ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍ ଆହ୍ବାନ ଦେଇଛନ୍ତି। କରୋନା ଯୋଗୁ ପୃଥିବୀର ମାନବ ସମାଜ ଉପରେ ବିପଦ ଘୋଟି ଆସିଛି। ଏହା ଯୋଗୁ ପୃଥିବୀର ଆଥିକ ମାନଦଣ୍ଡ ଦୋହଲି ଯାଇଛି। ଯୋଜନାବଦ୍ଧ ଭାବେ କରୋନ ସଙ୍କଟର ମୁକାବିଲା କରିବା ଲାଗି ସେ ପ୍ରତିଟି ଦେଶକୁ ଆଗେଇ ଆସିବାକୁ କହିଛନ୍ତି। ପୃଥିବୀର ସମସ୍ତ ବିକଶିତ ରାଷ୍ଟ୍ର ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଅନ୍ୟ ଦେଶ ସହିତ ହାତ ମିଳାଇ କାମ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।