ଧାନ, ବାଦାମ ସବ୍‌ସିଡି ହେରଫେର

ଘସିପୁରା,୬।୨(ଡି.ଏନ.ଏ.)-ଘସିପୁରା ବ୍ଲକ ଦେଉଗାଁ ପଞ୍ଚାୟତ ଅନ୍ତର୍ଗତ କୋଚିଆନେଣ୍ଡି ଗ୍ରାମର ଚାଷୀଙ୍କ ନାମରେ ଧାନ ଓ ବାଦାମ ଚାଷ ବାବଦକୁ ଆସିଥିବା ସବ୍‌ସିଡି ଅର୍ଥ ବାଟ ମାରଣା ହୋଇଥିବା ଅଭିଯୋଗରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ଶ୍ରୀ ପ୍ରଣାଳୀରେ ଧାଡ଼ିରୁଆ ଧାନଚାଷ ଓ ବାଦାମ ଚାଷ ପାଇଁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ସବସିଡି ଅର୍ଥ ଯୋଗାଇ ଦେଉଥିବା ବେଳେ ଉକ୍ତ ଗ୍ରାମର ପ୍ରକୃତ ଚାଷୀଙ୍କୁ ସବସିଡି ଅର୍ଥ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଉକ୍ତ ଗ୍ରାମର ପ୍ରାୟ ୬ଏକର ଜମିରେ ବାଦାମ ଚାଷ କରିବା ପାଇଁ ୧୮ଜଣ ଚାଷୀଙ୍କୁ ହିତାଧିକକାରୀ ଭାବେ ଚୟନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦାଶରଥି ଜେନା, ମୁରଲୀ ଚକ୍ର ଓ ଅନାଥ ଜେନାଙ୍କୁ ସବସିଡି ଅର୍ଥ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କୃଷି କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ତାଙ୍କ ନାମରେ ସବସିଡି ଅର୍ଥ ପ୍ରଦାନ କରାଯାଇ ସାରିଥିବା ସେ ଜାଣିବାକୁ ପାଇଥିଲେ। ସେହିପରି ଧାଡ଼ିରୁଆ ଚାଷ ପାଇଁ ଉକ୍ତ ଗ୍ରାମର ବହୁ ଚାଷୀଙ୍କଠାରୁ କୃଷି କର୍ମଚାରୀ ମାନେ ଆଧାରକାର୍ଡ, ଭୋଟର ପରିଚୟ ପତ୍ର, ଫଟୋ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇ ମୋଷ୍ଟର ରୋଲରେ ଦସ୍ତଖତ କରାଇଥିଲେ। ତେବେ ସବସିଡି ବାବଦକୁ ଅର୍ଥ ସେମାନଙ୍କ ନାମରେ ଉଠାଇ ନିଆଯାଇଥିବା ବେଳେ ସେମାନଙ୍କୁ ଅର୍ଥ ମିଳି ନ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଦେଓଗାଁ ପଞ୍ଚାୟତର ୱାର୍ଡ ମେମ୍ବର ବସନ୍ତ ଜେନା ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା କହିଛନ୍ତି। ୨୦୧୮-୧୯ରେ ସେ ୦.୪ ହେକ୍ଟର ଚାଷ ଜମିରେ ଶ୍ରୀ ପ୍ରଣାଳୀରେ ଧାଡ଼ିରୁଆ ଧାନଚାଷ କରିଥିଲେ। ହିତାଧିକାରୀ ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସବସିଡି ବାବଦକୁ ଅର୍ଥ ତାଙ୍କ ନାମରେ ଉଠାଯାଇଛି। ମାତ୍ର ସେ କୌଣସି ଅର୍ଥ ପାଇ ନ ଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ତଦନ୍ତ କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ଅପରପକ୍ଷେ ଏହି ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଖୁବଶୀଘ୍ର ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ସୁମିତ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଲା ବାଇକ୍‌, ଦୁଇ ଗୁରୁତର

ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ...

ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଫେରାର

କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି...

ବିଦ୍ୟାଳୟ ରାସ୍ତାରୁ ଜବରଦଖଲ ହଟାଇଲା ପ୍ରଶାସନ

ପାଟଣା,୨୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ତହସିଲ ଅନ୍ତର୍ଗତ ସାହାରପଡ଼ା ବଜାରରେ ସରକାରୀ ଜମିକୁ ମାଡ଼ି ଜଣେ ବ୍ୟକ୍ତି ଟାୟାର ଓ ଗାଡି ପାର୍ଟସ୍‌ ଦୋକାନ...

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ନାବାଳକ

ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପିଙ୍ଗୁ ପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୧୪ବର୍ଷ ନାବାଳକ ଗାଁ ହୁଡ଼ିର ଏକ...

୫ ମାସରେ ଶୁଣାଣି ଶେଷ: ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଅଶୋକ କୁମାର ପଣ୍ଡା ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଶୁକ୍ରା ଜୁଆଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ...

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କରିବା ନେଇ ଥାନାର ଦ୍ୱାରସ୍ଥ ହେଲା ଭାଜପା

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଉପନିର୍ଦ୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫୋଟଚିତ୍ରକୁ ବିକୃତ କରାଯାଇଥିବା ନେଇ...

ସରିଲା ରାଜନଗର ବାଲିଯାତ୍ରା

ପାଟଣା,୨୦।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବାଲିଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି । ଆୟୋଜିତ ସଭା...

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କଲେ ଲୋକେ: ଥାନାରେ ଅଭିଯୋଗ

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଉପନିର୍ଦ୍ଦେଶକ, ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋଚିତ୍ରକୁ ବିକୃତ କରାଯାଇଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri