ବାମରା, ୧୫।୧ (ଡି.ଏନ୍.ଏ.)-ଝାଡ଼ଖଣ୍ଡ ସୀମଡ଼େଗା ଅଂଚଲରୁ ଆସି ଗଲା ୨୫ ବଛର ହେଲା ବାମରା ବ୍ଲକ କେସାଇବାହାଲରେ ରହୁଥିବାର ପୁସୁ ମାଝିକଁର ପରିବାର ସାମାଜିକ ବାସଁଦ୍ର ଶିକାର ହେଇଛନ୍। ଉନିଅଁା ଜାତିରେ ବିହା ହେଇଥିବାର ଘଟନାକେ ନେଇ ସମାଜର ଲୋକ୍ ପରିବାରକେ ବାସଁଦ୍ କରିଥିବାର ଜନାଯାଇଛେ। ଏନ୍ତାଥି ତାକର ଝି’ପୁଓ ବିହାଚୁରା ହେଇ ନାଇଁ ପାରବାର।
ସୂଚନା ହିସାବେ ପୁସୁ ଆଏଜ୍କେ ୩୦ ବଛର ତଲେ ଭୁକ୍ତା ଜାତିର ବଇଲି ମାଝିକୁଁ ବିହା ହେଇଥିଲେ। ସୀମଡ଼େଗା ଗୋଡ଼ ସମାଜ ତାକର ବିହାକେ ସୀକୁରତି ବି ଦେଇଥିଲା। ପଛେ କେସାଇବାହାଲ ଅଏଲା ଉତାରୁ ସେମାନେ ଥାନୀଅ ଉତ୍ତରଗଁା ଅଂଚଲିକ ଗୋଡ଼ ସମାଜ କମିଟିରେ ମିଶବାର ଲାଗି ଆବେଦନ କରିଥିଲେ। କମିଟି ଝାଡ଼ଖଣ୍ଡ ଗୋଡ଼ ସମାଜର ନିରଦେଶ ଅନ୍ସାରେ ୨୦୦୧ରେ ପୁସୁକଁରନୁ ୧୦ ହଜାର ଟଁକା ଜରିମାନା ନେଇ ଜାତିରେ ମିଶେଇଥିଲେ। ହେଲେ ଉପର ବାମଣ୍ଡା ଷ୍ଟେଟ କମିଟି, କୁଚିଣ୍ଡା ପରିଷଦ ଗଲା ୨୫ା୫ା୨୦୧୯ରେ ଗୁଟେ ବଇଠକ କରିଥିଲା। ବଇଠକ୍ରେ ବିଚାରକମାନେ ପୁସୁକୁଁ ଜାତିରୁ ବାସଁଦ୍ କରିଥିଲେ। ସେନ୍ତା ଇ ପରିବାରକେ ଜାତିରେ ମିଶେଇଥିବାର ଉତ୍ତରଗଁା ଆଂଚଲିକ କମିଟିର ନିଷ୍ପତିକେ ବେଆଇନ ବଲି କହିଥିଲେ। କମିଟିର ସଭାପତି ମିତ୍ରଭାନୁ ନାୟକ ଆର ସଂପାଦକ ଶଙ୍କର ପ୍ରସାଦ ନାୟକକୁଁ ୧୦ ହଜାର ଆର କମିଟିର ସବୁ ସଦସିଅକୁ ୧ ହଜାର ଟଁକା ଲେଖେଁ ଜରିମାନା କରିଥିଲେ। ଜରିମାନା ନାଇଁଦେଲେ ସଦସିଅମାନକୁ ସାମାଜିକ ବାସଁଦ୍ କରାଯିବା ବଲି ବିଚାରକମାନେ କହିଥିଲେ। ଇ ବାବ୍ଦେ ଉତ୍ତରଗଁା ଆଂଚଲିକ କମିଟି ସମ୍ବଲପୁର ଜିଲା ପରଶାସନ ଆର କୁଚିଣ୍ଡା ଉପଖଣ୍ଡ ପରଶାସନକେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ୨ା୧୨ା୨୦୧୯ରେ କୁଚିଣ୍ଡା ଉପଖଣ୍ଡ ପରଶାସନ ଚିଠି ସଂଖ୍ୟା ୭୪୧୦ ଜାରି କରିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଆର ସାମାଜିକ ବାଛ୍ବିଚାରକେ ନଜରରେ ରଖି ପରଶାସନ ଇ ସବୁରୁ ଦୂରେଇ ରହିବାକେ ତାଗିଦ୍ କରିଥିଲା। ଅମାନତିଆ ହେଲେ ଆଇନ ହିସାବେ କଡ଼ା ପଦକ୍ଷେ ନିଆଯିବା ବଲି ଚିଠିରେ ଲେଖା ରହିଛେ। ହେଲେ ଇ ସବୁକେ ବେଖାତିର କରି ଉପର ବାମଣ୍ଡା ଷ୍ଟେଟ କମିଟି ଏଭେ ନିକ୍ତିମାଲ କେଁଦୁପତର ଫଡ଼ିରେ ଗୁଟେ ସଭା କରିଛେ। ୨୦ ଝନ୍କରନୁ ୧ ହଜାର ଟଁକା ଲେଖେଁ ଜରିମାନା ଆର ଭୁଜି ଲାଗି ୭ଶହ ଟଁକା ଲେଖେଁ ଅସୁଲ କରି ଜାତି କରିଥିବାର ଅଭିଯୋଗ ହେଇଛେ। ଇଆଡ଼େ ବିନା ପରମାନପତରରେ କାହାରି ବିହାଚୁରା ହେଇ ନାଇଁପାରେ ବଲି ଗୋଡ଼ ସମାଜରେ ରହିଥିବାର ନିୟମ ଲାଗି ପୁସୁକଁର ଝି’ପୁଓ ବିହାଚୁରା ହେଇ ନାଇଁପାରବାର। ଇ ବାବ୍ଦେ ପୁସୁ ଅନେକଥର ମହୁଲପାଲି ଥାନା, କୁଚିଣ୍ଡା ଉପଜିଲାପାଳ ଆର ସମ୍ବଲପୁର ଜିଲାପାଳକୁଁ ଅଭିଯୋଗ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍। ସେନ୍ତା ସୋଲବଗାର ଦେବକରଣ ମାଝିକୁଁ ବି ବିହା ଆଗ୍ରୁ ଉନିଅଁା ଜାତି ଝି’ର ସଂଗେ ପେମ୍ଭାବ ରଖିଥିବାର ଘଟନାକେ ନେଇ ବାସଁଦ୍ କରାଯାଇଛେ। ଇ ବାବ୍ଦେ ସାମାଜିକ କରମୀ ରବୀନ୍ଦ୍ର ନାୟକ କହିଛନ୍ ଯେ, ଉନିଅଁା ଜାତିରେ ବିହା ହେବାର ସବୁ ବଏସ୍କିଆ ଲୁକ୍କର ମାନବାଧିକାର ଆର ସାମ୍ବିଧାନିକ ଅଧିକାର। ହେଲେ ଉନିଅଁା ଜାତିରେ ବିହା ହେଲେ ବାସଁଦ୍ କରବାରଟା ସେମାନକର ମଉଲିକ ଅଧିକାରକେ ଛିନ୍ଲା ଲେଖେଁ ହେଉଛେ। ଅନେକ ଜାଗାରେ ସାମାଜିକ ବିଧିବେବସ୍ତା ନଁାରେ ଲୁକ୍କୁ ଶୋଷନ୍ କରାଯାଉଛେ।