Posted inଖେଳ

ଦୁଲୀପ୍‌ ଟ୍ରଫି ଫାଇନାଲ: ଈଶ୍ୱରନଙ୍କ ଶତକ: ଦୃଢ଼ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ, ୬।୯ (ପି.ଟି.)- ଓପନର୍‌ ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷରେ ଚାଲିଥିବା ଦୁଲୀପ୍‌ ଟ୍ରଫି ଫାଇନାଲରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଦୃଢ଼ସ୍ଥିତିରେ ରହିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ୫ ଦିବସୀୟ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସରେ ୨୩୧ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଗୁରୁବାର ୨ୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସରେ ୫୨ ଓଭରରେ ୨ ଉଇକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ଈଶ୍ୱରନ ୧୦୨ (୧୧ ଚୌକା ଓ ୨ ଛକା) ଓ ଅଙ୍କିତ କାଲସି ୧୧ ରନ କରି ଅପରାଜିତ ରହିଛନ୍ତି। ଅଧିନାୟକ ପଞ୍ଚଲ ୩୩ ଓ ଅଭିଜ୍ଞ କରୁଣ ନାୟାର ୨୦ ରନ କରି ଆଉଟ୍‌ ହୋଇଛନ୍ତି। ପ୍ରତିପକ୍ଷ ବୋଲର ଅଙ୍କିତ ରାଜପୁତ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଓଡ଼ିଆ ଦ୍ରୁତ ବୋଲର ରାଜେଶ ମହାନ୍ତି ୯ ଓଭର ବୋଲିଂ କରି ୪୩ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଉଇକେଟ୍‌ ଶୂନ୍ୟ ରହିଥିଲେ। ହାତରେ ଆହୁରି ୮ଟି ଉଇକେଟ୍‌ ରହିଥିବାବେଳେ ଇନିଂସ ଅଗ୍ରଣୀ ପାଇଁ ଇଣ୍ଡିଆ ରେଡ୍‌ ୫୭ ରନ୍‌ ଆବଶ୍ୟକ କରୁଛି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୭/୮ରୁ ବ୍ୟାଟିଂ ଆରମ୍ଭ କରି ଇଣ୍ଡିଆ ଗ୍ରୀନ ଗୁରୁବାର ୨୩୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୩୨ ରନ୍‌ କରି ଖେଳୁଥିବା ମୟଙ୍କ ମାର୍କଣ୍ଡେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୭୬ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଙ୍କିତ ରାଜପୁତ ମଧ୍ୟ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇବାରେ ସଫଳ ହୋଇଥିଲେ। ପ୍ରତିପକ୍ଷ ଇଣ୍ଡିଆ ରେଡ୍‌ ପକ୍ଷରୁ ଜୟଦେବ ଉନାଡକଟ୍‌ ୪ ଏବଂ ସନ୍ଦୀପ ଓ୍ବାରିୟର ଓ ଅଭେସ ଖାଁ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ: ୨୩୧/୧୦ (ମାର୍କଣ୍ଡେ ୭୬*, ଆକାଶଦୀପ ନାଥ ୨୯, ରାଜପୁତ ୪/୮୩)
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ: ୧୭୫/୨, ୫୨ ଓଭର (ଈଶ୍ୱରନ ୧୦୨*, ପଞ୍ଚଲ ୩୩, କାଲସି ୧୧*, ମାର୍କଣ୍ଡେ ୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ସାଉଦି ଆରବର ଜେଦାହ ସହରରେ ଚାଲିଛି। ୨୪ ଏବଂ ୨୫ ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ...

ପ୍ରତିଶୋଧ ନେଲା ଭାରତ: ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ସମସ୍ତଙ୍କ ଆଶାଠାରୁ ଅତିକ୍ରମ କରି ପର୍ଥରେ ଟିମ ଇଣ୍ଡିଆ ଚମତ୍କାର କରିଛି। ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ...

ମାଟି କାମୁଡିଲା କଙ୍ଗାରୁ ଟିମ୍‌: ଭାରତର ଐତିହାସିକ ବିଜୟ

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପର୍ଥରେ ଚାଲିଥିବା...

ବିଜୟର ଦ୍ୱାରଦେଶରେ ଭାରତ: ଆଉ ମାତ୍ର ୩ ଉଇକେଟ ଆବଶ୍ୟକ…

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଭାରତ ବିଜୟ...

ମାଲାମାଲ ହେଲେ ରିଷଭ ପନ୍ତ: ଏହିସବୁ ଖେଳାଳିଙ୍କୁ ପଛରେ ପକାଇଲେ

ଦୁବାଇ,୨୫।୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମ ବମ୍ପର ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ରିଷଭ ପନ୍ତ ସର୍ବାଧିକ ମୂଲ୍ୟର ଖେଳାଳି ହୋଇପାରିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର...

ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ…

ନୂଆଦିଲ୍ଲୀ,୨୫।୧୧:ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଥିବା ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ...

IPL Auction: ଏହି ସମସ୍ତ ଷ୍ଟାର ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍

ଜେଦାହ,୨୪ା୧୧: ଇଣ୍ଡିଆନ ପରିମିୟର ଲିଗ୍ (ଆଇପିଏଲ) ୨୦୨୫ ସିଜିନ୍ ମେଗା ନିଲାମୀରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଯାଇଛି। ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠୁ...

ଟ୍ରେଣ୍ଟ ବୋଲ୍ଟଙ୍କ ଲାଗି ଟଙ୍କା ବର୍ଷା କଲା ମୁମ୍ବାଇ: ସାମୀ, ନଟରାଜନ, ଜୋଫ୍ରା ଅର୍ଚ୍ଚରଙ୍କୁ କିଣିଲେ ଏହି ଟିମ୍

ଜେଦାହ,୨୪ା୧୧: ରବିବାର ସାଉଦି ଆରବର ଜେଦାହରେ ଅନୁଷ୍ଠିତ ମେଗା ଅକ୍ସନରେ ବିଦେଶୀ ଖେଳାଳିଙ୍କ ଚାହିଦାକୁ ଫିକା କରି ଦେଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଉଇକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri