ଦୁର୍ଘଟଣା: ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ବୁଧବାର ସକାଳ ପ୍ରାୟ ସାଢେ ୮ଟାରେ ସ୍କୁଲ ମିନି ବସ୍‌କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଛି। ଫଳରେ ସିଦ୍ଧେଶ୍ୱର ଗ୍ରାମର ବସ୍‌ ଚାଳକ ସମୀର ରଣା (୨୫) ଗୁରୁତର ଆହତ ହୋଇଛନ୍ତି। ସ୍କୁଲ ମିନି ବସ୍‌ରେ ଥିବା ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡିଛି। ସକାଳେ ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ ସ୍କୁଲ ବସ୍‌ ନଂ.( ଓଆର୦୭ କ୍ୟୁ – ୪୮୦୫)ଗୋକର୍ଣ୍ଣପୁରରୁ ଛାତ୍ରୀଛାତ୍ରଙ୍କୁ ନେଇ କେଦାରପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଜେ -୯୦୩୦) ଦ୍ରୁତଗତିରେ ଆସି ବସ୍‌କୁ ଧକ୍କା ଦେଇଥିଲା। ବସ୍‌ର ସାମ୍ନାଭାଗ ଭାଙ୍ଗି ରୁଜି ଯାଇଛି। ଚାଳକ ସମୀର ଡ୍ରାଇଭର ସିଟରେ ଚାପି ହୋଇ ରହିଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହାୟତାରେ ଚାଳକ ସମୀରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଉଭୟ ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି। ଖବର ପାଇ ବହୁ ସଂଖ୍ୟକ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଶିଶୁମାନଙ୍କୁ ଘରକୁ ନେଇଥିବା ଜଣାପଡିଛି।ଦୁର୍ଘଟଣାରେ କୌଣସି ଛାତ୍ରୀଛାତ୍ର ଆହାତ ହୋଇନଥିବା ସ୍କୁଲ କର୍ତ୍ତୃପକ୍ଷ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ମାସ ପରେ ବି ମିଳୁନି ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା, ସମନ୍ୱୟ କିଏ ରକ୍ଷା କରୁଛି: ଅନୁ

ଭୁବନେଶ୍ୱର,୧୫।୪ (ରବିନାରାୟଣ ଜେନା): ସମନ୍ବୟ ରକ୍ଷା କରୁଛି କିଏ? ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ...

ଆହୁରି ସପ୍ତାହେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର, ୧୫ା୪(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି।...

ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍‌ଲକୁ ମାତ୍ର ୮...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image