Posted inଖେଳ

ଦୁଲୀପ୍‌ ଟ୍ରଫି: ନାୟାରଙ୍କ ୧୬୬* ଇଣ୍ଡିଆ ବ୍ଲୁ-ଇଣ୍ଡିଆ ରେଡ୍‌ ମ୍ୟାଚ୍‌ ଡ୍ର’

ବେଙ୍ଗାଲୁରୁ, ୨୬।୮ (ପି.ଟି.)- କରୁନ ନାୟାରଙ୍କ ଦମ୍‌ଦାର ଅପରାଜିତ ଶତକ ସତ୍ତ୍ୱେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଏଠାରେ ଅନୁଷ୍ଠିତ ଦୁଲୀପ୍‌ ଟ୍ରଫି ମ୍ୟାଚ୍‌ ଶେଷରେ ବିନା ହାର୍‌ଜିତ୍‌ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଦଳ ମ୍ୟାଚ୍‌ରୁ ୩ ପଏଣ୍ଟ ଅର୍ଜନ କରି ଫାଇନାଲ ଖେଳିବା ପାଇଁ ଦୃଢ଼ ଦାବିଦାର ହୋଇଛି। ଅପରପକ୍ଷରେ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲୁ ଦୁଇ ମ୍ୟାଚ୍‌ ଖେଳି ୨ ଡ୍ର’ ସହ ୨ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ଫଳରେ ଦଳର ଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି। ଇଣ୍ଡିଆ ରେଡ୍‌ ଏହାର ଅନ୍ତିମ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନକୁ ଅଗଷ୍ଟ ୨୯ରେ ଭେଟିବ।
ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏଶନ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ସୋମବାର ଥିଲା ଅନ୍ତିମ ତଥା ୪ର୍ଥ ଦିବସ। ପୂର୍ବଦିନର ଅସମାପ୍ତ ୨ୟ ଇନିଂସ ସ୍କୋର ୯୩/୨ ରନରୁ ସୋମବାର ଖେଳ ଆରମ୍ଭ କରିଥିବା ଇଣ୍ଡିଆ ରେଡ୍‌ ପାଇଁ ନାୟାର ଦର୍ଶନୀୟ ବ୍ୟାଟିଂ କରିଥିଲେ। ପ୍ରଥମ ଇନିଂସରେ ମାତ୍ର ୧ ରନ୍‌ ପାଇଁ ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିବା ଏହି କର୍ନାଟକ ଡାହାଣହାତୀ ବ୍ୟାଟ୍ସମ୍ୟାନ ଏଥର କିନ୍ତୁ କୌଣସି ତ୍ରୁଟି ନ କରି ଅପରାଜିତ ୧୬୬ ରନର ଏକ ମାରାଥନ ଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ମଧ୍ୟରେ ସେ ୧୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ପ୍ରଥମ ଇନିଂସର ଶତକ ହାସଲକାରୀ ଅଙ୍କିତ କଲସି (୬୪ ରନ) ଓ ନାୟାର ୩ୟ ଉଇକେଟ୍‌ ଯୋଡ଼ିରେ ୧୫୭ ରନର ଭାଗୀଦାରି କରିଥିଲେ। ଇଣ୍ଡିଆ ରେଡ୍‌ ୮୮ ଓଭରରେ ୬ ଉଇକେଟ୍‌ ହରାଇ ୨୯୭ ରନ କରିଥିବାବେଳେ ଏହାର ୨ୟ ଇନିଂସ ଘୋଷଣା କରିବା ସହ ୩୨୮ ରନର ଟାର୍ଗେଟ୍‌ ଧାର୍ଯ୍ୟ କରିଥିଲା। ଏହାପରେ ମ୍ୟାଚ୍‌ରେ ଫଳାଫଳ ଆଶା କ୍ଷୀଣହେବାରୁ ଉଭୟ ଦଳର ଅଧିନାୟକଙ୍କ ସହମତି ଭିତ୍ତିରେ ଅମ୍ପାୟର ଡ୍ର’ ଘୋଷଣା କରିଥିଲେ। ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୯ ଓ ୧୬୬* ରନ୍‌ କରିଥିବା କରୁନ ନାୟାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଅଙ୍କିତ କଲାସି (୧୦୬) ଓ ନାୟାର (୯୯)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଇଣ୍ଡିଆ ରେଡ୍‌ ଏହାର ପ୍ରଥମ ଇନିଂସରେ ୨୮୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଇଣ୍ଡିଆ ବ୍ଲୁ ଅଙ୍କିତ ବାଓ୍ବନେ (୧୨୧*)ଙ୍କ ଶତକ ସତ୍ତ୍ୱେ ୨୫୫ ରନରେ ସୀମିତ ରହି ୩୦ ରନରେ ପଛୁଆ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୨୮୫/୧୦ (ଅଙ୍କିତ ୧୦୬, ନାୟାର ୯୯, ଦିଓ୍ବେଶ ପଠାଣିଆ ୪/୫୫)।
ଇଣ୍ଡିଆ ବ୍ଲୁ ପ୍ରଥମ ଇନିଂସ- ୨୫୫/୧୦ (ବାଓ୍ବନେ ୧୨୧*, ଅଭେଶ ଖାଁ ୪/୫୮)।
ଇଣ୍ଡିଆ ରେଡ୍‌ ୨ୟ ଇନିଂସ- ୨୯୭/୬ରେ ଘୋଷଣା (ନାୟାର ୧୬୬*, ଅଙ୍କିତ ୬୪, ଇଶାନ କିଶାନ ୧୨, ଅକ୍ଷର ପଟେଲ ୯, ଜଲଜ ସସ୍କେନା ୪/୧୦୫)।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri