ଦେଶରେ ବଢୁଛି ଆର୍ଥିକ ଅସମାନତା

ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ରାଧିକ ବଢୁଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି। ଆୟର ଅସମାନତା ଯୋଗୁ ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ବ୍ୟକ୍ତି ଅଧିକ ଗରିବ ଦେଉଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟକୁ ଦେଖିଲେ ପ୍ରତୀୟମାନ ହୋଇଥାଏ। ୨୦୧୮ରେ ଦେଶ ମଧ୍ୟରେ ହାଇ ନେଟ୍‌ ଓର୍ଥ ଇଣ୍ଡିଭିଜୁଆଲ ବା ଅତିଧନିଙ୍କ ନିକଟରେ ୪୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ୨୦୧୭ରେ ୩୯୨ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୪ ପର୍ଯ୍ୟନ୍ତ ବ୍ୟକ୍ତିଗତ ସମ୍ପତ୍ତି ୧୩.୧୯% ହାରରେ ବଢି ୭୯୮ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି କାର୍ଭି ଓ୍ବେଲଥ ମ୍ୟାନେଜମେଣ୍ଟ ରିପୋର୍ଟରେ ଆକଳନ କରାଯାଇଛି। ଏହି ସମୟରେ ଅନ୍ୟ ଆର୍ଥତ୍କ ସମ୍ପତ୍ତି ମଧ୍ୟ ବଢିବାର ଅନେକ ସମ୍ଭାବନା ରହିଥିବା ଜଣାପଡିଛି।
କାର୍ଭି ରିପୋର୍ଟ ମୁତାବକ ୨୦୧୮ରେ ଅତିଧନୀଙ୍କ ସଂଖ୍ୟା ୨.୫୬ ଲକ୍ଷକୁ ହ୍ରାସ ଘଟିଛି। ୧ ନିୟୁତ ଡଲାରରୁ ଉର୍ଦ୍ଧ୍ୱ ନିବେଶ ଯୋଗ୍ୟ ସମ୍ପତ୍ତି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ବର୍ଗରେ ସାମିଲ କରାଯାଇଛି। ୨୦୧୭ରେ ଅତିଧନୀ ବ୍ୟକ୍ତିଙ୍କ ସଂଖ୍ୟା ୨.୬୩ ଲକ୍ଷ ରହିଥିଲା। ଏହି ସମୟରେ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଅଭିବୃଦ୍ଧି ହାର ୯.୬୨%କୁ କମିଛି, ଯାହା ୨୦୧୮ରେ ୧୩.୪୫% ରହିଥିଲା। ଧନୀ ବ୍ୟକ୍ତି ମାନେ ସେମାନଙ୍କ ମୋଟ ସମ୍ପତ୍ତି ମଧ୍ୟରୁ ପ୍ରାୟ ୨୬୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଫାଇନାସିଆଲ ଆସେଟ୍‌ ଭାବେ ରଖିଛନ୍ତି। ଅନ୍ୟ ଅର୍ଥକୁ ସ୍ଥାବର ସମ୍ପତ୍ତି ଭାବେ ରଖିଛନ୍ତି। ଏହି ଦୁଇ ସମ୍ପତ୍ତି ମଧ୍ୟରେ ଅନୁପାତ ୬୦ ଏବଂ ୪୦ ରହିଛି। ଫାଇନାସିଆଲ ଆସେଟ ମଧ୍ୟରେ ପୁଞ୍ଜି ବଜାରର ଇକ୍ୱିଟି କ୍ଷେତ୍ରରେ ୫୨ ଲକ୍ଷ କୋଟି ଟଙ୍କା ନିବେଶ ସୁଯୋଗ ସୃଷ୍ଟି ହୋଇଛି। ୨୦୧୭ରେ ଅତିଧନୀଙ୍କ ଏକ୍ଷେତ୍ରରେ ନିବେଶ ଅଭିବୃଦ୍ଧି ୩୦.୩୨% ଥିବା ବେଳେ ୨୦୧୮ରେ ୬.୩୯%କୁ ଖସି ଆସିଛି। ଏହି ସମୟରେ ସ୍ଥାୟୀ ଜମା ଏବଂ ବଣ୍ଡରେ ନିବେଶ ଅଭିବୃଦ୍ଧି ବୃଦ୍ଧି ଘଟି ୮.୮୫% ଛୁଇଁଛି। ଯାହା ୨୦୧୭ରେ ୪.୮୬% ରହିଥିଲା। ଏଥିରେ ବୃଦ୍ଧି ଘଟିବା ଯୋଗୁ ନିବେଶ ପରିମାଣ ୪୫ ଲକ୍ଷ କୋଟି ଟଙ୍କା ଛୁଇଁଛି।
ଅତିଧନୀଙ୍କ ଫିନାନସିଆଲ ଆସେଟ କ୍ଷେତ୍ରରେ ବୀମା ତୃତୀୟ ସ୍ଥାନରେ ରହିଛି। ଏହାର ଅଂଶ ୩୬ ଲକ୍ଷ କୋଟି ଏବଂ ବ୍ୟାଙ୍କ ଜମା ପରିମାଣ ୩୪ ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି। ସ୍ଥାବର ସମ୍ପତ୍ତି କ୍ଷେତ୍ରରେ ସୁନା ସବୁଠାରୁ ପସନ୍ଦଯୋଗ୍ୟ ସମ୍ପତ୍ତି ଶ୍ରେଣୀ ହୋଇପାରିଛି। ଅତିଧନୀମାନେ ସୁନା ବାବଦକୁ ପ୍ରାୟ ୮୦ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। ରିୟଲ ଇଷ୍ଟେଟ ହୋଲ୍ଡିଂ ଏକ୍ଷେତ୍ରରେ ଦ୍ୱିତୀୟ ଶ୍ରେଣୀରେ ରହିଛି। ଏହାର ଅଂଶ ପ୍ରାୟ ୭୪ ଲକ୍ଷ କୋଟି ଟଙ୍କା ହେବ। ଏକ୍ଷେତ୍ରରେ ଅଭିବୃଦ୍ଧି ୨୦୧୭ରେ ୧୦.୩୬% ଥିବା ବେଳେ ୨୦୧୮ରେ ଏହା ୭.୧୩%କୁ ଖସି ଆସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri