ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ,୯-୧: ବୁଧବାର ଦେଶବ୍ୟାପୀ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ସରକାରଙ୍କ ବିଭିନ୍ନ ଜନ ବିରୋଧି ନିଷ୍ପତ୍ତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଧର୍ମଘଟକୁ ଓହ୍ଲାଇଥିଲେ। ବନ୍ଦ ଯୋଗୁ ବ୍ୟାଙ୍କ ଶାଖାଗୁଡିକରେ ଟଙ୍କା ଉଠାଣ, ଜମା ପ୍ରଭାବିତ ହୋଇଛି। ବ୍ୟାଙ୍କ ଶାଖାରେ ପିକେଟିଂ କରି ଏହାକୁ ବନ୍ଦ କରାଯାଇଥିଲା। ଏହା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି। ବ୍ୟାଙ୍କଗୁଡିକ କାରବାର ପ୍ରଭାବିତ ହେବା ନେଇ ପୂର୍ବରୁ ଗ୍ରାହକଙ୍କୁ ସୂଚାଇ ଦେଇଥିଲେ। ଧର୍ମଘଟରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ(ଏଆଇବିଇଏ), ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ(ଏଆଇବିଓଏ), ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ(ବିକେଏସ୍‌ଏମ୍‌) ଭଳି ସଂଘ ଯୋଗ ଦେଇଥିଲେ। ଜମା, ଉଠାଣ, ଚେକ୍‌ କ୍ଲିୟରାନ୍ସ, ଇନଷ୍ଟ୍ରୁମେଣ୍ଟ କ୍ଲିୟରାନ୍ସରେ ବାଧା ଉପୁଜିଥିଲା। ଏଭଳି ସ୍ଥିତିରେ ଘରୋଇ ବ୍ୟାଙ୍କ ସେବାରେ ବିଶେଷ ପ୍ରଭାବ ପଡି ନ ଥିବା ଜଣାପଡିଛି।
୧୦ ଶ୍ରମିକ ସଙ୍ଗଠନର ଏହି ଧର୍ମଘଟକୁ ବ୍ୟାଙ୍କ କର୍ମଚାରୀମାନେ ସମର୍ଥନ ଦେଇଥିବା ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ୍‌. ଭେଙ୍କଟଚଳମ ସୂଚନା ଦେଇଛନ୍ତି। ବ୍ୟାଙ୍କ ମିଶ୍ରଣ, ଘରୋଇକରଣ, ଫି ବୃଦ୍ଧି ସମେତ ବେତନ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଆଧାରରେ ସରକାରଙ୍କ ନୀତିକୁ ବିରୋଧ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଅଲ୍‌ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ(ଏଆଇଆର୍‌ବିଇଏ), ଅଲ୍‌ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଓ୍ବାକର୍ସ ଫେଡେରେଶନ(ଏଆଇଆର୍‌ବିଡ୍ଲ୍ୟୁଏଫ୍‌) ଏବଂ ବୀମା ସଂଘଗୁଡିକ ଧର୍ମଘଟକୁ ସମର୍ଥନ ଦେଇଥିବା ଜଣାପଡିଛି।
ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ଟିୟୁସିସି, ଏସ୍‌ଇଡବ୍ଳ୍ୟୁଏ, ଏଆଇସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ଭଳି ଶ୍ରମିକ ସଙ୍ଗଠନ ଧର୍ମଘଟରେ ସାମିଲ ହୋଇଥିଲେ। ଏହାବାଦ ବିଭିନ୍ନ କ୍ଷେତ୍ରରେ ସ୍ବାଧୀନ ମହାସଂଘ, ସଙ୍ଗଠନ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ସାମିଲ ହୋଇଥିବା ନେଇ ଶ୍ରମିକ ସଂଘଠନଗୁଡିକ ପକ୍ଷରୁ ବୁଧବାର କୁହାଯାଇଛି। ଚଳିତ ବର୍ଷ ଜାନୁୟାରୀରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସରକାର ଶ୍ରମିକମାନଙ୍କର ଦାବିକୁ ପୂରଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି। ସରକାର ଦାବି ଶୁଣିବାକୁ ଅଗ୍ରାହ୍ୟ କରିଦେଉଛନ୍ତି। ବିଭିନ୍ନ ଅସୁବିଧା ଆଧାରରେ ଶ୍ରମିକ ବିରୋଧୀ, ଲୋକ ବିରୋଧୀ, ଜାତୀୟତା ବିରୋଧୀ ନୀତିକୁ ବିରୋଧ କରି ଧର୍ମଘଟ କରାଯାଇଥିବା ସଂଘଗୁଡିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri