ଦୃଷ୍ଟିହୀନ ମହିଳାଙ୍କୁ ନୂଆଘର କରି ଚାବି : ହସ୍ତାନ୍ତର କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୮ା୩ ମହିଳା ଦିବସ ଅବ୍ୟବହତି ପୂର୍ବରୁ ବଲାଙ୍ଗୀର ଜିଲା ପ୍ରଶାସନ ଜଣେ ଗରିବ ଦୃଷ୍ଟିହୀନ ମହିଳାଙ୍କୁ ନୂଆ ଘର ତିଆରି କରି ହସ୍ତାନ୍ତର କରିଛି ା ଦୃଷ୍ଟିହୀନ ମହିଳା ଶୈଳନ୍ଦ୍ରୀ ସୁନାଙ୍କୁ ଶନିବାର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ନୂଆ ଘରର ଚାବି ହସ୍ତାନ୍ତର କରଛନ୍ତି। ଏହି ସମୟରେ ସହକାରୀ ଜିଲାପାଳ ସନ୍ତୋଷ ଦାଶ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ, ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଉପସ୍ଥିତ ଥିଲେ ା ବଲାଙ୍ଗୀର ସହର ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ସମ୍ମୁଖ ଗାନ୍ଧୀ ଷ୍ଟାଡିୟମ ନିକଟ ସରକାରୀ ଜମିରେ ଏହି ଦୃଷ୍ଟିହୀନ ମହିଳା ଏକ ଛାଟିମାଟି ଘର କରି ରହୁଛନ୍ତି ା ସେହି ଅଞ୍ଚଳରେ ରିଙ୍ଗ୍‌ରୋଡ ତିିଆରି କରାଯାଉଥିବାରୁ ଶୈଳେନ୍ଦ୍ରୀଙ୍କ ଝାଟିମାଟି ଘର ଉଚ୍ଛେଦ କରିବାକୁ ପଡିବ ା ଉକ୍ତ ଘରେ ଶୈଳେନ୍ଦ୍ରୀଙ୍କ ସହ ତାଙ୍କ ସ୍ବାମୀ ସୁରେଶ ଓ ଛୋଟ ପୁଅ ରହୁଛନ୍ତି ା ଘର ଉଚ୍ଛେଦ ହେଲେ ଶୈଳେନ୍ଦ୍ରୀ ପରିବାରଙ୍କ ଦୁଃଖ ବଢ଼ିଯାଇଥାନ୍ତା ା ଏଣୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମେ ତାଙ୍କ ପାଇଁ ଏକ ଘର ତିଆରି କରାଯିବା ପରେ ତାଙ୍କ ଝାଟିମାଟିର ଘର ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଇଥିଲା ା ପୂର୍ତ୍ତ ବିଭାଗ ରିଙ୍ଗରୋଡ କଣ୍ଟିଜେନ୍ସି ଫଣ୍ଡରୁ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଉକ୍ତ ନିର୍ମାଣାଧୀନ ରିଙ୍ଗରୋଡ କଡରେ ଥିବା ସରକାରୀ ଜମିରେ ୫୦୦ ବର୍ଗଫୁଟ ଜମିରେ ଏକ ଆଜବେଷ୍ଟସ ଛାଉଣୀର ପକ୍କାଘର ତିଆରି କରିଥିଲା ା ଉକ୍ତ ଘରେ ପାଇଖାନା, ବାରଣ୍ଡା, ଶୟନ ଘର ଓ ରନ୍ଧାଘର ରହିଛି ା ଜଣେ ନେତ୍ର୍ରହୀନ ମହିଳାଙ୍କ ଘର ଉଚ୍ଛେଦ କରିବା ପୂର୍ବରୁ ପ୍ରଶାସନ ପକ୍କା ଘରଟିଏ ତିଆରି ହସ୍ତାନ୍ତର କରିବା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ା ମୁଦ୍ରା ଯୋଜନାରେ ୨୦ ହଜାର ଟଙ୍କା ଋଣ ଶୈଳେନ୍ଦ୍ରୀଙ୍କୁ ପ୍ରଦାନ କରାଯିବ ା ସେ ରିଙ୍ଗରୋଡ ରାସ୍ତାକଡରେ ଚା କିମ୍ବା ଅନ୍ୟ କିଛି ଦୋକାନ କରି ପରିବାର ପ୍ରତିପୋଷଣ ବ୍ୟବସ୍ଥା କରାଯିବ ବୋଲି ଉପଜିଲାପାଳ ମିଶ୍ର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ଭିନ୍ନମୋଡ ନେଲା ଜାମସର ପୋଖରୀକୁ ଟ୍ରକ ପଶିବା ଘଟଣା: ଦୁର୍ଘଟଣା ରଚିଥିଲେ ଡ୍ରାଇଭର

ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ):ଗତ ନଭେମ୍ବର ୧୭ ତାରିଖ ରାତିରେ ବଲାଙ୍ଗୀର-ବରଗଡ ୨୬ନଂ. ଜାତୀୟ ରାଜପଥ ପୁଇଁତଳା ଥାନା ଅନ୍ତର୍ଗତ ଜାମସର ପୋଖରୀକୁ ଏକ ମାଲ ପରିବହନ ଟ୍ରକ...

ସନ୍ଦେହଜନକ ଅବସ୍ଥାରେ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସ୍ବାମୀ ପୋଡି ଦେଇଥିବା ଅଭିଯୋଗ ଆଣିଲେ…

ପାଟଣାଗଡ,ବେଲପଡ଼ା,୧୨/୧୨(ସଚ୍ଚିଦାନନ୍ଦ ମହାକୁର),(ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ଥାନା କଟାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଜଣେ ବିବାହିତ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri