ଜଗତ୍ସିଂହପୁର ଅଫିସ,୧୭।୧: ଜଗତ୍ସିଂହପୁର ସଭାମୂଳ ଧାନମଣ୍ଡିରେ ଶୁକ୍ରବାର ଚାଷୀ ଧାରଣା ଦେଇଛନ୍ତି। ଧାନ ସଂଗ୍ରହ ପାଇଁ ୩୦ ଜଣ ଚାଷୀଙ୍କୁ ବାରଣ କରାଯିବାରୁ ସେମାନେ ଧାନ ବସ୍ତା ରଖି ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ଧାନ ଗ୍ରହଣ କରା ନ ଯାଇଛି ସେପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ସଭାମୂଳ ସେବା ସମବାୟ ସମିତି ନାମ ପଞ୍ଜୀକରଣ ଅବଧି ଭିତରେ ଚାଷୀମାନେ ଫର୍ମପୂରଣ କରି ଦାଖଲ କରିଥିଲେ। ମାତ୍ର ଇଣ୍ଟରନେଟ୍ ସମସ୍ୟା ଦର୍ଶାଇ ପଞ୍ଜୀକରଣ ବିଳମ୍ବ ହୋଇଥିବା ସମିତି ପକ୍ଷରୁ କୁହାଯାଇଥିଲା। ପରେ ସେମାନଙ୍କ ନାମ ପଞ୍ଜୀକରଣ ହୋଇଥିବା କୁହାଯାଇଥିଲା। ଏ ନେଇ ସେମାନେ ଗାଡ଼ିରେ ଧାନ ନେଇ ମଣ୍ଡିରେ ପହଞ୍ଚିଥିଲେ। ମାତ୍ର ସେମାନଙ୍କ ନାମ ପଞ୍ଜୀକରଣ ହୋଇ ନ ଥିବା ଦର୍ଶାଇ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଧାନ ଫେରାଇ ନେବାକୁ କହିଥିଲେ। ଏଥିରେ ଉତ୍ତ୍ୟେକ୍ତ ହୋଇ ଚାଷୀ ଧାରଣାରେ ବସିଛନ୍ତି।