ଦୂରହୋଇପାରୁନି ଭୟ

ପୁରୀ ଅଫିସ,୯ା୧୧: ବାତ୍ୟା ବୁଲ୍‌ବୁଲ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ପଡିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବର୍ଷା ଓ ପବନ ହେବ। ବୁଲ୍‌ବୁଲକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ କରିଥିଲେ ମଧ୍ୟ ଉପକୂଳବର୍ତ୍ତୀ ପୁରୀ ଜିଲାବାସୀ କିନ୍ତୁ ଚିନ୍ତାରେ ଅଛନ୍ତି। ବାତ୍ୟା ଫନୀର ତାଣ୍ଡବକୁ ଦେଖିଥିବା ଏବଂ ଏହାର ଅନୁଭୂତିକୁ ଅଙ୍ଗେ ନିଭାଇଥିବାରୁ ବୁଲ୍‌ବୁଲକୁ ନେଇ ସେମାନେ ଭୟଭୀତ ହୋଇପଡିଛନ୍ତି। ଯଦିଓ ପୁରୀରେ ଏହା ଏତେ ମାତ୍ରାରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି ତଥାପି ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସତର୍କତା ସ୍ବରୂପ ବେଳାଭୂମିରେ ଲଗାଯାଇଛି ନାଲି ପତାକା। ଏନ୍‌ଡିଆରଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ମଧ୍ୟ ସଜାଗ ରହିଛନ୍ତି। ଅପରପକ୍ଷେ ଫନୀର କରାଳ ରୂପକୁ ଅତି ନିକଟରୁ ଦେଖିଥିବା ସମୁଦ୍ର କୂଳିଆ ଅର୍ଥାତ୍‌ ନୋଳିଆ ସମ୍ପ୍ରଦାୟର ଲୋକେ ସମୁଦ୍ରକୁ ପୂଜା କରିଛନ୍ତି।
ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଥିବାବେଳେ ଆଗୁଆ ପଦକ୍ଷେପ ସ୍ବରୂପ ଶୁକ୍ରବାର ଓ ଶନିବାର ଦୁଇଦିନ ସବୁ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି। ସକାଳେ ଜିଲାପାଳ ବଲୱନ୍ତ ସିଂ ସମୁଦ୍ର କୂଳ ପେଣ୍ଠକଟା ବସ୍ତିକୁ ଯାଇ ଲୋକମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ବର୍ଷା, ପବନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡିଲେ ସେମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପଡିବ। ତେଣୁ ଏଥିରେ ସହଯୋଗ କରିବା ଲାଗି ବୁଝାଇଛନ୍ତି। ସେହିପରି ଜିଲାର ସମସ୍ତ ବିଡିଓଙ୍କୁ ସତର୍କ କରାଯାଇଛି। ଜିଲାର ସମସ୍ତ ଅଧିକାରୀଙ୍କୁ ହେଡ୍‌କ୍ବାର୍ଟର ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ପରଖିଛନ୍ତି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଡେଲାଙ୍ଗ ଓ ପିପିଲି, ଉପଜିଲାପାଳ ଭବତାରଣ ସାହୁ ବ୍ରହ୍ମଗିରି ବ୍ଲକକୁ ଯାଇଥିବାବେଳେ ଅନ୍ୟ ଅଧିକାରୀମାନେ ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ତଦାରଖ କରିଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ କହିଛନ୍ତି ଯେ, ପ୍ରଶାସନ ସମ୍ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ଅଛି। ଜିଲାର ସବୁ ବ୍ଲକର ସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି। ଶନିବାର ସକାଳେ ବର୍ଷା, ପବନ ଅଧିକ ହୋଇପାରେ ବୋଲି ଯେଉଁ ଆଶଙ୍କା କରାଯାଉଛି ସେଥିପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିଛି। ଅଧିକ ପବନ ଯୋଗୁ କେଉଁଠି ଗଛ ପଡି ରାସ୍ତା ଅବରୋଧ ହେଲା କିମ୍ବା ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଲା ତୁରନ୍ତ ଏହାକୁ ସ୍ବାଭାବିକ କରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ତଳିଆ ଅଞ୍ଚଳ ପ୍ରତି ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ପଡିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥାା କରାଯାଇଛି। ସକାଳୁ ପାଗ କୋହଲା ରହିଥିବାବେଳେ ମଧ୍ୟାହ୍ନ ୧୨ଟାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟା ଝିପିଝିପି ବର୍ଷା ଲାଗିରହିଥିବାବେଳେ ହାଲକା ପବନ ବହୁଥିଲା। ଏହା ପରଠାରୁ ବର୍ଷା ଛାଡ଼ିଯାଇଥିବାବେଳେ କୋହଲା ପବନ ଜାରି ରହିଥିଲା।

ସମୁଦ୍ରକୁ ପୂଜା କଲେ ଲୋକେ
ପୁରୀ ବେଳାଭୂମି ପ୍ରତି ତୀକ୍ଷ୍ମଣ ନଜର ରଖାଯାଇଛି। ପର୍ଯ୍ୟଟକମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଇଥିବାବେଳେ ଦିଗବାରିଣୀଠାରୁ ସୁକ୍‌ପ୍ୟାଲେସ ପର୍ଯ୍ୟନ୍ତ ବେଳାଭୂମିରେ ନାଲି ପତକା ଲଗାଯାଇଛି। ସମୁଦ୍ର ଅଶାନ୍ତ ରହିଥିବାରୁ ସ୍ନାନ ନ କରିବା ଲାଗି ପର୍ଯ୍ୟଟକଙ୍କୁ ଲାଇଫ୍‌ଗାର୍ଡମାନେ ବାରଣ କରୁଛନ୍ତି। ବେଳାଭୂମିର ବିଭିନ୍ନ ସ୍ଥାନରେ ଲାଇଫ୍‌ଗାର୍ଡ ମୁତୟନ ରହି ପର୍ଯ୍ୟଟକଙ୍କୁ ସଚେତନ କରୁଥିବା ଲାଇଫ୍‌ଗାର୍ଡ ଅଧିକାରୀ ଧନଞ୍ଜୟ ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ସାଧାରଣ ଦିନ ଅପେକ୍ଷା ବର୍ତ୍ତମାନ ସମୁଦ୍ରରେ ଅଧିକ ଉଚ୍ଚ ଜୁଆର ଆସୁଛି। ପୁରୀ ସମୁଦ୍ର ପାଇଁ ୩ ନଂ. ବିପଦ ସଂକେତ ଦିଆଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫନୀ ବାତ୍ୟାରେ ସମୁଦ୍ରର କରାଳ ରୂପକୁ ଦେଖିଥିବା ଉପକୂଳିଆ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକେ ଅଧିକ ଭୟଭୀତ ହୋଇପଡିଛନ୍ତି। ଯଦିଓ ବୁଲ୍‌ବୁଲ୍‌ ଓଡ଼ିଶା ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହୁଛି ତଥାପି ଏହାକୁ ବିଶ୍ୱାସକୁ ନେଇପାରି ନାହାନ୍ତି ସମୁଦ୍ର କୂଳିଆ ଲୋକେ। ତେଣୁ ସମୁଦ୍ରକୁ ପୂଜା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନୋଳିଆ ସମ୍ପ୍ରଦାୟର ମହିଳା ଏବଂ ପୁରୁଷ ଦିଗବାରିଣୀ ନିକଟ ବେଳାଭୂମିରେ ଧୂପ, ଦୀପ ଦେଇ ସମୁଦ୍ରକୁ ପୂଜା କରିଛନ୍ତି। ପାଣି ନ ଉଠୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ବେଳାଭୂମି ମାର୍ଗ ବିଭିନ୍ନ ହୋଟେଲରେ ଥିବା ପର୍ଯ୍ୟଟକମାନଙ୍କୁ ହୋଟେଲ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହରରାଓଙ୍କ ଘରେ ଏହି...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri