୁଖରେ ରଖି ମାର୍କେଟିଂ କରୁଥିଲେ। ଏହି ସମୟରେ କେହି ଲୁଟେରା ବାଇକ୍‌ ଡିକି ଚାବି ଖୋଲି ଉକ୍ତ ଟଙ୍କା ଲୁଟି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଟାଉନ ଥାନାଧିକାରୀ ସରୋଜିନୀ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ମିଳି ନାହିଁ। ସେହିଭଳି ଗ୍ରାମାଞ୍ଚଳ ଥାନା ଅଧୀନ ରାହାଞ୍ଜ ନିକଟରୁ ବାଲିଖଣ୍ଡ ଅଞ୍ଚଳର ଜଣେ ଯୁବକ ଏକ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଦୁଇଜଣ ଲୁଟେରା ତାଙ୍କ ପିଛା କରି ସେ ଧରିଥିବା ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇ ପଳାଇ ଯାଇଥିଲେ। ଗ୍ରାମାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚଳାଇଛନ୍ତି। ଏବେ ଭଦ୍ରକରେ ପୂଜା ବଜାର ହୋଇଥିବାରୁ ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri