ଧାନର ଏମ୍‌ଏସ୍‌ପି ୧୮୧୫ଟଙ୍କାକୁ ବୃଦ୍ଧି; ୧୪ଖରିଫ ଫସଲର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ,୪-୭: କେନ୍ଦ୍ର ସରକାର ବୁଧବାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଧାନ ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଧାନର ଏମ୍‌ଏସ୍‌ପି ୩.୭% ବୃଦ୍ଧି କରାଯାଇ କ୍ୱିଣ୍ଟାଲ ପିଛା ୧୮୧୫ ଟଙ୍କା କରାଯାଇଛି। ୨୦୧୮-୧୯ରେ ସାମାନ୍ୟ ଧାନର ମୂଲ୍ୟ ୧୭୫୦ ଟଙ୍କା ଥିଲା। ସେହିପରି ଗ୍ରେଡ୍‌ ଏ ଧାନର ମୂଲ୍ୟକୁ ୧୭୭୦ରୁ ୧୮୩୫ ଟଙ୍କା, ଜ୍ୱାର(ଶଙ୍କର) ମୂଲ୍ୟ ୨୪୩୦ ଟଙ୍କାର ୨୫୫୦ ଟଙ୍କା, ଜ୍ୱାର(ମାଲଡଣ୍ଡି)ର ମୂଲ୍ୟ ୨୪୫୦ ଟଙ୍କାରୁ ୨୫୭୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ବାଜରା ମୂଲ୍ୟ ୧୯୫୦ ଟଙ୍କାରୁ ୨୦୦୦ ଟଙ୍କା, ରାଗି ୨୮୯୭ଟଙ୍କାରୁ ୩୧୫୦ ଟଙ୍କା, ମକ୍କା ୧୭୦୦ ଟଙ୍କାରୁ ୧୭୬୦ ଟଙ୍କା, ହରଡ ୫୬୭୫ ଟଙ୍କାରୁ ୫୮୦୦ ଟଙ୍କା, ମୁଗ ୬୯୭୫ ଟଙ୍କାରୁ ୭୦୫୦ ଟଙ୍କା, ବିରି ୫୬୦୦ ଟଙ୍କାର ୫୭୦୦ ଟଙ୍କା, ଚିନାବାଦାମ ୪୮୯୦ ଟଙ୍କାରୁ ୫୦୯୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ୫୩୮୮ ଟଙ୍କାରୁ ୫୬୫୦ ଟଙ୍କା, ସୋୟାବିନ ୩୩୯୯ ଟଙ୍କାରୁ ୩୭୧୦ ଟଙ୍କା, ଖସା ୬୨୪୯ ଟଙ୍କାର ୬୪୮୫ ଟଙ୍କା,ନିଗର ସିଡ୍‌ ୫୮୭୭ ଟଙ୍କାରୁ ୫୯୪୦ ଟଙ୍କା, କପା(ମଧ୍ୟମ) ୫୧୫୦ ଟଙ୍କାରୁ ୫୨୫୫ ଟଙ୍କା ଏବଂ କପା(ଲମ୍ବା) ୫୪୫୦ ଟଙ୍କାରୁ ୫୫୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ତୋମର କହିଛନ୍ତି। ଏବେ ଲଗାଣର ଦେଢ଼ ଗୁଣା ଅଥବା ତତୋଧିକ ଏମ୍‌ଏସ୍‌ପି ଚାଷୀଙ୍କୁ ମିଳିବ। କୃଷକଙ୍କୁ ସେମାନଙ୍କ ଫସଲର ଉଚିତ୍‌ ମୂଲ୍ୟ ମିଳୁ ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଅନ୍ୟପକ୍ଷରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରନ କୌର ଫସଲର ଏମ୍‌ଏସ୍‌ପି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri