ଦୋହଲିଯିବ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ

ମୁମ୍ବାଇ, ୧୫। ୪ : କରୋନା ଭାଇରସ ପ୍ରଭାବକୁ କମାଇବା ଲାଗି ସରକାର ଗତ ୨୧ ଦିନ ଧରି ସାରା ଦେଶକୁ ଲକ୍‌ଡାଉନ କରି ରଖିଥିଲେ। ଏବେ ମଧ୍ୟ କରୋନାର ପ୍ରଭାବ ହ୍ରାସ ହୋଇ ନ ଥିବାରୁ ଏହାର ମେ ମାସ ୩ ତାରିଖ ଯାଏ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବାହ୍ନରେ ଦେଶବାସୀଙ୍କୁ ପୁଣି ଥରେ ସମ୍ବୋଧିତ କରିବା ସହ ଲକ୍‌ଡାଉନ ଅବଧିକୁ ବୃଦ୍ଧି ଘୋଷଣା କରିଛନ୍ତି। ଏପଟେ ଲକଡାଉନ ଲାଗି ସାରା ଦେଶରେ ଆର୍ଥିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି।
ଲକ୍‌ଡାଉନ ଅବଧି ବଢିଥିବାରୁ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ଆହୁରି ବିଗିଡିବ ବୋଲି ଅର୍ଥ ବିଶେଷଜ୍ଞ ମାନ ମତ ପ୍ରକାଶ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ମେରୁଦଣ୍ଡ ଲକ୍‌ଡାଉନ ପାଇଁ ଦୋହଲିଯିବ ବୋଲି ବ୍ରିଟେନର ଏକ ବ୍ରୋକରେଜ ଏଜେନ୍ସି ବର୍କଲେସ ଆଶଙ୍କା ପ୍ରକଟ କରିଛି। ବର୍ଦ୍ଧିତ ଲକ୍‌ଡାଉନ ପାଇଁ ଭାରତ ୨୩୪.୪ ବିଲିୟନ ଡଲାରର କ୍ଷତି ସହିବ। ସେହିଭଳି ଏହି ଏଜେନ୍ସି ଭାରତର ବିକାଶହାର ପୂର୍ବାନୁମାନକୁ ଚଳିତ କ୍ୟାଲେଣ୍ଡର ବର୍ଷ ଲାଗି ୦%କୁ ଖସାଇଛି। ଏବେ ଘରୋଇ ବ୍ୟବସ୍ଥାର ଆର୍ଥତ୍କ ପରିଦୃଶ୍ୟ ସଂଘାତିକ ଥିବାରୁ ଚଳିତ ଆର୍ଥତ୍କ ବର୍ଷ କିମ୍ବା ଆଗାମୀ ଆର୍ଥତ୍କ ବର୍ଷ ଲାଗି ଏହା ବିକାଶ ହାର ପୂର୍ବବାନୁମାନ ନେଇ କୌଣସି ଆକଳନ କରିନାହିଁ।
ଲକ୍‌ଡାଉନ ପାଇଁ ସାରାଦେଶରେ ଜରୁରୀ ସେବା ବାଦ ଅନ୍ୟ ସବୁ କିଛି ଠପ୍‌ ହୋଇଯାଇଛି। ବିମାନ ଚଳାଚଳ, ପରିବହନ, ଲଜିଷ୍ଟିକ, ରପ୍ତାନି, ପର୍ଯ୍ୟଟନ ଏବଂ ମାନୁଫାକଚରିଂ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ସ୍ଥିତରେ ରହିଛି। ଆର୍ଥତ୍କ ବର୍ଷ ୨୦୨୧ରେ ଭାରତର ବିକାଶ ହାର ୦.୮% ରହିବ ବୋଲି ଏହା ମତ ରଖିଛି। ପୂର୍ବରୁ ଘୋଷଣା ହୋଇଥିବା୨୧ ଦିନିଆ ଲକ୍‌ଡାଉନରେ ଭାରତ ପ୍ରାୟ ୧୨୦ ବିଲିୟନ ଡଲାରର କ୍ଷତି ସହିବ ବୋଲି ବ୍ରିଟେନର ଏହି ଏଜେନ୍ସି ପ୍ରକାଶ କରିଥିଲା। ସେହିଭଳି ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୨.୫%କୁ ଖସିବା ନେଇ କହିଥିଲା। ହେଲେ ବର୍ତ୍ତମାନ ଏହାକୁ ୦%କୁ ଖସାଇଦେଇଛି। ସେହିଭଳି ଆର୍ଥତ୍କ ବର୍ଷ ୨୧ରେ ଅଭିବୃଦ୍ଧି ୩.୫% ରହିବ ବୋଲି ଏହା କହିଥିବା ବେଳେ ଏହାକୁ ପୁଣି ଖସାଇ ମାତ୍ର ୦.୮% ରଖିଛି। ଲକ୍‌ଡାଉନ ୩ ପର୍ଯ୍ୟନ୍ତ ବଢିଥିବାରୁ ପୂର୍ବରୁ ଆକଳନ ହୋଇଥିବା କ୍ଷୟକ୍ଷତି ମଧ୍ୟ ବଢିଯିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି।
ଏହି ଫାର୍ମ କହିଯେ, ଏବେ ଯାଏ ମଧ୍ୟ ଭାରତରେ ଗୋଷ୍ଠୀଗତ ସଂକ୍ରମଣ ହୋଇନାହିଁ। ମାତ୍ର ସାରା ଦେଶରେ ଲକ୍‌ଡାଉନ ଘୋଷଣା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର ଭାବେ କ୍ଷତିପହଞ୍ଚୁଛି। ଲକ୍‌ଡାଉନ ଫଳରେ ମାଇନିଂ, ମାନୁଫାକଚରିଂ ସମେତ ୟୁଟିଲିଟି ଭଳି କ୍ଷେତ୍ରରେ ଅନୁମାନଠାରୁ ଅଧିକ ପରିମାଣର କ୍ଷତି ଦେଖାଯାଇଛି। ଲକ୍‌ଡାଉନ ପ୍ରଭାବ ଜୁନ ଶେଷଆଡକୁ ସ୍ବାଭାବିକ ହେବା ନେଇ ଅନୁମାନ କରିଛି। କଟକଣା ଉଠିବା ପରେ ଏହି କ୍ଷେତ୍ରର କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହେବ। ବିଭିନ୍ନ କ୍ଷେତ୍ରରେ ଇନଭେଣ୍ଟୋରୀ ପୁନଃ କାର୍ଯ୍ୟଶୀଳ ହେବ ବୋଲି ଏହା ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri