ଧର୍ମଘଟରେ ବ୍ରିଟିଶ୍‌ ଏୟାରଓ୍ବେଜ ପାଇଲଟ;୧୫୦୦ ଉଡ଼ାଣ ରଦ୍ଦ, ୭୦୪ କୋଟି କ୍ଷତି

ନୂଆଦିଲ୍ଲୀ,୧୦-୯: ବ୍ରିଟେନର ବିମାନ କମ୍ପାନୀ ବ୍ରିଟିଶ୍‌ ଏୟାରଓ୍ବେଜର ପାଇଲଟ ସୋମବାର ଓ ମଙ୍ଗଳବାର ଧର୍ମଘଟରେ ସାମିଲ ହୋଇଛନ୍ତି। ଏୟାରଲାଇନର ୧୦୦ବର୍ଷର ଇତିହାସରେ ଏହା ସର୍ବବୃହତ ଧର୍ମଘଟ ମନେ କରାଯାଉଛି। ଏହି କାରଣରୁ କମ୍ପାନୀର ପ୍ରାୟ ୧୫୦୦ ଉଡ଼ାଣ ରଦ୍ଦ ହୋଇସାରିଛି। ବେତନ ବିବାବକୁ କେନ୍ଦ୍ର କରି ପାଇଲଟ ମାନେ ଦୁଇଦିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଖବର କାଗଜ ‘ଦ ଟେଲିଗ୍ରାଫ୍‌’ର ରିପୋର୍ଟ ଅନୁସାରେ ପାଇଲଟଙ୍କ ଧର୍ମଘଟ ଯୋଗୁ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହେବେ ଓ କମ୍ପାନୀ ପ୍ରାୟ ୭୦୪ କୋଟି ଟଙ୍କା ଅର୍ଥାତ୍‌ ୮୦ ମିଲିୟନ ପାଉଣ୍ଡ କ୍ଷତି ସହିବାକୁ ଯାଉଛି। ଧର୍ମଘଟ ଯୋଗୁ ନ୍ୟୁୟର୍କ, ଦିଲ୍ଲୀ, ହଂକଂ ଓ ଜୋହାନ୍ସବର୍ଗର ସମସ୍ତ ଉଡ଼ାଣ ପ୍ରଭାବିତ ହୋଇଛି। ଉଡ଼ାଣ ରଦ୍ଦ ହୋଇଥିବାର ସୂଚନା ପାଇଥିଲେ ଯାତ୍ରୀମାନେ ଏୟାରପୋର୍ଟ ନ ଯିବାକୁ ବ୍ରିଟିଶ ଏୟାରଓ୍ବେଜ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ବ୍ରିଟିଶ ଏୟାରଲାଇନ ପାଇଲଟ ଆସୋସିଏଶନ ଅଗଷ୍ଟ ୨୩ରେ ଧର୍ମଘଟ ଡାକରା ଦେଇଥିଲା। କମ୍ପାନୀ ପକ୍ଷରୁ ବେତନ ଓ ଭତ୍ତା ହ୍ରାସକୁ ନେଇ ପାଇଲଟଙ୍କ ସହ ବିବାଦ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri