ଧରାପଡ଼ିଲା ପାକ୍‌ର ଆଣବିକ ଚୋରା କାରବାର

ଓ୍ବାଶିଂଟନ,୧୮ା୧ : ପାକିସ୍ତାନ ତା’ର ଆଣବିକ ଚୋରା କାରବାର ଏବଂ ବେଆଇନ ଭାବେ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ହାସଲ କରିବା କାର୍ଯ୍ୟ ଜାରି ରଖିଥିବା ପୁଣିଥରେ ପଦାକୁ ଆସିଛି। ନିଜ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିର କୌଣସି ଭିତ୍ତିଭୂମି ନ ଥିବା ସତ୍ତ୍ୱେ ଇସ୍‌ଲାମାବାଦ ଚୋରାରେ ଅନ୍ୟ ଦେଶରୁ ଏହି ଜ୍ଞାନକୌଶଳ ହାସଲ କରି ଅଣୁଅସ୍ତ୍ର ଓ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର କ୍ଷମତା ହାସଲ କରିପାରିଛି। ପୁଣିଥରେ ଏହି ଚୋରା କାରବାର ବେଳେ ରାଓ୍ବଲପିଣ୍ଡିର ଏକ କମ୍ପାନୀ ସହ ସମ୍ପୃକ୍ତ ୫ ଜଣ ଧରାପଡିଛନ୍ତି। ଗିରଫ ୫ ଜଣଙ୍କ ବିରୋଧରେ ବେଆଇନ କାରବାର ନେଇ ମାମଲା ରୁଜୁ ହୋଇଛି। ବିଜ୍‌ନେସ୍‌ ଓ୍ବାଲର୍‌ଡ ନାମକ କମ୍ପାନୀ ପାକିସ୍ତାନର ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଆମେରିକୀୟ ଜ୍ଞାନକୌଶଳ ଚୋରା କାରବାରରେ ସମ୍ପୃକ୍ତ ଥିବା ଜଣାପଡିଛି।
ଆମେରିକା ନ୍ୟାୟିକ ବିଭାଗ ଅନୁଯାୟୀ, ଧରାପଡ଼ିଥିବା ୫ ଜଣ ଅଭିଯୁକ୍ତ କାନାଡ଼ା, ହଂକଂ, ବ୍ରିଟେନରେ ରହି ଆଗୁଆ କମ୍ପାନୀଗୁଡ଼ିକର ଏକ ଅନ୍ତର୍ଜାତୀୟ ପ୍ରୋକ୍ୟୁରମେଣ୍ଟ ନେଟଓ୍ବର୍କ ଚଳାଇଥିଲେ। ଏହି ସଂସ୍ଥା ଆଡଭାନ୍ସଡ୍‌ ଇଞ୍ଜିନିୟରିଂ ରିସର୍ଚ୍ଚ ଅର୍ଗାନାଇଜେଶନ (ଏଇଆର୍‌ଓ) ଏବଂ ପାକିସ୍ତାନୀ ଆଣବିକ ଶକ୍ତି କମିଶନ (ପିଏଇସି) ପାଇଁ ଆମେରିକୀୟ ସାମଗ୍ରୀ ସଂଗ୍ରହ କରୁଥିଲା। ସଂଘୀୟ ଆଇନର ଉଲ୍ଲଂଘନ କରାଯାଇ ବିନା ରପ୍ତାନୀ ଲାଇସେନ୍ସରେ ଉକ୍ତ ସଂସ୍ଥା ବିଭିନ୍ନ କମ୍ପାନୀକୁ ସାମଗ୍ରୀ ପଠାଉଥିଲା। ବର୍ଷ ବର୍ଷ ଧରି ଆମେରିକାର ମୂଳ ସାମଗ୍ରୀ ଅନ୍ୟ ଦେଶରେ ଥିବା କମ୍ପାନୀଗୁଡ଼ିକୁ ଚୋରା ଚାଲାଣ ହୋଇଆସୁଥିଲା। ଉକ୍ତ ସଂସ୍ଥାର ପାକିସ୍ତାନ ଅସ୍ତ୍ର କାର୍ଯ୍ୟକ୍ରମ ସହ ସମ୍ପର୍କ ରହିଥିବା ଜଣାପଡିବା ପରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ଆମେରିକା ବ୍ୟବସାୟରେ ଏଭଳି ତ୍ରୁଟିପୂର୍ଣ୍ଣ କାରବାର ଚାଲିଥିବା ଏହା ଏକ ଉଦାହରଣ ବୋଲି ଏହାର ଜାତୀୟ ସୁରକ୍ଷାର ସହକାରୀ ଆଟର୍ନି ଜେନେରାଲ ଜନ୍‌ ସି. ଡେମର୍‌ସ କହିଛନ୍ତି। ଦେଶର ରପ୍ତାନୀ ନିୟନ୍ତ୍ରଣ ଓ କଟକଣା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଆଣବିକ ଚୋରା କାରବାରରେ ସମ୍ପୃକ୍ତ ଥାଇ ଗିରଫ ହୋଇଥିବା ୫ ଜଣ ହେଲେ ପାକିିସ୍ତାନର ମହମ୍ମଦ କମରନ୍‌ ଓ୍ବାଲି (୪୧),କାନାଡାର ମହମ୍ମଦ ଅହସାନ ଓ୍ବାଲି(୪୮) ଓ ହାଜି ଓ୍ବାଲି ମହମ୍ମଦ ଶେଖ (୮୨), ହଂକଂର ଅଶ୍ରଫ ଖାନ ମହମ୍ମଦ ଏବଂ ବ୍ରିଟେନ୍‌ର ଏସେକ୍ସରେ ରହୁଥିବା ଅହମଦ ଓ୍ବାହିଦ(୫୨)। ସେମାନଙ୍କ ବିରୋଧରେ ଅନ୍ତର୍ଜାତୀୟ ଜରୁରୀ ଅର୍ଥନୀତି କ୍ଷମତା ଆଇନ ଏବଂ ରପ୍ତାନି ନିୟନ୍ତ୍ରଣ ସଂସ୍କାର ଆଇନ ଉଲ୍ଲଂଘନ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଛି। ପାକିସ୍ତାନର ଆଣବିକ ଚୋରା କାରବାର ଧରାପଡିଥିବାରୁ ଭାରତର ସୁରକ୍ଷା ପ୍ରତି ବିପଦ ରହିଥିବା ସୂଚନା ମିଳିଛି।
ନ୍ୟାୟିକ ବିଭାଗର ସୂଚନା ଅନୁଯାୟୀ, ଉଭୟ ଏଇଆର୍‌ଓ ଏବଂ ପିଏଇସି ବାଣିଜ୍ୟ ବିଭାଗର ସଂସ୍ଥା ତାଲିକାରେ ଅଛନ୍ତି। ତେବେ ସେମାନଙ୍କ କାର୍ଯ୍ୟକଳାପ ଆମେରିକା ସୁରକ୍ଷା ଓ ବହିର୍ବ୍ୟାପାର ନୀତି ସ୍ବାର୍ଥର ବିରୋଧରେ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri