ଧୂଳିଧୂଆଁରେ ଲୋକେ ଅତିଷ୍ଠ

ଯୋଡ଼ା, ୨୯।୪(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳର ୨ନଂ ରାଜ୍ୟ ରାଜପଥର ଜୁରୁଡି-ବାମେବାରୀ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଟ୍ରକ୍‌ ଓ ଡମ୍ପର ବିଭିନ୍ନ ଖଣି କମ୍ପାନୀର ଖଣିଜ ବୋଝେଇ କରି ପରିବହନ କରୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଜିଲା ଖଣିଜ ପାଣ୍ଠି ବ୍ୟୟ ବରାଦରେ  ବାମେବାରୀଠାରୁ-ଯୋଡା ରଣାଶାଳ ଘାଟି ପର୍ଯ୍ୟନ୍ତ ଚାରି ଲେନ୍‌ ରାସ୍ତା ନିର୍ମାଣ କରିବା ପାଇଁ ଅନୁମୋଦନ ହୋଇଛି। ଟେଣ୍ଡର ଜରିଆରେ ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ଶ୍ରୀ ଦୁର୍ଗା କଣ୍ଡେଭ ନାମକ ଏକ ଠିକା ସଂସ୍ଥା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଛି। ଏହି ଠିକାସଂସ୍ଥା ପକ୍ଷରୁ  ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ମାଟି ଖୋଳି ଦିଆଯାଇଛି। ମାସ ମାସ ଧରି ରାସ୍ତା ନିର୍ମାଣ ନ କରି ଖୋଳିବା ଅବସ୍ଥାରେ ପକାଇ ରଖି ଦିଆଯାଉଛି। ଏହି ରାସ୍ତାର ବାଂଶପାଣି ସବ୍‌ପୋଷ୍ଟ ଅଫିସ ସମ୍ମୁଖ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ପାଇଁ ଗତ ଜାନୁଆରୀ ୩ ତାରିଖଠାରୁ  ମାଟି ଖୋଳାଯାଇଛି। ଖୋଳିବା ସମୟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  ଯାଇଥିବା ପାଇପ ଲାଇନ ଓ  ଅନ୍ୟ ଏକ ଘରୋଇ କମ୍ପାନୀର ପାଇପ ଲାଇନକୁ ମଧ୍ୟ କଟା ଯାଇଥିଲା। ଲୋକକଙ୍କ ପଟ୍ଟା ଜମିରେ ଠିକା ସଂସ୍ଥା ପକ୍ଷରୁ ରାସ୍ତା ପାଇଁ ମାଟି ଖୋଳା ଯାଇଥିବା ଅଞ୍ଚଳବାସୀ ଅମର ମହାନ୍ତି, ପ୍ରମୋଦ ଦାସ, ରବି ଗୋପ, ଏମ.ଡି ଚାନ୍ଦ, ଲାଦୁରା ବୋଦ୍ରା ପ୍ରମୁଖ ଅଭିଯୋଗ କରିଛନ୍ତି।

ଠିକାସଂସ୍ଥା ପକ୍ଷରୁ ବାଂଶପାଣିର ଅଟାଚକି ଛକ ରାସ୍ତାରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଉନାହିଁ। ଏ ନେଇ ଠିକାସଂସ୍ଥାର ଅଧିକାରୀଙ୍କୁ ଜଣାଇଥିଲେ ହେଁ କର୍ଣ୍ଣପାତ କରାଯାଉ ନ ଥିବା ସ୍ଥାନୀୟ ମହିଳା ତୁଳସୀ ଗୋପ, ସୁକାନ୍ତୀ ମୁଣ୍ଡା, ଲତା ତିରିଆ, ସାର ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉକ୍ତ ଠିକାସଂସ୍ଥାର ଯନ୍ତ୍ରୀ ହିମାଂଶୁ ଚୌଧୁରୀଙ୍କୁ ପଚାରିବାରୁ  ରାସ୍ତାରେ ପାଣି ପକାଇବା କାମ ଠିକାସଂସ୍ଥାର ନୁହଁ କେବଳ ଆମର କାମ ରାସ୍ତା ନିର୍ମାଣ କରିବା। ଯେହେତୁ ଏ ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀର ପରିବହନ କାର୍ଯ୍ୟ ହେଉଛି। ସେମାନେ ଏ ରାସ୍ତାରେ ପାଣି ପକାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri