ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇ ପାରିଛି। କଥା ହେଲା ଏଥିରେ ପ୍ରିୟଙ୍କାଙ୍କୁ ସିଣ୍ଡ୍ରୋଲା ବେଶରେ ଦେଖିବାକୁ ମିଳିଛି। ତେବେ ତାଙ୍କ ନୂଆ ମେକଅପ୍ ଆର୍ଟିଷ୍ଟ ଆଉ କେହି ନୁହେଁ ବରଂ ତାଙ୍କ କୁନି ଭାଣିଜି। ସେ ଯେମିତି କହିଛନ୍ତି ପ୍ରିୟଙ୍କା ସେମିତି ମେକଅପ୍ ପାଇଁ ରାଜି ହୋଇଯାଇଛନ୍ତି। ନିକଟରେ ମଧ୍ୟ ପ୍ରିୟଙ୍କା ତାଙ୍କ ଭାଣିଜିଙ୍କ ସହ ଖୁବ୍ ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଥିଲା। ଛୋଟ ପିଲାମାନଙ୍କୁ ଖୁବ୍ ଭଲପାଉଥିବା ପ୍ରିୟଙ୍କା ସବୁବେଳେ ଏମାନଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି ବୋଲି କୁହନ୍ତି।