ଦେବୀନଦୀ ସାଜିଛିି ଦାନବୀ

କାକଟପୁର,୧୧।୧୦(ଡି.ଏନ୍‌.ଏ.) : ଦେବୀନଦୀ ମହାନଦୀରୁ ବାହାରି କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳଦେଇ ପ୍ରବାହିତ ହୋଇ ଶେଷରେ ନୂଆଗଡ଼ଠାରେ ସମୁଦ୍ରରେ ମିଶିଛି। ମହାନଦୀର ୬୦ପ୍ରତିଶତ ବନ୍ୟାଜଳ ପ୍ରତିବର୍ଷ ଦେବୀନଦୀ ଦେଇ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ଆକଳନ କରିଛି। କିଛି ବର୍ଷ ହେବ ଦେବୀନଦୀ କାକଟପୁର ବ୍ଲକର ବାଉରିଆକଣଠାରୁ ଅସ୍ତରଙ୍ଗ ବ୍ଲକର କାଳିଆକଣ ପର୍ଯ୍ୟନ୍ତ ପ୍ରାୟ ୯କିମି ଦକ୍ଷିଣ ପାର୍ଶ୍ୱ କୂଳ ଖାଇ ଖାଇ ଚାଲିଛି। ଫଳରେ ଉଭୟ ବ୍ଲକର ଶତାଧିକ ଚାଷୀଙ୍କ ଶହଶହ ଏକ ଚାଷ ଜମି ନଦୀଗର୍ଭକୁ ଚାଲିଯାଉଛି। ନଦୀରେ ବର୍ଷତମାମ ଜଳପୂର୍ଣ୍ଣ ରହୁଥିବାରୁ ଏଥିରୁ ମାଛଧରି ଏବଂ ଏହାର ପାଣିକୁ ଗ୍ରୀଷ୍ମଋତୁରେ ବିଲରେ ମଡ଼ାଇ ଭଲ ଫସଲ କରିଆସୁଥିଲୁ। ଏବେ କିନ୍ତୁ ଦେବୀ ଦାନବୀ ପାଲଟି ଯାଇଛି। ଦକ୍ଷିଣ ପାର୍ଶ୍ୱକୁ ମାଡ଼ିଆସି ଆମମାନଙ୍କ ଚାଷ ଜମିକୁ ତା’ ଗର୍ଭରେ ଲୀନ କରି ଆମକୁ ସର୍ବସ୍ବାନ୍ତ କରିସାରିଲାଣି ବୋଲି କହିଛନ୍ତି, ନଇଗୁଅଁାର ଚାଷୀ ଭିକାରୀ ପ୍ରଧାନ।
ପ୍ରତିବର୍ଷ ବର୍ଷା ରୁତୁରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେଲେ ନଦୀରେ ବନ୍ୟା ଜଳ ବୃଦ୍ଧିପାଉଛି। ନଦୀ ମଝିରେ ସ୍ଥାନେସ୍ଥାନେ ବାଲି ଚଡ଼ା ସୃଷ୍ଟି ହୋଇ ନଦୀର ସ୍ରୋତ ଦକ୍ଷିଣଙ୍କୁ ମାଡ଼ିମାଡ଼ି ପ୍ରବାହିତ ହେଉଛି। ଷାଠିବୋଟି, ଓସିଅଁା, ନଇଗୁଅଁା, ଅସନ, ବରପଦା, ବାଲିଡିଆ, କାଳିଆକଣ, ନଗର, ପ୍ରଭୃତିସ୍ଥାନରେ ବନ୍ୟାଜଳ ବନ୍ଧକୁ ଲାଗି ପ୍ରବାହିତ ହେଉଛି। ଏବେଠାରୁ ଉପରୋକ୍ତ ସ୍ଥାନମାନଙ୍କରେ ସ୍ପର ନିର୍ମାଣ ସାଙ୍ଗକୁ ବନ୍ଧରେ ପଥର ପ୍ୟାକିଂ କରା ନ ଗଲେ ଦିନେନାଦିନେ ଏଠାରେ ଘାଇ ସୃଷ୍ଟି ହୋଇ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ବ୍ୟାପକ କ୍ଷତି ଘଟାଇବା ଆଶଙ୍କା ରହିଥିବା କହିଛନ୍ତି, କାଳିଆକଣ ଗ୍ରାମବାସୀ ଲକ୍ଷ୍ମଣ ବେହେରା ଓ ଦେଶବନ୍ଧୁ ବେହେରା। ଗତ ୧୨ତାରିଖରେ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଦେବୀ ନଦୀ ବନ୍ଧ ପରିଦର୍ଶନ କରିବାକୁ ଆସିଥିବାବେଳେ ନଗର ପଞ୍ଚାୟତର ଶତାଧିକ ମତ୍ସ୍ୟଜୀବୀ ତାଙ୍କୁ କାଳିଆକଣଠାରେ ଅଟକାଇ ଦେବୀନଦୀ କିପରି ଦକ୍ଷିଣ ପାର୍ଶ୍ୱକୁ ଖାଇଆସୁଛି ତାହା ଦେଖାଇ ତୁରନ୍ତ ଏ ଦିଗରେ ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା କାଳିଆକଣ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା, ସମ୍ପଦ ବେହେରା ସୂଚନା ଦେବା ସହିତ କାଳିଆକଣ ଓ ବାଲିଡିଆଠାରେ ଏକାଧିକ ସ୍ପର ନିର୍ମାଣ ସାଙ୍ଗକୁ ନଦୀଶଯ୍ୟାରେ ସୃଷ୍ଟି ହୋଇଥିବା ବାଲିଚଡାକୁ ଖନନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳଙ୍କୁ ପଚାରିବାରେ ବିଭାଗୀୟ ମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଅନୁରୋଧ କରିଥିବା କହିଥିଲେ। ଖୁବ୍‌ ଶୀଘ୍ର ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri