ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ: ସହାୟତାକୁ ଚାହିଁ ରହିଛନ୍ତି ୧.୩୭ ଲକ୍ଷ ନିର୍ମାଣ ଶ୍ରମିକ

ଯାଜପୁର ଅଫିସ, ୬ା୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଯୋଗୁ ଅନେକଙ୍କୁ ଖାଦ୍ୟ ଚିନ୍ତା ଘାରିଛି। ବହୁ ଲୋକ ରୋଜଗାର ହରାଇଛନ୍ତି। ବିଶେଷକରି ନିର୍ମାଣ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସହାୟତା ରାଶି ବଣ୍ଟନରେ ସେତେଟା ଅଗ୍ରଗତି ହୋଇ ପାରିନାହିଁ। କ୍ଷୁଦ୍ର ବ୍ୟବସାୟୀମାନଙ୍କ ମଧ୍ୟରୁ ମାତ୍ର ୧୩.୪୬% ୩ ହଜାର ଟଙ୍କା ଲେଖାଏ ସହାୟତା ରାଶି ପାଇଥିବାବେଳେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ଏଯାଏ ବଣ୍ଟନ ହୋଇପାରିନାହିଁ।
ଅନ୍ୟପକ୍ଷରେ ଖାଦ୍ୟ ସମସ୍ୟା ଦେଖାଦେବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି। ତେଣୁ ସୁଯୋଗ ମିଳିବା କ୍ଷଣି ଲୋକ ଦୋକାନ ବଜାରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ସୋମବାର ରାତି ୮ଟାରେ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ହଟିଯିବା ପରେ ମଙ୍ଗଳବାର ସକାଳୁ ଏଭଳି ଆଶଙ୍କା ଦେଖାଦେବା ଓ ସାମାଜିକ ଦୂରତ୍ୱକୁ ଲୋକେ ଉଲ୍ଲଂଘନ କରିବାର ଆଶଙ୍କା ରହିଛି। ଏହି ସମୟରେ ଜିଲା ପ୍ରଶାସନ ଓ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସୁଦ୍ଧା ୩,୯୫,୪୦୦ ହିତାଧିକାରୀ ପରିବାରଙ୍କ ମଧ୍ୟରୁ ୧,୦୧,୨୨୫ ପରିବାରଙ୍କୁ ୫୦,୬୮୫.୮୯ କୁଇଣ୍ଟାଲ ଚାଉଳ ଓ ୬୦୩୧.୬୩ କୁଇଣ୍ଟାଲ ଗହମ ବଣ୍ଟନ ହୋଇଛି, ଯାହାକି ୨୫.୬ ପ୍ରତିଶତ। ଆସନ୍ତା ୧୫ ତାରିଖ ସୁଦ୍ଧା ଶତପ୍ରତିଶତ ହିତାଧିକାରୀଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେହିପରି ଜିଲାର ୧୦ ବ୍ଲକ ଓ ୨ ସହରାଞ୍ଚଳରେ ସୋମବାର ୧୭,୭୪୫ ଜଣଙ୍କୁ ମାଗଣା ଖାଦ୍ୟ ବଣ୍ଟନ ହୋଇଛି। ଏଯାଏ ୫୪,୮୨୨ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଏହାସହ ଜିଲାରେ ଥିବା ସାମଜିକ ସୁରକ୍ଷା ହିତାଧିକାରୀଙ୍କୁ ପେନ୍‌ସନ ବଣ୍ଟନ ହୋଇଛି। ସୋମବାର ସୁଦ୍ଧା ଜିଲାର ସମୁଦାୟ ୧,୯୫,୪୨୨ ହିତାଧିକାରୀ(ଏନ୍‌ଏସ୍‌ଏପି ଓ ଏମ୍‌ବିପିୱାଇ) ମଧ୍ୟରୁ ୧,୯୨,୫୨୯ ଜଣଙ୍କୁ ୩୭୩୮.୨୮ ଲକ୍ଷ ଟଙ୍କା ବଣ୍ଟନ ହୋଇଛି। ବାକି ୨୯୦୨ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବାରୁ ତାହା ବଣ୍ଟନ ହୋଇପାରିନାହିଁ।
ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ରେ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶି ବଣ୍ଟନରେ ସେତେଟା ଅଗ୍ରଗତି ହୋଇ ପାରିନାହିଁ। ଜିଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳରେ ୪୬୮ ଜଣ ବ୍ୟବସାୟୀ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ଅପରାହ୍ନ ୨ଟା ସୁଦ୍ଧା ମାତ୍ର ୬୩ ଜଣଙ୍କୁ ୩ ହଜାର ଟଙ୍କା ଲେଖାଏ ବଣ୍ଟନ ହୋଇପାରିଛି। ନିର୍ମାଣ ଶ୍ରମିକମାନଙ୍କୁ ମଧ୍ୟ ସହାୟତା ରାଶି ବଣ୍ଟନରେ ଅବହେଳା ଦେଖିବାକୁ ମିଳିଛି। ଏଯାଏ ୧,୩୭,୦୩୦ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏଯାଏ କାହାରିକୁ ସରକାରଙ୍କ ନିର୍ଦ୍ଧାରିତ ୧୫୦୦ ଟଙ୍କା ଲେଖାଏ ବଣ୍ଟନ କରାଯାଇ ନାହିଁ। ଯାଜପୁରରୋଡ ଡେପୁଟି ଲେବର କମିଶନର ସୁନୀଲ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଶଟ୍‌ଡାଉନ୍‌ ଯୋଗୁ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ରାଶି ବଣ୍ଟନରେ ବିଳମ୍ବ ହୋଇଛି। ଏଥିପାଇଁ ଅନୁଦାନ ଆସି ସାରିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସହାୟତା ରାଶି ବଣ୍ଟନ କରିବାକୁ ପ୍ରକ୍ରିୟା ଜୋରସୋରରେ ଚାଲିଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ଜିଲାରେ କରୋନା ସଂକ୍ରମଣ ମୁକାବିଲା ପାଇଁ ସ୍ବଳ୍ପକାଳ ମେଡିକାଲ ସେଣ୍ଟର(ଟିଏମ୍‌ସି) ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଜିଲାର ୧୦ ବ୍ଲକର ୩୧୧ ଗ୍ରାମ ପଞ୍ଚାୟତରେ ୩୦୭ ଟିଏମ୍‌ସି ସମ୍ପୂର୍ଣ୍ଣ ହୋଇଛି। ଏଥିରେ ୯୨୭୩ ବେଡ୍‌ର ଆବଶ୍ୟକତା ରହିଥିବାବେଳେ ୩୯୪୮ ବେଡ୍‌ ବ୍ୟବସ୍ଥା ହୋଇସାରିଛି। ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ଟିଏମ୍‌ସିରେ ବେଡ୍‌ ବ୍ୟବସ୍ଥା ହୋଇଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି। ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳର ୪୪ଟି ୱାର୍ଡରେ ୪ଟି ଟିଏମ୍‌ସିରେ ଧାର୍ଯ୍ୟ ୮୬୪ ବେଡ୍‌ରୁ ୪୮୬ ବେଡ୍‌ ବ୍ୟବସ୍ଥା ହୋଇସାରିଛି। ବାକି ଆସନ୍ତା ୧୦ ତାରିଖ ସୁଦ୍ଧା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri