ରାୟଗଡ଼ା ଅଫିସ,୭ା୫: ରାୟଗଡ଼ା ଜିଲା ଏବେ ଗ୍ରୀନ୍ ଜୋନରେ ରହିଛି। ଏହାକୁ ନେଇ କିଛି ମାତ୍ରାରେ ସହରରେ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି। ଫଳରେ ବଜାରରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ପରିସ୍ଥିତି ଆୟତ୍ତ କରିବାକୁ ପୋଲିସ ବି ମୁତୟନ ହୋଇଛି। ମାତ୍ର ସହରର ନିଉ କଲୋନୀରେ ଥିବା ସଦ୍ଗୁରୁ ହୋଟେଲକୁ ଗୁରୁବାର ଜିଲା ପ୍ରଶାସନ ଦ୍ୱାରା ସିଲ କରାଯାଇଛି। ହୋଟେଲରୁ ପାର୍ସଲ ନେବାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ସେଠାରେ ଭିଡ଼ ଜମାଇ ସାମାଜିକ ଦୂରତା ବଜାୟ ନ ରଖି ଲୋକଙ୍କୁ ହୋଟେଲରେ ହିଁ ଟିଫିନ ଖାଇବାକୁ ଦିଆଯାଉଥିଲା। ଏହି ସମୟରେ ଅତିରିକ୍ତ ତହସିଲଦାର ସୁନିଲ ଖରା, ତହସିଲଦାର ଉମାଶଙ୍କର ବେହେରା ସ୍ଥାନୀୟ ପୋଲିସ ପ୍ରମୁଖ ଉପସ୍ଥିତ ରହି ଦୋକାନ ସିଲ୍ କରିଛନ୍ତି।