ଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେ

ଜୟପୁର,୨୯ା୫(ଡି.ଏନ୍‌.ଏ.)-ଚାଷୀଙ୍କ ଅମଳ ରବିଧାନ କ୍ରୟ ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଛି। ମାତ୍ର ଚାଷୀଙ୍କ ଅମଳ ଧାନ ନିମ୍ନମାନର ଆଳ ଦେଖାଇ କୁଇଣ୍ଟାଲ ପିଛା ୬ରୁ ୭ କେଜି ଅଧିକ ଧାନ ଦେବାକୁ ଦାବି କରାଯାଉଛି ା ଏଥିରେ ସ୍ଥାନୀୟ ମିଲ୍‌ ମାଲିକ, ମଧ୍ୟସ୍ଥ, ଜଣେ ଯୋଗାଣ ବିଭାଗ ଅଧିକାରୀ, ଲୋକ ପ୍ରତିନିଧି ସାମିଲହୋଇ ମିଳିତ ଭାବେ ଚାଷୀଙ୍କୁ ଶୋଷୁଛନ୍ତି। ତୁରନ୍ତ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ବିଜେଡି ନେତ୍ରୀ ଡା. ଇନ୍ଦିରା ନନ୍ଦଙ୍କ ନେତୃତ୍ୱରେ ରମାକାନ୍ତ ରାଉଳ, ବିନୋଦ ପାତ୍ର, ବାଲିଙ୍କି ରାଓ, ଶିବ ପଟ୍ଟନାୟକ ପ୍ରମୁଖ ଏକ ଖବରଦାତା ସମ୍ମିଳନୀରେ ଏହା ଦାବି କରିଛନ୍ତି ା ଚଳିତ ବର୍ଷ ରବିଧାନ ଶୁଖିଲା ରହିବା ସହ ଉନ୍ନତ ମାନରେ ହୋଇଥିଲେ ସୁଦ୍ଧା ନିମ୍ନମାନ ଦର୍ଶାଇ ଚାଷୀଙ୍କୁ କୁଇଣ୍ଟାଲ ପିଛା ୬ରୁ ୭ କିଲୋ ଧାନ ଦେବାକୁ ଚାପ ପକାଉଛନ୍ତି ା ଫଳରେ ଚାଷୀ ଏହାକୁ ବିରୋଧ କରିଛି। ଏହାଦ୍ୱାରା ଅଧିକାଂଶ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସେହିପରି କେବଳ ଜୟପୁର, ବୋରିଗୁମ୍ମା, କୋଟପାଡ ଅଞ୍ଚଳର ଟ୍ରକ୍‌ଗୁଡ଼ିକକୁ ଧାନ ଚାଲାଣରେ ନିୟୋଜିତ କରାଯାଇ କଷ୍ଟମ ମିଲିଂ ଧାନ ବୋଝେଇ କରାଯାଉ ା ବାହାର ଜିଲାର ଟ୍ରକ୍‌ଗୁଡିକକୁ ସୁଯୋଗ ଦେଲେ ବିଜେଡି ପକ୍ଷରୁ ବିରୋଧ କରାଯିବ ବୋଲି କୁହଯାଇଛି। ଏନେଇ ଜିଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମଣ୍ଡିରେ କାଟ୍‌ନି ଛଟ୍‌ନି ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ା ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନ ହେଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି...

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image