ଇସଲାମାବାଦ,୨୬।୮: ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଭାରତଠାରୁ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଏହାର ପ୍ରଭାବ ବଜାର ଦର ଉପରେ ପଡିଛି। ଏହା ଦେଖି ଇମ୍ରାନ ସରକାର ଖର୍ଚ୍ଚ କାଟ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି ସରକାରୀ ମିଟିଂରେ ଚା’, ବିସ୍କୁଟ ଉପରେ ବି ରୋକ ଲଗାଯାଇଛି। ଏହାସହ ମାଗାଜିନ୍, ପେପର କିଣା ଉପରେ ମଧ୍ୟ ଖର୍ଚ୍ଚ କାଟ କରାଯାଇଛି। ଆଗକୁ ସରକାରୀ ଗାଡି କିଣାକିଣି କରାଯିବନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଫିସରେ ବିଜୁଳି ଏବଂ ଟେଲିଫୋନ୍ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି।