ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା କଲେ ରଞ୍ଜୀବ

ଭୁବନେଶ୍ୱର,୨୨।୨(ବ୍ୟୁରେ): ରାଜଧାନୀର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଖରା, ବର୍ଷାକୁ ଖାତିର ନ କରି ନିଜ ଦାୟିତ୍ୱ ତୁଲାଉଛନ୍ତି। ଅନେକ ସମୟରେ ସେମାନେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇ ସାବାସି ପାଇବା ସହ ଚର୍ଚ୍ଚାକୁ ଆସିଥାନ୍ତି। ଏହିଭଳି ଜଣେ ଟ୍ରାଫିକ ପୋଲିସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କର ପ୍ରାଥମିକ ଚିକିତ୍ସା କରି ସେ ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହତ୍‌ କାର୍ଯ୍ୟକୁ ସତ୍ୟଜିତ ଦାଶ ନାମକ ବ୍ୟକ୍ତି ଟୁଇଟ୍‌ କରିବା ସହ ସମ୍ପୃକ୍ତ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ପ୍ରଶଂସା କରିଛନ୍ତି।
ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଶହୀଦନଗର ଆଇଡିବିଆଇ ବ୍ୟାଙ୍କ ସ୍କୋୟାର ନିକଟରେ ଜଣେ ମହିଳା ସ୍କୁଟିରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଡାହାଣ ହାତ ଖଣ୍ଡିଆ ହୋଇ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କନଷ୍ଟେବଳ ରଞ୍ଜୀବ କଅଁର ଏହା ଦେଖିଥିଲେ। ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ଟ୍ରାଫିକ ପୋଷ୍ଟରେ ଥିବା ଫାଷ୍ଟ ଏଡ୍‌ ବକ୍ସ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ମହିଳାଙ୍କ କ୍ଷତାକ୍ତ ସ୍ଥାନ ସଫା କରିବା ସହ ଔଷଧ ଲଗାଇ ଗଜ୍‌ କପଡ଼ାରେ ବ୍ୟାଣ୍ଡେଜ୍‌ କରିଥିଲେ। ରଞ୍ଜୀବଙ୍କ ଏହି କାର୍ଯ୍ୟକୁ ଅନେକ ଲୋକ ଦେଖି ନିଜ ମୋବାଇଲ ଫୋନ୍‌ରେ ଭିଡିଓ ରେକର୍ଡିଂ କରିଥିଲେ, ଯାହା ଏବେ ଭାଇରାଲ ହୋଇଛି। ଏହା ପରଠୁ କେବଳ ରଞ୍ଜୀବଙ୍କ ନିକଟକୁ ନୁହେଁ ଟ୍ରାଫିକ ପୋଲିସ ପାଖକୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ସୂଚନାଯୋଗ୍ୟ, ଅନେକ ଛକର ଟ୍ରାଫିକ ପୋଷ୍ଟରେ ଫାଷ୍ଟ ଏଡ୍‌ ବକ୍ସ ରହୁଥିଲେ ମଧ୍ୟ ଏହାକୁ ବହୁ ଟ୍ରାଫିକ ପୋଲିସ ବ୍ୟବହାର କରୁନାହାନ୍ତି। ଯଦି ଏହାକୁ ବ୍ୟବହାର କରାଯାଆନ୍ତା ତାହାହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମେଡିକାଲ ଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ପାଇପାରନ୍ତେ। ଟ୍ରାଫିକ ଛକ ନିକଟରେ ଯଦି କାହାରି ଦୁର୍ଘଟଣା ଘଟେ ତେବେ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଟ୍ରାଫିକ ପୋଷ୍ଟଗୁଡ଼ିକରେ ଫାଷ୍ଟ ଏଡ୍‌ ବକ୍ସ ରଖାଯିବା ସହ ପୋଲିସକୁ ଟ୍ରେନିଂ ଦିଆଯାଉଛି। ମାତ୍ର ଏହାର ସଦୁପଯୋଗ କରାଯାଉ ନାହିଁ। ମାତ୍ର ଏବେ ରଞ୍ଜୀବଙ୍କ ଏହି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଧରାପଡ଼ିଲେ ରସୁଲଗଡ଼ ବିଚ୍‌ ରାସ୍ତାରେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ, ମହିଳାଙ୍କ ସହ ୩ ଗିରଫ

ଭୁବନେଶ୍ୱର,୮ା୧: ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ବୁଧବାର ହତ୍ୟା କରାଯାଇଛି। ଉକ୍ତ ଘଟଣାରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍କାଡ୍‌ ନୟାଗଡ଼...

ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି...

ଏକୁଟିଆ ପାଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଏଏସ୍‌ଆଇ ଗିରଫ

ଭୁବନେଶ୍ୱର,୮।୧: ଏକ ଲଜ୍ଜାଜନକ ଘଟଣାରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଭୁବନେଶ୍ୱରରେ ସାହାଯ୍ୟ କରିବା ବାହାନା କରି ଜଣେ ଯୁବତୀଙ୍କ...

Featured Video Play Icon

ସକାଳୁ ସକାଳୁ କେମିତି ହତ୍ୟାକାଣ୍ଡ ରଚିଥିଲେ ଅପରାଧୀ, ସାମ୍ନାକୁ ଆସିଲା ଭିଡିଓ…

ଭୁବନେଶ୍ବର,୧।୮: ରସୁଲଗଡ଼ ହତ୍ୟାକାଣ୍ଡ ଘଟଣାରେ ଭିଡିଓ ସାମ୍ନାକୁ ଆସଛି । ଭିଡିଓରେ ୨ ଅଭିଯୁକ୍ତ କେମିତି ବାଇକ୍‌ରେ ଆସି ହତ୍ୟା କରୁଛନ୍ତି ତାହା ଦେଖିବାକୁ ମିଳୁଛି।...

ରସୁଲଗଡ଼ ବିଚ୍‌ ରାସ୍ତାରେ ବୀଭତ୍ସ ହତ୍ୟା: ଚିହ୍ନଟ ହୋଇସାରିଲେଣି ହତ୍ୟାକାରୀ

ଭୁବନେଶ୍ୱର,୮।୧: ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ସତନ୍ତ୍ର ଟିମ ଗଠନ...

ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ, ମୋତେ…

ଭୁବନେଶ୍ୱର,୮।୧: ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ବୁଧବାର ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ...

ଜିନ୍ନତ୍‌ ଆସିଲା ପରେବି କମୁନି ରାଜନୀତି, ଏଯମୁନାକୁ ନେଇ ଉଠିଲାଣି ଗୁଜବ କହିଲେ…

ଭୁବନେଶ୍ୱର,୮।୧: ବାଘକୁ ନେଇ ବଢ଼ୁଛି ରାଜନୀତି। ବାଘ ଏବେ ପୁରୁଲିଆରେ ଅଛି, ତାକୁ ଓ ସରକାର ନେଇଯାଆନ୍ତୁ ବୋଲି ମମତା କହିବା ପରେ ରାଜନୀତି ଉଷ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri