Posted inଖେଳ

ଧିମା ବୋଲିଂ ହାର ପାଇଁ ସସ୍‌ପେଣ୍ଡ ହେବେ ନାହିଁ ଅଧିନାୟକ: ଆଇସିସି

ଲଣ୍ଡନ,୧୯ା୭(ପିଟି)- ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଧିମା ବୋଲିଂ ହାର ଯୋଗୁ ଦଳର ଅଧିନାୟକଙ୍କୁ ଆଉ ସସ୍‌ପେଣ୍ଡ କରାଯିବ ନାହିଁ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି। ଏଭଳି ନିୟମ ଭଙ୍ଗ କରିବା ଲାଗି ମ୍ୟାଚ୍‌ ବିଜେତାଙ୍କୁ ମିଳିବାକୁ ଥିବା ପଏଣ୍ଟ ଆଉ ମିଳିବ ନାହିଁ ଓ ପୂରା ଦଳକୁ ଜରିମାନା କରାଯିବ। ଏହି ନିୟମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପଠାରୁ କାର୍ଯ୍ୟକାରୀ ହେବ। ଆଇସିସି କ୍ରିକେଟ କମିଟି ଦ୍ୱାରା କରାଯାଇଥିବା ସୁପାରିସକୁ ମଞ୍ଜୁରୀ ମିଳିସାରିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆସନ୍ତା ୧ ତାରିଖରୁ ଆଶେସ ସିରିଜ୍‌ ସହ ଆରମ୍ଭ ହେବ। ଏହା ୨୦୨୧ ପର୍ଯ୍ୟନ୍ତ ଚାଲିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ମ୍ୟାଚ୍‌ରେ କୌଣସି ଦଳ ଧାର୍ଯ୍ୟ ସମୟରେ ଓଭର ଶେଷ ନ କରିପାରିଲେ, ବଳକା ଥିବା ପ୍ରତ୍ୟେକ ଓଭର ପିଛା ପ୍ରତିଯୋଗିତାର ୨ ପଏଣ୍ଟ କାଟ୍‌ କରାଯିବ। ବାରମ୍ବାର ଧିମା ବୋଲିଂ ହାର ଯୋଗୁ ଆଉ ଅଧିନାୟକଙ୍କୁ ସସ୍‌ପଣ୍ଡେ କରାଯିବ ନାହିଁ। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଦାୟୀ କରାଯାଇ ସମାନ ଜରିମାନା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ପୂର୍ବ ନିୟମ ଅନୁଯାୟୀ, ଗୋଟିଏ ଦଳ ଦୁଇ ଥର ଧାର୍ଯ୍ୟ ସମୟରେ ଆବଶ୍ୟକ ଓଭର ବୋଲିଂ ନ କରିପାରିଲେ, ଉକ୍ତ ଅଧିନାୟକଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image