ଦୁର୍ଦ୍ଦିନରେ ବାଉଁଶ କାରିଗର

ଫୁଲବାଣୀ ଅଫିସ, ୬ା୩- ଜେଜେ ବାପାଙ୍କ ସମୟରୁ କାମ କରି ଆସୁଛୁ। ଆଉ ବୟସ ନାହିଁ ମୂଳ ପେସାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟ କରିବୁ। ମନ ଭିତରେ ଆଶା ଭରି ରହିଛି ଆମର ଉତ୍ପାଦିତ ସାମଗ୍ରୀକୁ ଲୋକେ ଆଦରରେ କିଣିବେ। ଯେଉଁ ପରିମାଣରେ ଆମେମାନେ ୧୦ ବର୍ଷ ପୂର୍ବରୁ ବିକ୍ରି କରି ଭଲ ରୋଜଗାର କରୁଥିଲୁ, ତାହା ଆଉ ନାହିଁ। ଆମ ପିଲାମାନେ ଏହି ବେଉସାକୁ ଧରି ଚଳିବାକୁ ଇଚ୍ଛା କରୁନାହାନ୍ତି। କହୁଛନ୍ତି, ଆମେ ସେ କାମ ଶିଖିବୁ ନାହିଁ। ଏଥିରୁ ତୁମକୁ କ’ଣ ମିଳିଛି ଯେ ଆମକୁ ମିଳିବ। ଏ ହେଉଛି ବାଉଁଶ କାରିଗରଙ୍କ ମନର କୋହ। ଆଜି ପର୍ଯ୍ୟନ୍ତ ଏମାନଙ୍କ ଲାଗି କୌଣସି ସରକାରୀ ସାହାଯ୍ୟ ନାହିଁ। ବାଉଁଶ ଭିତ୍ତିିକ ଭଲ କାରିଗରି କାମ ପାଇଁ କୌଣସି ତାଲିମ ବ୍ୟବସ୍ଥା ସରକାର କରୁ ନାହାନ୍ତି। ବର୍ତ୍ତମାନ ବାଉଁଶରେ ବହୁତ ଭଲ ସାମଗ୍ରୀ ତିଆରି ହେଉଛି। ହେଲେ ଏହାକୁ ପେସା କରି ଜୀବିକା ନିର୍ବାହ କରୁଥିବା କାରିଗରଙ୍କୁ କାହିଁ କି ସରକାର ତାଲିମ ଦେଇ ସେମାନଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ବି ଏହି କାରିଗରମାନେ କୁଲା, ବାଉଁଶିଆ, ପାଛିଆ, ଟୋକେଇ ଓ ଚାଲୁଣି ଆଦି ବୁଣିବାରେ ସୀମିତ ରହି ଯାଇଛନ୍ତିା କନ୍ଧମାଳ ଜିଲା ଫୁଲବାଣୀ ସହର ସମେତ ଗ୍ରାମାଞ୍ଚଳରେ ବହୁ ଆଦିବାସୀ ଏବଂ ପଛୁଆ ବର୍ଗର ଲୋକ ଅଛନ୍ତିି। ସେମାନଙ୍କ ମଧ୍ୟରୁ ଅନେକେ ବାଉଁଶ ତିଆରି ସାମଗ୍ରୀ ବିକ୍ରି କରି ଜୀବନ ନିର୍ବାହ କରୁଛନ୍ତି। ବାଉଁଶରେ ନିର୍ମିତ ବିଭିନ୍ନ ଘର କରଣା ସାମଗ୍ରୀ ତିଆରି କରି ତାକୁ ବଜାରରେ ବିକ୍ରି କରୁଛନ୍ତି। ସେମାନଙ୍କ ହାତ ତିଆରି କୁଲା, ପାଛିଆ, ଭୋଗେଇ, ଝାମ୍ପ ଓ ଡଲା ଆଦି ଅନେକ ପ୍ରକାର ସାମଗ୍ରୀର ଯଥେଷ୍ଟ ଚାହିଦା ଥିଲା। ସମୟ ସମୟରେ ତାହା ମିଳିବା କଷ୍ଟକର ହେଉଥିଲା। ଲୋକେ ସାମଗ୍ରୀ ପାଇଁ ଅଗ୍ରିମ ଟଙ୍କା ଦେଉଥିଲେ। ଏବେ କିନ୍ତୁ ଆଉ ସେ ଚାହିଦା ନାହିଁ। ବର୍ତ୍ତମାନ ସମୟରେ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବ ସହ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ବାଉଁଶ କାରିଗରି ଲୋପ ପାଇବାକୁ ବସିଛି। ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର ଓ ପରିଶ୍ରମ ଅନୁସାରେ ରୋଜଗାର ନ ହେବାରୁ ସଙ୍କଟରେ ଦିନ କାଟୁଛନ୍ତି ବାଉଁଶ କାରିଗରଙ୍କ ପରିବାର। ନିଜସ୍ବ ସ୍ବଳ୍ପ ଅର୍ଥରେ ସାମଗ୍ରୀ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ସ୍ଥଳେ କମ୍‌ ଦାମରେ ଗ୍ରାହକଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତିି। ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଯେପରି ବିଭିନ୍ନ ସୁବିଧା ସହ ତାଲିମ ଦିଆଯାଉଛି, ସେହିଭଳି ଆମକୁ ତାଲିମ ବ୍ୟବସ୍ଥା କରି ଭଲ ଜିନିଷ ତିଆରି କୌଶଳ ଶିଖାଇବା ଦରକାର। ଏହା ହେଲେ ଉତ୍ପାଦିତ ସାମଗ୍ରୀର ଚାହିଦା ନିଶ୍ଚିତ ବଢ଼ିବ ଏବଂ ଲୋକେ ଆଗ୍ରହରେ କିଣିବେ। ଏସବୁ ସୁବିଧା ଆମ ପାଖରେ ନ ଥିବାରୁ ସେହି ପୁରୁଣା କାମ କରି ଆସୁଛୁ। କାମ ଛାଡିପାରୁନୁ କି ଅନ୍ୟ କୌଣସି ରୋଜଗାର ପନ୍ଥା ଆପଣେଇ ହେଉନାହିଁ ବୋଲି ବାଉଁଶ କାରିଗର ସୁକାନ୍ତ ବେହେରା କହିଛନ୍ତିି। ସେତିକି ନୁହେଁ ଆଜିର ପିଢି ମଧ୍ୟ ବାଉଁଶ କାମକୁ ପସନ୍ଦ କରୁନାହାନ୍ତିି। ଏହି କାମରେ ପେଟ ପୋଷିବା କଷ୍ଟକର ହେବ ବୋଲି କହି ବାହାରକୁ କାମ କରିବାକୁ ଚାଲି ଯାଉଛନ୍ତିି। ଗୋଟିଏ କୁଲା ବା ବଡ ଟୋକେଇ ବୁଣିବାକୁ ୨ ଦିନ ଲାଗିଯାଉଛି। ହେଲେ ତାହା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ସେଥିରେ କଞ୍ଚାମାଲ ବାଉଁଶ ମଧ୍ୟ ରହିଛି। ବାଉଁଶ ଦାମ୍‌ ବହୁତ ବଢି ଗଲାଣି। ପରିଶ୍ରମ ଅନୁସାରେ କାରିଗରଙ୍କୁ ମୂଲ୍ୟ ମିଳୁନି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ପୁରୁଷ ପୁରୁଷ ଧରି ଏହି କୁଳ ବେଉସାକୁ ସେମାନେ ଛାଡି ପାରିନାହାନ୍ତି। ଅଳ୍ପ ଟଙ୍କା ରୋଜଗାର ହେଲେ ବି ଅନେକେ ଆଜି ବି ଜିଲାର ବିଭିନ୍ନ ଅଞ୍ଚଳରେ କାୈଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଏମାନଙ୍କୁ ଆର୍ଥତ୍କ ପ୍ରୋତ୍ସାହନ ସହ ତାଲିମ ବ୍ୟବସ୍ଥା କରାଗଲେ ଏହି କାରିଗରମାନଙ୍କ ଆର୍ଥତ୍କ ସ୍ଥିତିରେ ଉନ୍ନତି ହୋଇପାରନ୍ତା ବୋଲି ସାମାଜିକକର୍ମୀ ବୈଦ୍ୟନାଥ ଖଟୁଆ ଓ ମହମ୍ମଦ୍ଦ ଜିଆଉଦ୍ଦିନ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳିତ: ସର୍ବଶ୍ରେଷ୍ଠ ସମିତି ଭାବେ ସମ୍ବର୍ଦ୍ଧିତ ହେଲା ଆମପାଣି କୃଷି ସମବାୟ ସମିତି

କୋକସରା,୧୯।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ କଳାହାଣ୍ଡି ଜିଲାସ୍ତରୀୟ ଉତ୍ସବ ମଙ୍ଗଳବାର ଭବାନୀପାଟଣା ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...

ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ଆଇଟି ନଚେତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ପରିବାର

ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଶିକ୍ଷାଦାନ,ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ...

ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ

କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ...

ଜନବସତି ମୁହାଁ ବାଘ:ପାଦଚିହ୍ନ ଦେଖି ଲୋକେ ଭୟଭୀତ

ବାରିପଦା,(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ଉଦଳା,(ସନ୍ତୋଷ ବାଚ୍ଛିନୀ),୧୮ା୧୧-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ କପ୍ତିପଦା ରେଞ୍ଜ ଅଧୀନ ଅସନବଣି ଗ୍ରାମରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।...

ଖୁବ୍‌ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri