ଦେବଦମ୍ପତିଙ୍କ ନିର୍ବନ୍ଧ ସମ୍ପନ୍ନ

ପାଟଣା ,୩।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା-ଶଙ୍କର ଶିବ ମନ୍ଦିରରେ ଆସନ୍ତା ୭ ତାରିଖରେ ଶୀତଳଷଷ୍ଠୀ ତିଥିରେ ମାତା ପାର୍ବତୀ ଓ ଶିବଙ୍କ ବିବାହ ଲାଗି ରବିବାର ଅପରାହ୍ନରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ମନ୍ଦିର ପ୍ରାଙ୍ଗଣରେ ପୂଜକ ଅରୁଣ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଯଥାରୀତି ରେ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତବର୍ଷ ବର ପକ୍ଷରୁ ତୁରୁମୁଙ୍ଗା ନିବାସୀ ଡ଼ଃ ଯୋଗେନ୍ଦ୍ର ନାଏକ ଓ ତାଙ୍କ ସହ ଧର୍ମିଣୀ ଶ୍ରୀୟା ନାଏକ ଏବଂ କନ୍ୟା ପକ୍ଷରୁ ତୁରୁମୁଙ୍ଗା ନିବାସୀ ରାମଚନ୍ଦ୍ର ସାହୁ ଓ ତାଙ୍କ ସହଧର୍ମିଣୀ ଆରତୀ ସାହୁ କର୍ତ୍ତା ହୋଇ ଦେବଦମ୍ପତିଙ୍କ ଦୁର୍ଲଭ ବିବାହ କାର୍ଯ୍ୟ ସମ୍ପନ୍ନ କରିବେ। ଦେବ ଦମ୍ପତିଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ବାଇଧର ସାହୁ, ସୁଧାଂଶୁଶେଖର ସାହୁ, ପ୍ରମୋଦ କୁମାର ସାହୁ, କ୍ଷେତ୍ରମୋହନ ସାହୁ, ପ୍ରଫୁଲ ବେହେରା, କୁଳମଣି ସାହୁ, ନିର୍ମଳ ଚନ୍ଦ୍ର ସାହୁ, କୈବଲ୍ୟ ଚରଣ ସାହୁ, ମୋଚିରାମ ସାହୁ ଓ ଅଭିମନ୍ୟୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି

ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ...

ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ...

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା

ପଞ୍ଚଲିଙ୍ଗେଶ୍ୱର,୩୦ା୧୨(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଓଡ଼ିଶାର ବିଭିନ୍ନ ଜିଲା ତଥା ଓଡ଼ିଶା ବାହାରୁ ନୂତନ ବର୍ଷ ଏବଂ ଶୀତକାଳୀନ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ

ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ

ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri