ବ୍ରହ୍ମପୁର ଅଫିସ,୧୭ା୨: ବ୍ରହ୍ମପୁରରେ ଅନେକ ବିଲ୍ଡିଂ ଅନୁମତି ଆବେଦନ ପତ୍ର ଉପଯୁକ୍ତ ତଥ୍ୟ ପ୍ରଦାନ ଅଭାବ ଯୋଗୁ ପେଣ୍ଡିଂ ହୋଇ ରହିଛି ା ଏନେଇ ଦୁଇଦୁଇ ଥର କ୍ୟାମ୍ପ ଜରିଆରେ ବିଲ୍ଡିଂ ଅନୁମତି ପାଇଁ ଆବେଦନ କରିଥିବା ମାଲିକଙ୍କୁ ଉପଯୁକ୍ତ ତଥ୍ୟ ପ୍ରଦାନ ପାଇଁ ଆହ୍ବାନ କରାଯାଇଛି ା ଏହାସତ୍ତ୍ୱେ ଉକ୍ତ ୨ କ୍ୟାମ୍ପରେ ମାତ୍ର ୪ ଜଣ ତଥ୍ୟ ପ୍ରଦାନ କରିଛନ୍ତି ା ଅହୁରି ଅନେକ ବିଲ୍ଡିଂ ମାଲିକ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନାହାନ୍ତି ା ଏଥିପାଇଁ ବିଡିଏ ପକ୍ଷରୁ ତୃତୀୟ ଓ ଅନ୍ତିମ କ୍ୟାମ୍ପ ଆସନ୍ତା ୧୮ ଓ ୧୯ ତାରିଖରେ ଆୟୋଜିତ ହେବ ା ଏହି କ୍ୟାମ୍ପରେ ମାଲିକମାନେ ଅନୁମତି ଆବେଦନ ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ ନ କଲେ ଉକ୍ତ ଆବେଦନକୁ ଖାରଜ କରାଯିବ ବୋଲି ଶନିବାର ସନ୍ଧ୍ୟାରେ ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚାଇଛନ୍ତି ା ଏଥିସହ କର୍ପୋରେଶନ ରୋଡଠାରେ ନିର୍ମାଣାଧୀନ ଗଞ୍ଜାମ ହାଟର କମର୍ସିଆଲ ସେଣ୍ଟରର ୧୧୭ ଦୋକାନ ଘର ପାଇଁ ଆବେଦନ ଫର୍ମ ବିଡିଏ ୱେବ୍ସାଇଟରେ ଫେବୃୟାରୀ ୧୮ରୁ ଉପଲବ୍ଧ ହେବା ନେଇ ସମ୍ମିଳନୀରେ ସୂଚାଯାଇଥିଲା ା ଏହାବ୍ୟତୀତ ସର୍ବକ୍ଷମା ଯୋଜନା ସମୟସୀମା ଫେବୃୟାରୀ ୨୦ ରୁ ବର୍ଦ୍ଧିତ କରାଯାଇଛି ା
ଏହି ସମୟ ଅବଧି ପରେ ବେଆଇନ୍ କନଷ୍ଟ୍ରକଶନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା ସେହିପରି ରେଇଙ୍ଗ ୱାଟର ହାର୍ଭେଷ୍ଟିଂ ବ୍ୟବସ୍ଥା କରି ନ ଥିବା ୧୫୦୦ ଘରକୁ ନୋଟିସ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ରେଇଙ୍ଗ ୱାଟର ହାର୍ଭେଷ୍ଟିଂ ସିଷ୍ଟମ କରିବାକୁ ନୋଟିସରେ କୁହାଯାଇଛି। ବଳକା ଘରକୁ ଆଗାମୀ ଦିନରେ ନୋଟିସ କରାଯିବ। ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା୨୮ରେ ହେବାକୁ ଥିବା ପାଗୋ ଫେଷ୍ଟିଭାଲକୁ ମାର୍ଚ୍ଚ ୨୮କୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଥିଲା। ସମ୍ମିଳନୀରେ ବିଡିଏ ଉପାଧ୍ୟକ୍ଷଙ୍କ ସମେତ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ା